ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ। ଆଧୁନିକ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ବାସନ ଯୁଗରେ ଏହି ବେଉସା ବୁଡିଯିବାକୁ ବସିଥିଲେ ହେଁ ଅନେକ ଅଭାବ ସତ୍ତ୍ୱେ ବି କେତେଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ସେମାନଙ୍କ ସମସ୍ୟା କେହି ବୁଝୁ ନାହାନ୍ତି କିମ୍ବା ସହାୟତା ମିଳୁନାହିଁ ା ଅନେକେ ଅନ୍ୟ କାମ ଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି।  ରବିବାର ହେଲେ କେନ୍ଦୁଝର ସହର ରାସ୍ତାକଡରେ ଖରାରେ ହାଣ୍ଡି, କଳସୀ ଆଦି ଧରି ଗ୍ରାହକ ଅପେକ୍ଷାରେ ରହିଥାନ୍ତି। ଜିଲାର ହଳଧରପୁର, ବକ୍ସିବାରିଗାଁ, କରିଆ, ଟିକରପଡା, ଜାମୁନାଳିଆ, ଗୋପାଳପୁର, ପଣ୍ଡାପଡା ଆଦି ଅଞ୍ଚଳରେ ବହୁ କୁମ୍ଭକାର ଏହି ବୃତ୍ତି ଜାରି ରଖିଛନ୍ତି ା ପ୍ରୋତ୍ସାହନ ମିଳୁନି ବୋଲି ଅନେକେ ଏହି ବୃତ୍ତିକୁ ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି। ତେବେ ପୂର୍ବପୁରୁଷର ଏହି କୌଳିକ ବୃତ୍ତିକୁ ଆମେ ଛାଡି ପାରୁନାହୁଁ ବୋଲି କୁମ୍ଭକାର ସମ୍ପ୍ରଦାୟର ବହୁ ପୁରୁଖା ଲୋକ ମତବ୍ୟକ୍ତ କରିଛନ୍ତି ା

କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ କୁମ୍ଭକାରମାନେ ବସବାସ କରିଆସୁଛନ୍ତି ା ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ପାଖାପାଖି ୩୦ ପରିବାର ଏହି କାମ କରୁଛନ୍ତି ା କାଠ ଦର ମହଙ୍ଗା ହେବାରୁ ହାଣ୍ଡି, ମାଠିଆ ଆଦିର ଗଢା ଖର୍ଚ୍ଚ ବଢିଲା ା ସେହିପରି ପ୍ଲାଷ୍ଟିକ,ସିଲଭର ବାସନ କୁସନ ସାମଗ୍ରୀର ବହୁଳ ବ୍ୟବହାର ହେବାରୁ ମାଟି ସାମଗ୍ରୀର ଚାହିଦା ମଧ୍ୟ କମିଛି। ଫଳରେ ଏହି ବୃତ୍ତି ଏବେ ସଙ୍କଟରେ।

ଆମକୁ ଭତ୍ତା ମିଳୁନାହିଁ ା ବ୍ୟାଙ୍କରୁ ଋଣ ଆଣୁଛୁ ଓ ପ୍ରଶାସନ କିଛି ସହାୟତା  ଦେଉନି ବୋଲି ସଦର ବ୍ଲକ ନେଲୁଙ୍ଗ ଗ୍ରାମର ଦେବେନ୍ଦ୍ର ରଣା କହିଛନ୍ତି।  ଅନ୍ୟ ଅଞ୍ଚଳ ଭଳି ସେମାନଙ୍କୁ ତାଲିମ ମିଳିଲେ ମାଟିରୁ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ବୋଲି ସେ କହିଛନ୍ତି ା

୮/୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ମାଟି ସାମଗ୍ରୀ ବିକ୍ରି ହେଉଛି। ଏଥିରୁ ସପ୍ତାହରେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଭାର କିମ୍ବା ଅଟୋରେ ସାମଗ୍ରୀ ସବୁ ବିକ୍ରି କରିବାକୁ ନେବାକୁ ପଡୁଛି। ବିକ୍ରି ନ ହୋଇ ବଳକା ରହିଲେ ବହୁ କମ୍‌ ଦାମ୍‌ରେ ବିକିବାକୁ ପଡୁଥିବା ଏବଂ ଭାଙ୍ଗିଗଲେ କ୍ଷତି ହୋଇଥାଏ ବୋଲି କହିଛନ୍ତି ନେଲୁଙ୍ଗ ଗ୍ରାମର ଚକ୍ରଧର ରଣା ା

କେବଳ ରବିବାର ହାଟରେ କେନ୍ଦୁଝର ସହରକୁ ଆଣି ବିକୁଛୁ ଏବଂ କୌଳିକ ବୃତ୍ତିିକୁ ବଞ୍ଚାଇ ରଖିଛୁ ବୋଲି ଅନେକ କୁମ୍ଭକାର କହିଛନ୍ତିି ା ମାଟି ନିଜେ ଆଣୁଛୁ ଓ କାଠ ଜଙ୍ଗଲରୁ ପାଉଛୁ ା ଏଣୁ ଏହି ବେଉସାକୁ ଛାଡି ପାରୁନାହୁଁ ା ଆମ ପରେ ପିଲାମାନେ ଆଉ ଏହି ବୃତ୍ତି କରିବେ ନାହିଁ ବୋଲି ଗୋପାଳପୁର ଗ୍ରାମର ୭୦ ବର୍ଷୀୟ ଗୋବିନ୍ଦ ବେହେରା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri