କୋଭିଡ୍‌-୧୯: ‘ମାଇକ୍ରୋସଫ୍ଟ ଟିମ୍‌’ରେ ପାଠପଢ଼ିବେ ସରକାରୀ ସ୍କୁଲ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ହ୍ବାଟ୍‌ସଆପ୍‌ ଏବଂ ଡିଡି ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ‘ମଧୁ ଆପ୍‌’ ଓ ‘ଏଡୁସାଟ୍‌’ ଦ୍ୱାରା ଶିକ୍ଷାଦାନ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ଅନ୍‌ଲାଇନ୍‌ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ପାଇଁ ‘ମାଇକ୍ରୋସଫ୍ଟ-ଟିମ୍‌’ର ସାହାଯ୍ୟ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟିମ୍‌ ମାଧ୍ୟମରେ ଖୋର୍ଦ୍ଧା ଜିଲାର ୧୦ଟି ବିଦ୍ୟାଳୟରେ ପରୀକ୍ଷାମୂଳକ ଭାବେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହିଭଳି ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଓ ୨ଜଣ ସହକାରୀ ଶିକ୍ଷକଙ୍କୁ ନେଇ ଏସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ୨୪ଟି ଜିଲାର ଜିଲାଶିକ୍ଷା ଅଧିକାରୀ ଏବଂ ଜିଲା ପ୍ରକଳ୍ପ ସଂଯୋଜକମାନଙ୍କୁ ୨ଦିନ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ୨୪ ଜିଲାର ୧୦ଟି ଲେଖାଏ ମୋଟ ୨୪୦ ସ୍କୁଲରେ ଏହି ‘ମାଇକ୍ରୋସଫ୍ଟ ଟିମ୍‌’ ଦ୍ୱାରା ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି। ଗୋଟିଏ ସ୍କୁଲ ଅଧୀନରେ ୨୫୦ ଜଣ ଛାତ୍ରୀଛାତ୍ର ଏହି ସ୍ବତନ୍ତ୍ର ସଫ୍ଟଓ୍ବେର୍‌ ମାଧ୍ୟମରେ ପାଠ ପଢ଼ିପାରିବେ। ବେସରକାରୀ ଇଂଲିଶ ମିଡିୟମ୍‌ ସ୍କୁଲ୍‌ ସରକାରୀ ସ୍କୁଲ୍‌ରେ ମଧ୍ୟ ମାଇକ୍ରୋସଫ୍ଟ ଟିମ୍‌ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଶିକ୍ଷକମାନଙ୍କ ସହିତ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପାଠ ପଢ଼ିପାରିବେ। ଏହାସହ ଅନ୍ୟାନ୍ୟ ସ୍କୁଲ୍‌ରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ହ୍ବାଟ୍ସଆପ୍‌ ମାଧ୍ୟମରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମନ୍ତ୍ରୀ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri