ଛେଳି-ଫଳ ସବୁ କରୋନା ପଜିଟିଭ, ଟେଷ୍ଟ କିଟ୍‌ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଦାର ଏସ୍‌ ସଲାମ,୪।୫: ଆଫ୍ରିକୀୟ ଦେଶ ତାଞ୍ଜାନିଆରେ କରୋନା ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍‌ ଗୁଡିକର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜନ ମଗୁଫୁଲି। ସୂଚନାଯୋଗ୍ୟ, ରବିବାର ତାଞ୍ଜାନିଆରେ ଗୋଟିଏ ଛେଳି ଓ ଏକ ଫଳ ପଓ ପଓ(pawpaw) କରୋନା ପଜିଟିଭ ମିଳିବା ଫଳରେ ସେଠାରେ ବ୍ୟବହାର କରାଯାଉଥିବା ଟେଷ୍ଟ କିଟ୍‌ରେ ତ୍ରୁଟି ଦର୍ଶାଇ ରାଷ୍ଟ୍ରପତି ଜନ ମଗୁଫୁଲି ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଆସିଥିବା ଟେଷ୍ଟ କିଟ୍‌କୁ ପରୀକ୍ଷା କରିବାକୁ ଛେଳି ଓ ପଓ ପଓ ଫଳର ନମୁନାକୁ ନେଇ ସେଥିରେ ମଣିଷ ପରି ନାଁ ଓ ବୟସ ଲେଖାଯାଇଥିଲା। ଏହାପରେ ତାକୁ ତାଞ୍ଜାନିଆର ଲାବୋରୋଟୋରିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହାର ରିପୋର୍ଟ ପଜିଟିଭ ଆସିବାରୁ ରାଷ୍ଟ୍ରପତି କହିଥିଲେ କିଟ୍‌ ଗୁଡିକର ଯାଞ୍ଚ କରାଯାଉ। ଏବେ ରାଷ୍ଟ୍ରପତି କହିଛନ୍ତି ଏହି ରିପୋର୍ଟକୁ ଦେଖି ଲାଗୁଛି ଦେଶରେ ଆହୁରି ଅଧିକ ସଂକ୍ରମିତ ରହିଛନ୍ତି ତେଣୁ ଏହାର ସଠିକ୍‌ ଯାଞ୍ଚ ହେବା ଦରକାର। କାରଣ ପୂର୍ବରୁ ରାଷ୍ଟ୍ରପତି ମଗୁଫୁଲିଙ୍କ ନାଁରେ ଦିନେ ତାଞ୍ଜାନିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ଆସିଥିବା ବେଳେ ଏହାକୁ ନେଇ ସେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ଏମିତିକି ସେ ତାଙ୍କ ଦେଶବାସୀଙ୍କୁ କହିଥିଲେ ପ୍ରାର୍ଥନା କର ଯେମିତି କରୋନା ଆମ ପାଖ ନ ମାଡୁ। ସୂଚନାଯୋଗ୍ୟ, ରବିବାର ସୁଦ୍ଧା ତାଞ୍ଜାନିଆରେ ୪୮୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ସେ ଏକ ବିମାନ ମାଡାଗାସ୍କର ପଠାଇଛନ୍ତି ଯେଉଁଥିରେ କରୋନା ଭାଇରସର ଚିକିତ୍ସା ପାଇଁ ହର୍ବାଲ ଔଷଧ ଆସିବ। ହେଲେ ଏହି ଔଷଧ ଦ୍ୱାରା କରୋନା ଠିକ୍‌ ହେବାର ଦାବି କରାଯାଇ ନାହିଁ। ଏବେ ଆମେରିକା, ୟୁରୋପ ଅପେକ୍ଷା ଆଫ୍ରିକୀୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ସତ ହେଲେ ଏଠାରେ କମ୍‌ ସଂଖ୍ୟାରେ ଟେଷ୍ଟ କରାଯାଉଥିବାରୁ ସଂକ୍ରମିତଙ୍କ ଅସଲ ତଥ୍ୟ ବାହାରକୁ ଆସିପାରୁ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri