ବିଗିଡ଼ିଗଲା ରାଜଧାନୀ ଚିତ୍ର: ଥୁଣ୍ଟା ହୋଇଯାଇଥିଲା ସବୁଜ ରାଜଧାନୀ, ରାଶନ ପାଇଁ ଲାଗିଥିଲା ୩୦ଦିନ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଗତବର୍ଷ ମେ’ ୩ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ର ବିଶେଷ ପ୍ରଭାବ ଭୁବନେଶ୍ୱରରେ ପଡ଼ିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଥିଲା। ଉଜୁଡ଼ି ଯାଇଥିଲା ରାଜଧାନୀର ଚିତ୍ର। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ସେବା ନ ପାଇ ଛଟପଟ ହୋଇଥିଲେ। ଭୁବନେଶ୍ୱରରେ ଥିବା ସରକାରୀ ଓ ଘରୋଇ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ଶପିଂ ମଲ୍‌, ରେଳଷ୍ଟେଶନ ଫନୀ ପ୍ରକୋପରୁ ବର୍ତ୍ତିପାରି ନ ଥିଲା। କାହାଉପରେ ଗଛ ଭାଙ୍ଗି ପଡ଼ିଥିଲା ତ’ କାହାର କାଚ ଭାଙ୍ଗି ଯାଇଥିଲା ଆଉ କାହାର ନାମ ଫଳକ ଉଭାନ ହୋଇଯାଇଥିଲା। ଫନୀର ୩ଘଣ୍ଟାର ତାଣ୍ଡବ ପାଇଁ ଭୁବନେଶ୍ୱରବାସୀ ୩୦ଦିନ ଛଟପଟ ହୋଇଥିଲେ। ବିଶେଷ କରି ବସ୍ତିବାସିନ୍ଦା ଓ ଦିନ ମଜୁରିଆଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବା ଏକ ଆହ୍ବାନ ପାଲଟିଥିଲା। ଯେଉଁ ଆହ୍ବାନ ଆଜି ପର୍ଯ୍ୟନ୍ତ ବଜାୟ ରହିଛି। ଫନୀ ସମୟରେ ସମ୍ପୃକ୍ତ ବସ୍ତିବାସିନ୍ଦା, ଦିନ ମଜୁରିଆ ଖାଇବାକୁ ନ ପାଇ ଉପାସ ରହୁଥିଲେ, ଆଉ ବର୍ତ୍ତମାନ କରୋନା ମହାମାରୀ ପାଇଁ ନିଜର ସଂଘର୍ଷ ଜାରି ରଖିଛନ୍ତି।

ରାଶନ ପାଇଁ ଲାଗିଥିଲା ୩୦ଦିନ
ଫନୀ ପରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ରାଶନ ବଣ୍ଟନ ଓ ସହାୟତା ପ୍ରଦାନରେ ବିଏମ୍‌ସି ଅହେତୁକ ବିଳମ୍ବ କରିଥିଲା। ଫନୀକୁ ସପ୍ତାହ ବିତିବା ପରେ ବିଏମ୍‌ସି ଲୋକଙ୍କୁ ରାଶନ ବାଣ୍ଟିବା ଆରମ୍ଭ କରିଥିଲା। ଏପରି କି ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଆବଶ୍ୟକ ପାଲ ଖଣ୍ଡେ ଯୋଗାଇବାକୁ ବିଏମ୍‌ସିକୁ ମାସେ ସମୟ ଲାଗିଥିଲା। ଫଳରେ ଫନୀ ପରେ ଦୀର୍ଘ ମାସେ କାଳ ଗରିବ ଓ ଦିନ ମଜୁରିଆ ଭୋକ ଉପାସରେ ରହିବା ସହ ଖୋଲା ଆକାଶ ତଳେ ଶୋଇଥିଲେ।

ଉଠାଦୋକାନୀଙ୍କ ସହାୟତା ପାଣିରେ ଗାର
ଫନୀରେ ଭୁବନେଶ୍ୱରରେ ଥିବା ଉଠାଦୋକାନୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଏଥିପାଇଁ ରାଜ୍ୟ ସରକାର ପଞ୍ଜୀକୃତ ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ। ବର୍ଷେ ପୂରିଲାଣି, ହେଲେ ଏଯାବତ୍‌ ଉଠାଦୋକାନୀଙ୍କୁ ଫନୀ ସହାୟତା ମିଳିପାରି ନାହିଁ। ପଞ୍ଜୀକୃତ ୨୨ହଜାର ଉଠାଦୋକାନୀଙ୍କ ମଧ୍ୟରୁ ୩୦ପ୍ରତିଶତ ବ୍ୟବସାୟୀ ଏଯାବତ୍‌ ସହାୟତା ପାଇ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଏନେଇ ବିଏମ୍‌ସି କାର୍ଯ୍ୟାଳୟ ମଧ୍ୟ ସମ୍ପୃକ୍ତ ବ୍ୟବସାୟୀ ଘେରାଉ କରୁଥିବା ନଜିର ରହିଛି।

ଥୁଣ୍ଟା ହୋଇଯାଇଥିଲା ସବୁଜ ରାଜଧାନୀ
୧୭୦ କି.ମି. ବେଗରେ ପବନ ସହ ବର୍ଷା ସାଙ୍ଗକୁ ୩ ଘଣ୍ଟାର ତାଣ୍ଡବ। ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ରାଜଧାନୀ ଭୁବନେଶ୍ୱରର ସବୁଜ ଭରା ପରିବେଶ। ରାସ୍ତା ଘାଟ ଭଙ୍ଗା ଗଛରେ ଭର୍ତ୍ତି ହୋଇଥିଲା। ଯାହାକୁ କାଟି ଉଠାଇବା ପାଇଁ ବିଏମ୍‌ସିକୁ ୬ମାସ ସମୟ ଲାଗିଥିଲା। ଏବେ ବର୍ଷେ ପରେ ରାଜଧାନୀର ସବୁଜିମା ପୁଣି ଫେରିଥିବା ଦେଖିବାକୁ ମିଳିଛି।

ଖାଦ୍ୟ, ପାନୀୟ ପାଇଁ ବିକଳ
୩ଘଣ୍ଟାର ତାଣ୍ଡବ ପରେ ୩ଦିନ ଯାଏ ଘର ଆଗରେ ଗଛ ପଡ଼ି ରହିଥିଲା। ବଜାରକୁ ଆସିବା ତ ଦୂରର କଥା ଲୋକଙ୍କୁ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା। ରାସ୍ତାରେ ଗଛ ପଡ଼ିଥିବାରୁ ଅତ୍ୟାବଶ୍ୟକ ସାମାଗ୍ରୀ ଭୁବନେଶ୍ୱରକୁ ଆସିପାରୁ ନ ଥିଲା। ହାଟ ବଜାର ବନ୍ଦ ଥିବାରୁ ଲୋକେ ଖାଦ୍ୟ ପାନୀୟ ପାଇଁ ନାନା ସମସ୍ୟା ଅନୁଭବ କରିଥିଲେ। ସେହି ସମୟରେ ବିଏମ୍‌ସି ପକ୍ଷରୁ ପାଖାପାଖି ୫୩ହଜାର ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧ୍ୟା ଖାଦ୍ୟଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri