ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ସଙ୍ଗରୋଧ କକ୍ଷରେ ରଖାଯାଇଛି। ଏବେ ସେମାନଙ୍କ ସ୍ବାବ୍‌ ରିପୋର୍ଟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଜିଲାର ବିଭିନ୍ନ ସଙ୍ଗରୋଧ କକ୍ଷରେ ଥିବା ୧୭ ଜଣ ସୁରଟ ଫେରନ୍ତାଙ୍କୁ ଏମକେସିଜି ମେଡିକାଲର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ୧୨ ଜଣ ସନ୍ଧିଗ୍ଧ କରୋନା ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମେଡିକାଲରେ ୨୯ ଜଣ ସନ୍ଧିଗ୍ଧ ଚିକିତ୍ସିତ ହେଉଥିବା ନେଇ ମେଡିକାଲ ଅଧିକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ଶୁକ୍ରବାର ସୂଚନା ଦେଇଛନ୍ତି।
ଏମକେସିଜି ମେଡିକଲର ସ୍ବତନ୍ତ୍ର କରୋନା ୱାର୍ଡରେ ୩୦ ଗୋଟି ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ୨୯ ଜଣ ସନ୍ଧିଗ୍ଧ ଚିକିତ୍ସିତ ହେଉଛନ୍ତି । ଅଧିକ ସନ୍ଧିଗ୍ଧ ମେଡିକାଲ ଆସିଲେ ସେମାନଙ୍କ ପାଇଁ ସେଠାରେ ରହିବା ବଡ ମୁସ୍କିଲ ହେବ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri