ଦାଦନଙ୍କ ପାଇଁ ବ୍ୟବସ୍ଥା କର

ନୂଆଦିଲ୍ଲୀ, ୩୦ା୪: ସମ୍ପ୍ରତି ମହାମାରୀ କରୋନା ଆମକୁ ଦେଶର ଶ୍ରମିକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଭାଇରସ୍‌ ଗୋଟିଏପଟେ ଶ୍ରମିକଙ୍କ ସ୍ବାସ୍ଥ୍ୟକୁ ନେଇ ବାସ୍ତବ ଚିତ୍ର ଆଙ୍କୁଥିବାବେଳେ ଅନ୍ୟପଟେ ଆମ ଅର୍ଥନୀତିରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଜନ ସଚେତନତା ସୃଷ୍ଟି କରିଛି। ୧୦୦ରୁ ୧୨୫ ନିୟୁତ ଲୋକ ଜୀବିକା ଉପାର୍ଜନ ପାଇଁ ସେମାନଙ୍କ ଗାଁ, ପରିବାର ଓ ଘର ଛାଡ଼ି ସୁଦୂର ସହରକୁ ଯାଇଥାନ୍ତି। ସେମାନଙ୍କ ଅଦୃଶ୍ୟ ହାତ ଫସଲ ଅମଳ କରି ଆମକୁ ଖାଇବାକୁ ଦିଏ, ରାସ୍ତାଘାଟ ସ୍ବଚ୍ଛ ରଖେ, କଳକାରଖାନା ଚଳାଏ, ସଡ଼କ ନିର୍ମାଣ କରେ ଓ ଆମ ଘର ତିଆରି କରିଥାଏ। ଏକଥା ମଧ୍ୟ ଆମେ ଏବେ ହୃଦୟଙ୍ଗମ କରିବାକୁ ବାଧ୍ୟ ହୋଇଛୁ। ତେଣୁ କେବଳ କରୋନା ସଂକ୍ରମଣ ବେଳେ ନୁହେଁ, ବରଂ ସବୁ ସମୟ ପାଇଁ ନାଗରିକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ଲାଗି ଏକ ସାମାଜିକ ନୀତି ନିର୍ଦ୍ଧାରଣ ଜରୁରୀ।
ଫେରିବା ଲାଗି ବାଟ କଢ଼ାଇବା
ଘରଠାରୁ ଦୂରରେ ରହିବା ସହଜ ନୁହେଁ। ଯେଉଁଠି ଆରାମ ମିଳେ, ସମ୍ପର୍କ ଗଢ଼ିଉଠେ ଓ ପରିବାର ପରିପୋଷଣ କରାଯାଏ ସେହି ଘର କେବଳ ଇଟା, ପଥର ବା କାଠ, ଟିଣରେ ତିଆରି ହୁଏନାହିଁ। ଏହା ଦୈନନ୍ଦିନ ସଂଘର୍ଷରୁ ମଣିଷକୁ ଅଭୟ ପ୍ରଦାନ କରିଥାଏ। ଘରେ ଯାହା ଥାଉନା କାହିଁକି ଦୁନିଆ ଯାକର ସୁଖଶାନ୍ତି କେବଳ ପରିବାରରେ ମିଳିଥାଏ। ହେଲେ ଭୋକିଲା ଦାଦନ ଶ୍ରମିକମାନେ ସେହି ପରିବାରଠାରୁ ଶହ ଶହ ମାଇଲ ଦୂରକୁ ଯାଇ ଖଟନ୍ତି କେବଳ ଦୁଇମୁଠା ଅନ୍ନ ପାଇଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନାନା ଯୋଜନା ତିଆରି ହେଉଥିଲେ ସୁଦ୍ଧା ସେମାନେ କାହିଁକି ନିଜ ରାଜ୍ୟ ବା ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରନ୍ତି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠେ। ବିଦେଶରେ ଫସିଥିବା ଭାରତୀୟମାନଙ୍କୁ କାହିଁକି ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଫେରାଇ ଅଣାଯାଉଛି। ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରଗୁଡ଼ିକରେ ପଢ଼ୁଥିବା ମଧ୍ୟବିତ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ରାଜ୍ୟର ସରକାରମାନେ ବ୍ୟବସ୍ଥା କରୁଛନ୍ତି। ହେଲେ ଦାଦନ ଶ୍ରମିକମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ କାହିଁକି? ସେମାନେ କ’ଣ ଏହି ଦେଶର ନାଗରିକ ନୁହନ୍ତି? ଏପରି ଭେଦଭାବ କାହିଁକି? ଏସବୁର ଉତ୍ତର ଖୋଜିବାକୁ ଗଲେ ନିରାଶ ହେବାକୁ ପଡ଼େ।
ସ୍ବାଭାବିକ ସମୟର ସ୍ଥିତି
ବର୍ତ୍ତମାନର ଲକ୍‌ଡାଉନ୍‌ ସମୟରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ସ୍ବାଭାବିକ ବେଳରେ ସେମାନଙ୍କ ଦୁଃସ୍ଥିତିକୁ ପ୍ରତିଫଳନର ଏକ ଅବସର ହେବା ଉଚିତ। ଠିକା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ବିନା କୌଣସି ଚୁକ୍ତିରେ କାମ କରିଥାନ୍ତି। ସେମାନଙ୍କୁ ମାସକୁ ଏକ ସର୍ବନିମ୍ନ ନିୟମିତ ମଜୁରି ପ୍ରଦାନ କରାଯିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। କିନ୍ତୁ ତାହା ସେମାନଙ୍କ ଭାଗ୍ୟରେ ଜୁଟି ନ ଥାଏ। ଅନେକେ ମାସ ମାସ ଧରି ପାଉଣା ପାଇ ନ ଥାନ୍ତି। ଋତୁ ଶେଷରେ ସେମାନଙ୍କୁ ବକେୟା ପଇଠ କରାଯିବାବେଳେ ମଧ୍ୟ ନିର୍ଦ୍ଧାରିତ ଅର୍ଥ ମିଳି ନ ଥାଏ। ଏହି କ୍ଷେତ୍ରରେ ନିଯୁକ୍ତଦାତା ବା ସେମାନଙ୍କୁ ଖଟାଉଥିବା ମାଲିକ ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଅଭିଯୋଗ ହୁଏ। ନିୟମିତ ଭାବେ ପାରିଶ୍ରମିକ ନ ପାଇ ଶ୍ରମିକମାନେ ନିଯୁକ୍ତିଦାତା କିମ୍ବା ସ୍ଥାନୀୟ ସାହୁକାରଙ୍କଠାରୁ କରଜ ଆଣିଥାନ୍ତି। ଏହା ସେମାନଙ୍କୁ ଅଧିକ ଆର୍ଥିକ ଅନଟନ ଭିତରକୁ ଠେଲିଦେଇ ଋଣବୋଝରେ ଡୁବାଇ ଦେଇଥାଏ।
କାର୍ଯ୍ୟ ଓ ମର୍ଯ୍ୟାଦା
ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସାମାଜିକ ନୀତି ପ୍ରଣୟନ କରାଯିବା ଜରୁରୀ। କେବଳ ମହାମାରୀ କରୋନା ସଂକ୍ରମଣ ବେଳେ ନୁହେଁ, ବରଂ କୌଣସି ପ୍ରକାର ଆକସ୍ମିକ ପରିସ୍ଥିତିର ସାମ୍ନା ଲାଗି ସବୁ ସମୟ ପାଇଁ ଏକ ସାମାଜିକ ନୀତି ନିର୍ଦ୍ଧାରଣ ଆବଶ୍ୟକ। କାର୍ଯ୍ୟ କରିବା ଅଧିକାର ସମେତ ସାମାଜିକ-ଅର୍ଥନୈତିକ ଅଧିକାରଗୁଡ଼ିକ ଆମ ରାଷ୍ଟ୍ର ପରିଚାଳନା ପାଇଁ ଉଦ୍ଦିଷ୍ଟ ନୀତି ନିର୍ଦ୍ଦେଶାବଳୀର ଏକ ଅଂଶବିଶେଷ। ୨୦୦୫ରେ ଜାତୀୟ ଗ୍ରାମୀଣ ମହାମତ୍ା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) ପ୍ରଣୟନ କରି ପାର୍ଲାମେଣ୍ଟ ଦେଶର ନାଗରିକମାନଙ୍କ ଜୀବିକା ସୁନିଶ୍ଚିତ କରିଥିଲା। ଏହି ଆଇନ ବଳରେ ମେଶିନ ବଦଳରେ ଲୋକଙ୍କୁ ହାତରେ କାମ କରିବା ପାଇଁ ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସମାନତାର ଗଣତାନ୍ତ୍ରିକ ମାନଦଣ୍ଡ ଅଧୀନରେ ଦାନରେ ବଞ୍ଚତ୍ବା ଶ୍ରମିକଙ୍କ ଆମତ୍ସମ୍ମାନକୁ ନୂ୍ୟନ କରିଦେଉଛି। ତେଣୁ ଶ୍ରମିକମାନେ ଯେପରି ଆମତ୍ସମ୍ମାନର ସହ ଜୀବନ ବିତାଇବେ ସେଥିପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିବା ଉଚିତ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri