ପ୍ରବାସୀ ଶ୍ରମିକଙ୍କୁ ନିଜ ସହରକୁ ଛଡ଼ାଯିବନି

ନୂଆଦିଲ୍ଲୀ,୨୮ା୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କରେ ଅଛନ୍ତି। ଲକ୍‌ଡାଉନ୍‌ ଲାଗୁହେବା ପରେ ଅନେକ ଲୋକ କାମଧନ୍ଦା ହରାଇବା ସହ ପେଟକୁ ଦାନା ଯୋଗାଡ଼କରିବା ଓ ପରିବାର ପୋଷିବା କଷ୍ଟକର ହୋଇପଡ଼ିଛି। ପରିସ୍ଥିତିକୁ ଦେଖି ଅନେକ ପ୍ରବାସୀ ନିଜ ସହରକୁ ଫେରିଆସିବା ଲାଗି ଉଦ୍ୟମ କରୁଛନ୍ତି। ଏଥିଲାଗି ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ତେବେ କରୋନା ସ୍ଥିତି ଯୋଗୁ ଏବେ କୌଣସି ପ୍ରବାସୀଙ୍କୁ ନିଜ ରାଜ୍ୟ ବା ସହରକୁ ଯିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଉତ୍ତରରେ କହିଛନ୍ତିି। ଭାରତରେ ଏବେ ୧.୩୬ ନିୟୁତ କର୍ମଜୀବୀ ଥିବାବେଳେ ଏହାର ଅଧା ଅଣକୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରବାସୀ ଯେଉଁଠାରେ ଅଛନ୍ତି, ସେହିଠାରେ ହିଁ ରହିବେ। ସେମାନଙ୍କ ରହିବା, ଖାଇବା ଆଦି ସମସ୍ତ କାର୍ଯ୍ୟ ସ୍ଥାନୀୟ ସରକାର ବୁଝିବେ। ସେମାନଙ୍କୁ ନିଜ ସହର କିମ୍ବା ଗ୍ରାମକୁ ଯିବା ଲାଗି ଅନୁମତି ଦେବାର ଅର୍ଥ ଭୂତାଣୁ ସଂକ୍ରମଣକୁ ପ୍ରୋତ୍ସାହନ କରିବା ଭଳି। ବହୁ ଲୋକଙ୍କ ଜୀବନ ଏଥିରେ ଯିବା ଆଶଙ୍କା ରହିଛି ବୋଲି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା କେନ୍ଦ୍ର ରିପୋର୍ଟରେ ଦର୍ଶାଯାଇଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୭,୯୭୮ ରିଲିଫ କ୍ୟାମ୍ପ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରାୟ ୧୪.୩ ଲକ୍ଷ ଲୋକ ରହୁଛନ୍ତି। ଏଥିସହ ୨୬,୨୨୫ଟି ଫୁଡ୍‌ କ୍ୟାମ୍ପ ଖୋଲାଯାଇଛି। ପ୍ରାୟ ୧.୩୪ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି। ତେଣୁ ପ୍ରବାସୀମାନେ ନିଜ ସହରକୁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର କହିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ସୋମବାର ଭିଡିଓ କନ୍‌ଫରେନ୍ସିଂରେ ଏକାଧିକ ମୁଖ୍ୟମନ୍ତ୍ରୀ ପ୍ରବାସୀଙ୍କୁ ସ୍ବତନ୍ତ୍ର ଭାବେ ସେମାନଙ୍କ ସହରକୁ ଯିବା ଲାଗି ସହାୟତା ସହ ଅନୁମତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏନେଇ କେନ୍ଦ୍ର ସହ ଆଲୋଚନା କରାଯାଇ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରିଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିବା ବେଳେ ପ୍ରବାସୀମାନେ ନିଜ ସହରକୁ ଫେରିବା ବାଟ ବନ୍ଦ ହୋଇଯାଇଛି। ତେବେ ପ୍ରବାସୀ ଶ୍ରମିକଙ୍କ ଲାଗି କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri