କ୍ଷମତା ଲୋଭରେ ବିପଦକୁ ଆମନ୍ତ୍ରଣ: କୋଭିଡ୍‌-୧୯କୁ ଅସ୍ତ୍ରକରି ସତ୍ୟର କଣ୍ଠରୋଧ

ବେଜିଂ,୨୯।୪: କ୍ଷମତାସୀନ ନେତାମାନେ ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ କ୍ଷମତାର ଅପବ୍ୟବହାର କରିଚାଲିଛନ୍ତି। ଏପରି କି ମୁକ୍ତ ସାମ୍ବାଦିକତାର କଣ୍ଠରୋଧ କରି ନିଜକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି କରୋନା ଭାଇରସ୍‌ ସଙ୍କଟ ବିଭିନ୍ନ ରାଷ୍ଟ୍ରରେ ସମାଲୋଚକଙ୍କୁ ନୀରବ ରଖିବା ସହିତ ନେତାମାନଙ୍କ ଶକ୍ତି ଏକତ୍ର କରିବା ପାଇଁ ଏକ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ଚାଇନା ସମେତ ବିଭିନ୍ନ ରାଷ୍ଟ୍ରରେ ଶାସକଙ୍କ ଦୋଷ ଲୁଚାଇବା ଏହି ମହାମାରୀକୁ ବୃଦ୍ଧି କରିବାରେ ସହଯୋଗ କରୁଛି। ଏହା ସ୍ବାସ୍ଥ୍ୟ ସଙ୍କଟକୁ ଜଟିଳ କରିବା ସହ ସରକାରଙ୍କ ସ୍ବେଚ୍ଛାଚାରିତାକୁ ମଧ୍ୟ ବୃଦ୍ଧି କରାଇବ। ଫଳରେ କ୍ଷମତାର ଦୁରୁପଯୋଗ ହେବା ସହ ଆଉ ଏକ ମହାମାରୀର ସ୍ଥାୟୀ ଉତ୍ତରାଧିକାରୀ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।
କୌଣସି ସଙ୍କଟ ବା ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ସ୍ବାସ୍ଥ୍ୟ ସେହି ସମୟରେ ମିଳୁଥିବା ଉପଯୁକ୍ତ ସୂଚନା ଉପରେ ନିର୍ଭର କରିଥାଏ। ହେଲେ ଚାଇନା ସରକାର ଏହାକୁ ହେୟମନେ କଲେ, ଯାହାକି ଏକ ବିପର୍ଯ୍ୟୟ ସୃଷ୍ଟି କଲା। ଗତ ଡିସେମ୍ବରରେ ଯେତେବେଳେ ଉହାନର ଡାକ୍ତରମାନେ କରୋନା ଭାଇରସ୍‌ର ଉପସ୍ଥିତି ନେଇ ସରକାରଙ୍କୁ ସୂଚାଇବାକୁ ଚାହିଁଲେ ସେତେବେଳେ ସେଠାକାର ପ୍ରଶାସନ ଚୁପ ରହିବା ସହ ଡାକ୍ତରମାନଙ୍କୁ ତାଗିଦ୍‌ କରିବାରେ ଲାଗିଲେ। ଡାକ୍ତରମାନଙ୍କ ଚେତାବନୀକୁ ବେଖାତିର କରିବା ଫଳରେ ୩ସପ୍ତାହ ମଧ୍ୟରେ କୋଭିଡ-୧୯ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ଲକ୍ଷ ଲକ୍ଷ ଲୋକ ଉହାନ ଛାଡ଼ି ପଳାଇ ଆସିଲେ, ଫଳରେ କରୋନା ଭାଇରସ ଚାଇନା ସହ ସମଗ୍ର ବିଶ୍ୱକୁ ବ୍ୟାପିଗଲା। ଏହାସତ୍ତ୍ୱେ ଚାଇନା ସରକାର ଜନସ୍ବାସ୍ଥ୍ୟ ଅପେକ୍ଷା ରାଜନୈତିକ ସ୍ଥିତିକୁ ଜାହିର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। କରୋନା ଭାଇରସ୍‌ ଏବେ ଦୁର୍ବଳ ହୋଇଗଲାଣି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଏହାର ନିରପେକ୍ଷ ତଦନ୍ତ କରିବାକୁ ଦିଆଯାଉ ନାହିଁ। ଏପରି କି ଏସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଚାହୁଁଥିବା ଆମେରିକାର କିଛି ପ୍ରମୁଖ ପ୍ରକାଶନର ଅନେକ ଖବରଦାତାଙ୍କୁ ବହିଷ୍କାର କରାଯାଇଛି। ଏଥିସହିତ ଉହାନକୁ ଯାଇଥିବା ଚାଇନାର କେତେକ ନିରପେକ୍ଷ ଖବରଦାତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏବେ ବେଜିଂ ନିଜର ଦୋଷକୁ ଲୁଚାଇବା ସହ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କରୋନାର ଉତ୍ପତ୍ତି ସହ ବନ୍ୟଜନ୍ତୁଙ୍କ ସମ୍ପର୍କକୁ ପ୍ରମାଣିତ କରାଇବାକୁ ଚେଷ୍ଟା କରୁଛି।
ଚାଇନାର ଏଭଳି ଏକଚାଟିଆ ଆଭିବମୁଖ୍ୟକୁ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ଆପଣାଉଥିବା ଦେଖିବାକୁ ମିଳୁଛି। ଥାଇଲାଣ୍ଡ, କମ୍ବୋଡିଆ, ଭେନେଜୁଏଲା, ବାଂଲାଦେଶ ଏବଂ ତୁର୍କୀ ସରକାର ସେଠାକାର ସାମ୍ବାଦିକ, ବିରୋଧୀ ଦଳର କର୍ମୀ, ସ୍ବାସ୍ଥ୍ୟକର୍ମୀ ଏବଂ ଯେଉଁମାନେ କରୋନା ଭାଇରସ୍‌ ମୁକାବିଲାରେ ବିଫଳତା ନେଇ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ତୁରନ୍ତ ଅଟକ ରଖାଯାଉଛି। ମୁକ୍ତ ଗଣମାଧ୍ୟମ ଚୁପ୍‌ ବସିଗଲେ ସରକାର ବାସ୍ତବସ୍ଥିତିକୁ ଅଣଦେଖା କରି ନିଜର ପ୍ରଚାରପ୍ରସାର କରିବାରେ ଲାଗିବେ। ଯେପରି କି ଇଜିପ୍ଟର ରାଷ୍ଟ୍ରପତି ଅବ୍‌ଦଲ ଫତାହ ଏଲ୍‌-ସିସି ଦେଶର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ଯାଇ କରୋନା ଭାଇରସ୍‌କୁ ଗତ କିଛି ସପ୍ତାହ ପାଇଁ ହେୟଜ୍ଞାନ କଲେ। ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ନେଇ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରି ଖବର ପରିବେଷଣ କରାଯିବାରୁ ଖବର ସରବରାହ ସଂସ୍ଥା ଗାର୍ଡିଆନର ଜଣେ ଖବରଦାତାଙ୍କୁ ବହିଷ୍କାର କରାଯିବା ସହ ନ୍ୟୁୟର୍କ ଟାଇମ୍‌ସର ଜଣେ ସାମ୍ବାଦିକଙ୍କୁ ଚେତାବନୀ ଦିଆଯାଇଥିଲା। ସେହିପରି ତୁର୍କୀରେ ମଧ୍ୟ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ ତାଙ୍କ ଦେଶର ଜେଲ୍‌ରେ କେହି କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ନ ଥିବା ସୂଚନା ଦେଇଥିଲେ। ହେଲେ ପରେ ଜେଲ୍‌ରେ ଜଣେ ୭୦ବର୍ଷୀୟ ବନ୍ଦୀ ଏବଂ ଜେଲ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ବିଷୟ ପ୍ରଘଟ କରିଥିବା ଜଣେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ ପ୍ରୟୁତ୍‌ ଚାନ ମଧ୍ୟ ସେଠାକାର ଗଣମାଧ୍ୟମ ଉପରେ କଟକଣା ଲଗାଇଛନ୍ତି। ସରକାରୀ ପ୍ରେସ୍‌ ବିବୃତି ବ୍ୟତୀତ କିଛି ଲେଖିବାକୁ ମନା କରିଛନ୍ତି।
ମୁକ୍ତ ଗଣମାଧ୍ୟମ କେବଳ ଏକ ପ୍ରତିକାର ନୁହେଁ। ଏକ ଦାୟିତ୍ୱସମ୍ପନ୍ନ ସରକାର ମଧ୍ୟ ଆବଶ୍ୟକ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରଥମେ କରୋନା ଭାଇରସ୍‌କୁ ଗୁଜବ ବୋଲି କହିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଜ୍ୟୋର ବୋଲ୍‌ସୋନାରୋ ଭୂତାଣୁକୁ ଏକ କାଳ୍ପନିକ ବିଷୟ ବୋଲି ତାଚ୍ଛଲ୍ୟ କରିଥିଲେ। ସେହପିରି ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ର୍ୟୁସ ମାନୁଏଲ ଲୋପେଜ୍‌ ଓବ୍ରାଡର ବିଭିନ୍ନ ରାଲି ଆୟୋଜନ କରିବା ସହ ସମର୍ଥକଙ୍କୁ କୋଳେଇ ଚୁମ୍ବନ ମଧ୍ୟ ଦେଲେ। ଏହି ସବୁ ଦାୟିତ୍ୱହୀନ କାର୍ଯ୍ୟକୁ ମୁକ୍ତ ଗଣମାଧ୍ୟମ ସଜାଗ ରହି ସ୍ବର ଉତ୍ତୋଳନ କରୁଥିବାବେଳେ ସୁପ୍ତ ଗଣମାଧ୍ୟମ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିପାରୁ ନାହାନ୍ତି। ଏପରି କାର୍ଯ୍ୟଧାରା ଏକ ସୁସ୍ଥ ପରମ୍ପରା ସୃଷ୍ଟି କରୁନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri