ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ

ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଫଳରେ କୋଟି କୋଟି ଲୋକ ନିଜ ଘରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଆବଦ୍ଧ ହୋଇ ରହିଛନ୍ତି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କେବେ ସମାପ୍ତ ହେବ କରୋନା ଭାଇରସ୍‌ର ପ୍ରକୋପ। ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସିଙ୍ଗାପୁରର ଗବେଷକମାନେ। ସେମାନଙ୍କ ପୂର୍ବାନୁମାନ ଅନୁଯାୟୀ ଭାରତରେ ଏହି ମହାମାରୀର ପ୍ରକୋପ ଆସନ୍ତା ମେ ୨୧ରେ ୯୭ ପ୍ରତିଶତ ଲୋପ ପାଇଯିବ। ସେହିପରି ମେ ୩୧ରେ ୯୯% ଏବଂ ଜୁଲାଇ ୨୫ରେ ୧୦୦% ଅର୍ଥାତ୍‌ ସମ୍ପୂର୍ଣ୍ଣ ଭାବେ ଏହା ସମାପ୍ତ ହେବ। ଭାରତରେ ଏପ୍ରିଲ ୨୦କୁ ଗବେଷକମାନେ ଟର୍ନିଂ ଡେଟ୍‌ ବା ପରିବର୍ତ୍ତନର ତାରିଖ ଭାବେ ବିବେଚନା କରିଛନ୍ତି।
ଚାଇନାରୁ ସାରା ବିଶ୍ୱକୁ କୋଭିଡ୍‌-୧୯ ବ୍ୟାପିବା ଏବଂ ଧୀରେ ଧୀରେ ହ୍ରାସ ପାଇବାର ଧାରାକୁ ଆଧାର କରି ସିଙ୍ଗାପୁର ୟୁନିଭର୍ସିଟି ଅଫ୍‌ ଟକ୍ନୋଲୋଜି ଆଣ୍ଡ ଡିଜାଇନ(ଏସ୍‌ୟୁଟିଡି)ର ଡାଟା-ଡ୍ରିଭେନ ଇନୋଭେଶନ ଲାବ୍‌ର ଗବେଷକମାନେ କରୋନା ଭୂତାଣୁର ବିଲୋପ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଅଧ୍ୟୟନ ହେଉଛି ଏକ ଗାଣିତିକ ମଡେଲ ‘ଏସ୍‌ଆଇଆର’ (ସସ୍‌ସେପ୍ଟିବଲ-ଇନ୍‌ଫେକ୍ଟେଡ୍‌-ରିକଭର୍ଡ) ଉପରେ ଆଧାରିତ। ତଦନୁଯାୟୀ ସେମାନେ ଭାରତ ସମେତ ୧୩୧ ଦେଶରେ କେଉଁ ତାରିଖରେ ଏହି ମାହାମାରୀ ଶେଷ ହେବ ତାହା ଭବିଷ୍ୟବାଣୀ କରିଛନ୍ତି। ବିଭିନ୍ନ ଦେଶରେ ମହାମାରୀର ଜୀବନଚକ୍ର ତଥା ସଂକ୍ରମଣ ବଢ଼ିବା ଏବଂ ହ୍ରାସ ହେବା ଆଧାରରେ ଏହି ପୂର୍ବାନୁମାନ କରାଯାଇଛି। ସମୟ ସହିତ ଏହି ଆକଳନରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
ଭାରତର ବଡ଼ ସହର ଯଥା ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଗୁଜରାଟର ଅହମ୍ମଦାବାଦ, ଦିଲ୍ଲୀ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋରର ସଂକ୍ରମଣ ସ୍ଥିତିକୁ ଦେଖିଲେ ଉପରୋକ୍ତ ପୂର୍ବାନୁମାନ ମାତ୍ର ଏକ ସମ୍ଭାବନା ମନେ ହେଉଛି। କିନ୍ତୁ ଛୋଟ ରାଜ୍ୟ ଗୋଆ, ତ୍ରିପୁରା, ମଣିପୁର ଓ ଅରୁଣାଚଳପ୍ରଦେଶ କୋଭିଡ୍‌-୧୯ ମୁକ୍ତ ହୋଇପାରିଛି।
ଗବେଷକଙ୍କ ଆକଳନ ଅନୁଯାୟୀ, ବିଶ୍ୱରେ ମହାମାରୀର ପ୍ରକୋପ ଆସନ୍ତା ମେ ୨୯ରେ ୯୭% ଲୋପ ପାଇବାକୁ ଥିବାବେଳେ ଜୁନ୍‌ ୧୬ରେ ୯୯% ଏବଂ ଡିସେମ୍ବର ୮ରେ ସମ୍ପୂର୍ଣ୍ଣ ଭାବେ(୧୦୦%) ସମାପ୍ତ ହେବ। ଗତ ଏପ୍ରିଲ ୧୧ ତାରିଖକୁ ଗବେଷକମାନେ ଟର୍ନିଂ ଡେଟ୍‌ ବୋଲି ଦର୍ଶାଇଛନ୍ତି।
ଚାଇନାରେ ଫେବୃୟାରୀ ୮କୁ ଟର୍ନିଂ ଡେଟ୍‌ ଭାବେ ଦର୍ଶାଯାଇଥିବାବେଳେ ମହାମାରୀର ପ୍ରକୋପ ଫେବୃୟାରୀ ୨୭ରେ ୯୭% ବିଲୋପ ହୋଇଥିବା ଗବେଷକମାନଙ୍କ ପକ୍ଷରୁ କୁହାଯାଇଛି। ବାସ୍ତବରେ ଦେଖିବାକୁ ଗଲେ, ଫେବୃୟାରୀ ୧୯ରେ ଚାଇନାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ମାସ ମଧ୍ୟରେ ସବୁଠୁ କମ୍‌ ଥିଲା। ଏଥିରୁ ଦେଶରେ ଟର୍ନିଂ ଡେଟ୍‌ ଅତିକ୍ରମ ହୋଇଥିବା ସୂଚନା ମିଳୁଛି। ସେହିପରି ମାର୍ଚ୍ଚ ୪ରେ ଚାଇନାରେ କରୋନାର ପ୍ରକୋପ ୯୯% ସମାପ୍ତ ହୋଇଥିବା ଏସ୍‌ଆଇଆର ମଡେଲ ଆକଳନ କରିଛି। ହେଲେ ମାର୍ଚ୍ଚ ୭ରେ ଚାଇନାରେ ୯୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଗୋଟିଏ ଦିନରେ ୧୦୦ ସଂଖ୍ୟା ତଳକୁ କରୋନା ରୋଗୀ ଚିହ୍ନଟ ହେବା ସେତେବେଳେ ପ୍ରଥମ ଘଟଣା ଥିଲା। ଗବେଷକଙ୍କ ଆକଳନ ଅନୁଯାୟୀ ଏପ୍ରିଲ ୯ରେ ଚାଇନାରେ କରୋନା ପ୍ରକୋପ ସମ୍ପୂର୍ଣ୍ଣ ସମାପ୍ତ ହେବା କଥା। କିନ୍ତୁ ଏହା ହୋଇପାରିନି। ଅଦ୍ୟାବଧି କମ୍‌ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଏପ୍ରିଲ ୮ରୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରେ ଲୋକଙ୍କୁ ଲକ୍‌ଡାଉନରୁ ମୁକ୍ତ କରାଯାଇଥିଲା। ଏହାସହ ଦେଶରେ ଗତ କିଛି ସପ୍ତାହ ହେଲା ଚିହ୍ନଟ ହେଉଥିବା ସଂକ୍ରମିତମାନେ ବାହାର ଅଞ୍ଚଳରୁ ଆସିଥିବା ଚାଇନା ପକ୍ଷରୁ କୁହାଯାଉଛି। ଏସବୁକୁ ଦେଖିଲେ ସିଙ୍ଗାପୁର ଗବେଷକମାନଙ୍କ ପୂର୍ବାନୁମାନ ସହ ଚାଇନାର ସ୍ଥିତି ପ୍ରାୟ ମେଳ ଖାଉଛି। ତେଣୁ ଗବେଷକମାନଙ୍କ ଉପରୋକ୍ତ ଭବିଷ୍ୟବାଣୀରୁ ମନେହେଉଛି ଯେ, ଭାରତରେ ମହାମାରୀ କରୋନାର ଆୟୁଷ ସରି ସରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri