ଡାର୍କ ନେଟ୍‌ରେ ବିକ୍ରି ହେଉଛି କରୋନା ଆରୋଗ୍ୟଙ୍କ ରକ୍ତ

ନୂଆଦିଲ୍ଲୀ,୪ା୫: ମହାମାରୀ କରୋନା ନିରୋଧୀ ଟିକା ତଥା ଔଷଧ ପ୍ରସ୍ତୁତି ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି। କେତେକ ଟିକାର କ୍ଲିନିକାଲ ପରୀକ୍ଷା ଚାଲିଛି। କିନ୍ତୁ ସାଇବର ଅପରାଧୀମାନେ ଏହି ମହାମାରୀରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟିକା ଓ ଅନ୍ୟାନ୍ୟ ଉପକରଣ ବିକ୍ରି କରିବାରେ ସକ୍ରିୟ ଅଛନ୍ତି। ବିଶେଷକରି ଆରୋଗ୍ୟ ହୋଇଥିବା କରୋନା ସଂକ୍ରମିତଙ୍କ ରକ୍ତକୁ ସେମାନେ ଟିକା ଭାବେ ଲିଟର ପିଛା ୨୧,୬୦୦ ଅଷ୍ଟ୍ରେଲୀୟ ଡଲାର ବା ୧୦ ଲକ୍ଷ ୪୮ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରୁଛନ୍ତି। ହେଲେ ସେମାନେ ଏଥିପାଇଁ ସାଧାରଣ ଓ୍ବେବ୍‌ସାଇଟ୍‌ ନୁହେଁ, ‘ଡାର୍କ ନେଟ୍‌ ବା ଡାର୍କ ଓ୍ବେବ୍‌’ର ବ୍ୟବହାର କରୁଛନ୍ତି। ସେମାନେ କ୍ରେତାଙ୍କୁ ବିଶ୍ୱାସ ଦେଉଛନ୍ତି ଯେ, କରୋନାରୁ ସୁସ୍ଥ ହୋଇଥିତ୍ବା ଲୋକଙ୍କ ରକ୍ତ ଦ୍ୱାରା ଏହି ମହାମାରୀ ବିରୋଧରେ ଜୀବନବ୍ୟାପୀ ରୋଗ ପ୍ରତିରୋଧକ ଶକ୍ତି ପାଇହେବ। ସାଇବର ଅପରାଧୀମାନଙ୍କ ଏଭଳି ଅନୈତିକ କାରବାରକୁ ପ୍ରଘଟ କରିଛନ୍ତି ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟି(ଏଏନ୍‌ୟୁ)ର ଅଷ୍ଟ୍ରେଲିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିମିନୋଲୋଜିର ଅନୁସନ୍ଧାନକାରୀମାନେ।
ଉଲ୍ଲେଖଥାଉ କି, ସମ୍ପୂର୍ଣ୍ଣ ଓ୍ବେବ୍‌ ଦୁନିଆର ପ୍ରାୟ ୪ ପ୍ରତିଶତ ଓ୍ବେବ୍‌ସାଇଟ୍‌କୁ ଗୁଗୁଲ, ୟାହୁ ଓ ଅନ୍ୟାନ୍ୟ ସର୍ଚ୍ଚ ଇଞ୍ଜିନ ମାଧ୍ୟମରେ ଯାଇହେବ ବା ଭିଜିଟ୍‌ କରିହେବ ବୋଲି ସାଇବର ବିଶେଷଜ୍ଞମାନେ କହୁଛନ୍ତି। ବାକି ୯୬% ଓ୍ବେବ୍‌ ସମ୍ପର୍କରେ ଆମେ ଅଜ୍ଞ। ଅର୍ଥାତ୍‌ ସାଧାରଣ ଲୋକଙ୍କ ପକ୍ଷରେ ତାହା ଅପହଞ୍ଚ। ଓ୍ବେବ୍‌ ଦୁନିଆର ଏହି ବଡ଼ ଅପହଞ୍ଚ ଅଂଶ ହେଉଛି ଡାର୍କ ନେଟ୍‌। ଆଇପି ଆଡ୍ରେସ୍‌ ଡିଟେଲ୍ସକୁ ଗୁପ୍ତ ରଖାଯାଇଥିବାରୁ ଡାର୍କ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ସାଧାରଣ ଲୋକେ ଦେଖିପାରିବେ ନାହିଁ। କେତେକ ନାମବିହୀନ ଟୁଲ୍ସ ମାଧ୍ୟମରେ ହିଁ ଏଭଳି ଓ୍ବେବ୍‌ସାଇଟ୍‌କୁ ଦେଖିହେବ। କିନ୍ତୁ ଡାର୍କ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ଟ୍ରାକ କରିବା ଏବଂ ସେଗୁଡ଼ିକର ସର୍ଭର ଡିଟେଲ୍ସକୁ ଖୋଜିବା ପ୍ରାୟତଃ ଅସମ୍ଭବ। ତେଣୁ ଏହା ମାଧ୍ୟମରେ ସାଇବର ଅପରାଧୀମାନେ ନିଶା କାରବାର, ପର୍ନୋଗ୍ରାଫି, ହ୍ୟାକିଂ, ଚୋରି ସାମଗ୍ରୀ ବିକ୍ରି ଆଦି କରୁଛନ୍ତି। ଏଏନ୍‌ୟୁ ଅନୁସନ୍ଧାନକାରୀମାନଙ୍କ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ଟି ଡାର୍କନେଟ୍‌ ମାର୍କେଟରେ କୋଭିଡ୍‌-୧୯ ସମ୍ପର୍କିତ ଶହ ଶହ ସାମଗ୍ରୀ ବିକ୍ରି କରି ସାଇବର ଅପରାଧୀମାନେ ଏହି ମହାମାରୀ ସମୟରେ ଶୋଷଣ କରୁଛନ୍ତି। ଉକ୍ତ ସାମଗ୍ରୀ ମଧ୍ୟରେ ରହିଛି ତଥାକଥିତ ଟିକା, ଔଷଧ, ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ କିଟ୍‌, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଏବଂ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପ୍ଲାଜମା।
ଆମେରିକା ଆଧାରିତ କାନାଡୀୟ ଡିିଜିଟାଲ ମିଡିଆ ‘ଭାଇସ୍‌’ ଏ ସମ୍ପର୍କିତ ଖବର ପ୍ରକାଶନ ବେଳେ ଦର୍ଶାଇଥିଲା ଯେ, ଏଭଳି ପ୍ରାୟ ୧୯ଟି ସାମଗ୍ରୀ ଏକ ଲୋକପ୍ରିୟ ଭୂତଳ ମାର୍କେଟରେ ବିକ୍ରି ପାଇଁ ଉପଲବ୍ଧ ରହିଥିଲା। ସେଥିମଧ୍ୟରେ ଥିଲା ୨୧,୬୦୦ ଅଷ୍ଟ୍ରେଲୀୟ ଡଲାରରେ ବିକ୍ରି ହେଉଥିବା କରୋନା ଆରୋଗ୍ୟଙ୍କ ରକ୍ତ। ଏହିସବୁ ସାମଗ୍ରୀ ବିଭିନ୍ନ ଦେଶର କେତେଜଣ ଡାକ୍ତରଙ୍କଠାରୁ ଅଣାଯାଇଥିଲା ଏବଂ ସ୍ବିଡେନ୍‌ର ଜଣେ ବିତରକଙ୍କ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରେତାମାନଙ୍କ ପାଖକୁ ଡାକ ମାଧ୍ୟମରେ ତାହାକୁ ପଠାଯାଉଛି।
ଅନୁସନ୍ଧାନକାରୀମାନେ ଗତ ଏପ୍ରିଲ ୩ରେ ଡାର୍କନେଟ୍‌ ମାର୍କେଟ୍‌ ଉପରେ ସର୍ଭେ କରିଥିଲେ। ସେମାନେ ପାଇଥିବା ସମସ୍ତ କରୋନାଭାଇରସ୍‌ ସମ୍ବନ୍ଧୀୟ ଉତ୍ପାଦ ମଧ୍ୟରୁ ପିପିଇ ଅତି ସହଜରେ ଉପଲବ୍ଧ ଥିଲା। ସେଗୁଡ଼ିକ ପ୍ରାୟତଃ ବିଭିନ୍ନ ଫ୍ୟାକ୍ଟ୍ରି, ଓ୍ବେର୍‌ହାଉସ୍‌୍‌ ଏବଂ ଷ୍ଟୋରରୁ ଚୋରି କରାଯାଇଥିବା ଅନୁମାନ କରାଯାଉଛି। ସେହିପରି କରୋନାରୁ ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ମ୍ୟାଲେରିଆ ନିରୋଧୀ ଔଷଧ, ପ୍ରାଣୀଙ୍କ ଦେହରେ ପରୀକ୍ଷା ହୋଇଥିବା ଟିକା ମଧ୍ୟ ଏଭଳି ଉପାୟରେ ବିକ୍ରି ପାଇଁ ଉପଲବ୍ଧ କରାଯାଉଛି। ଏହିସବୁ ସାମଗ୍ରୀ ମଧ୍ୟରୁ ପ୍ରାୟତଃ ଆମେରିକାରୁ ୬୧%, ୟୁରୋପରୁ ୬%, ବ୍ରିଟେନରୁ ୨.୬% ଏବଂ ଅଷ୍ଟ୍ରେଲିଆରୁ ୦.୫% ଅଣାଯାଉଥିବା ଜଣାପଡ଼ିଛି।
କ୍ରେତାମାନେ ନିଜ ଦେହରେ ଉକ୍ତ ରକ୍ତକୁ ଟିକା ଭାବେ ଗ୍ରହଣ କରି କୋଭିଡ୍‌-୧୯କୁ ପ୍ରତିହତ କରିବେ ବୋଲି ଆଶା କରୁଥିବା ଏଏନ୍‌ୟୁ ଅନୁସନ୍ଧାନକାରୀଙ୍କ ମୁଖ୍ୟ ରୋଡ୍‌ ବ୍ରଡ୍‌ହର୍ଷ୍ଟଙ୍କ କହିଛନ୍ତି। ବଜାରରେ ପିପିଇ ଓ ଅନ୍ୟାନ୍ୟ ସାମଗ୍ରୀର ଅଭାବ ଥିବାରୁ ସେଗୁଡ଼ିକୁ ଉଚ୍ଚା ଦରରେ ଡାର୍କ ନେଟ୍‌ରେ ବିକ୍ରି କରାଯାଉଛି। ବ୍ରଡ୍‌ହର୍ଷ୍ଟ କହିଛନ୍ତି ଯେ, ମହାମାରୀର ସୁଯୋଗ ନେଇ କେତେଜଣ ଅନୈତିକ ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଆଗାମୀ ଦିନରେ ସେମାନଙ୍କ ନେଟୱର୍କ ଆହୁରି ବଢ଼ିପାରେ। ଏହି ସମୟରେ ତାହା ବନ୍ଦ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri