ଚାଇନାରେ ପୁଣି ଦେଖାଦେଇପାରେ କରୋନା ପ୍ରକୋପ

ବେଜିଂ,୫ା୫: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ପୁଣିଥରେ ଚାଇନାରେ ତାହାର ପ୍ରକୋପ ଦେଖାଇପାରେ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଚାଇନାର ଜଣେ ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀ। ଗତ ଦୁଇ ସପ୍ତାହ ମଧ୍ୟରେ ଦେଶର ୧୦ ପ୍ରଦେଶରେ ନୂଆ ସ୍ଥାନୀୟ କରୋନା ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଅର୍ଥାତ୍‌ ଉକ୍ତ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସେମାନେ ଅନ୍ୟ କାହାଠାରୁ ସଂକ୍ରମିତ ହୋଇଛନ୍ତି। ଏଥିରୁ ପୁଣି ସଂକ୍ରମଣ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଜଣକ ଚେତାଇ ଦେଇଛନ୍ତି। ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ(ଏନ୍‌ଏଚ୍‌ସି) କହିଛି ଯେ, ରବିବାର ୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ବିଦେଶ ଫେରନ୍ତା। ଏହାବ୍ୟତୀତ ୧୩ ନୂଆ ମାମଲା ମଧ୍ୟରେ ୨ ବିଦେଶ ଫେରନ୍ତା ଥିବାବେଳେ ସମସ୍ତଙ୍କଠାରେ ରୋଗର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ଏନ୍‌ଏଚ୍‌ସି ରବିବାର ପର୍ଯ୍ୟନ୍ତ ୯୬୨ ମାମଲା ଉପରେ ନଜର ରଖିଥିଲା, ଯେଉଁଥିରେ ରୋଗର କୌଣସି ଲକ୍ଷଣ ଦେଖାଯାଇନାହିଁ। ସେଥିମଧ୍ୟରୁ ୯୮ ଜଣ ହେଉଛନ୍ତି ବିଦେଶ ଫେରନ୍ତା। ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି ବୋଲି ଏନ୍‌ଏଚ୍‌ସି ମୁଖପାତ୍ର ମି ଫେଙ୍ଗ୍‌ କହିଛନ୍ତି।
ମହାମାରୀ କରୋନା ପ୍ରଥମେ ଚାଇନାର ଉହାନ୍‌ ସହରରେ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ତାହା ୨୧୨ ଦେଶକୁ ବ୍ୟାପି ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବାବେଳେ ୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ପ୍ରାୟ ଦେଢ଼ ମାସ ହେଲା ଚାଇନାରେ କରୋନା ସଂକ୍ରମଣ ହ୍ରାସ ପାଇ ଆସୁଥିବାବେଳେ ଆମେରିକା, ସ୍ପେନ, ଇଟାଲି, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ରୁଷିଆ, ତୁର୍କୀ, ବ୍ରାଜିଲ, ଇରାନରେ ଭୟାବହ ପରିସ୍ଥିତି ଜାରି ରହିଛି। ମାର୍ଚ୍ଚ ୨୫ରେ ଚାଇନାର ମୋଟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୧ ହଜାର ୨୮୫, ଯାହାକି ବିଶ୍ୱରେ ସବୁଠୁ ଅଧିକ। ମାର୍ଚ୍ଚ ୨୬ରେ ଆମେରିକା ଚାଇନାକୁ ଟପିଯାଇଥିଲା। ଉକ୍ତ ଦିନ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୮୨,୮୭୨ ଥିବାବେଳେ ଚାଇନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୮୧,୩୪୦। ରବିବାର ସୁଦ୍ଧା ଆମେରିକାରେ ୧୧ଲକ୍ଷ ୮୮ହଜାର ୧୨୨ଜଣ ସଂକ୍ରମିତ ହୋଇଥିବାବେଳେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୨ ହଜାର ୮୭୭। ଅର୍ଥାତ୍‌ ମାର୍ଚ୍ଚ ୨୬ରୁ ମେ ୩ ତାରିଖ ତଥା ୩୯ ଦିନ ମଧ୍ୟରେ ଆମେରିକାରେ ୧୧ ଲକ୍ଷ ୫ ହଜାର ୨୫୦ ଏବଂ ଚାଇନାରେ ୧,୫୩୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଆମେରିକା ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଚାଇନା ୧୧ଶ ସ୍ଥାନକୁ ଖସି ଆସିଛି।
ସୋମବାର ସୁଦ୍ଧା ଚାଇନାରେ ୮୨,୮୮୦ଜଣ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୭୭,୭୬୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ୪,୬୩୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୮୧ଜଣ ଚିକିତ୍ସାଧୀନ ଅଛନ୍ତି। ବେଜିଂରେ ଅନେକ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ପର୍ଯ୍ୟଟନସ୍ଥଳୀ ଖୋଲାଯାଇଛି। କିନ୍ତୁ ସିନେମା ହଲ୍‌, ପ୍ରେକ୍ଷାଳୟ ଭଳି କେତେକ ସର୍ବସାଧାରଣ ସ୍ଥାନ ବନ୍ଦ ରହିଥିବା ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri