ମାତିଲେ ନକଲି ପୋଲିସ: ବର୍ଦ୍ଦି ପିନ୍ଧି ଲୁଟିଲେ ସ୍କୁଟି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ନକଲି ପୋଲିସ। ଆପଣେଇଛନ୍ତି ନୂଆ ଫର୍ମୁଲା। ଆଇପିଏସ୍‌ ଅଫିସର ଏବଂ ଇନ୍ସପେକ୍ଟର ପରିଚୟ ଦେଇ ଗିରଫ ହୋଇଥିବା ଘଟଣାଭଳି ଅନୁରୂପ ଘଟଣା ଶହୀଦନଗର ଥାନା ଅଞ୍ଚଳରେ ଘଟିଛିି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜବତ ଆଳରେ ସ୍କୁଟି ଲୁଟ୍‌ କରିନେଇଛନ୍ତି। ଜଣେ ପୋଲିସ ବର୍ଦ୍ଦି ପିନ୍ଧିଥିବାରୁ ଲୋକଙ୍କ ସନ୍ଦେହ ହୋଇନଥିଲା, ଯାହାର ଫାଇଦା ନେଇ ୨ ଲୁଟେରା ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବିଶ୍ୱନାଥ ଦାଶ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ-୧୯୪/୨୦ ଦଫା ୩୭୯ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ,ରବିବାର ପୂର୍ବାହ୍ନ ୧୧ଟାରେ ବିଶ୍ୱନାଥ ଏବଂ ତାଙ୍କ ବାପା ପୋଷ୍ଟାଲ କଲୋନୀରେ ଥିବା ଏକ ଓମ୍‌ଫେଡ୍‌ ଦୋକାନକୁ ଯାଇଥିଲେ। କେତେକ ସାମଗ୍ରୀ କିଣିବା ସମୟରେ ୨ ଜଣ ବାଇକରେ ଆସି ପହଞ୍ଚିଥିଲେ। ଜଣେ ବାଇକରୁ ଓହ୍ଲାଇ ସ୍କୁଟିର ତାଲା ଭାଙ୍ଗି ଗଡ଼ାଇ ଗଡ଼ାଇ ନେଉଥିଲେ। ସ୍କୁଟି କଣ ପାଇଁ ନେଉଛ ବୋଲି ପଚାରିବାରୁ ସେମାନେ କହିଥିଲେ, ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ପାଇଁ ଜବତ କରୁଛୁ, ଫାଇନ୍‌ ଦେଇ ଥାନାରୁ ନେଇଆସିବ। ଏହାପରେ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ବିଶ୍ୱନାଥ ଥାନାକୁ ଆସି ବୁଝିବାରୁ ଜାଣିଥିଲେ ତାଙ୍କ ସ୍କୁଟିକୁ ଅଭିନବ ଉପାୟରେ ଲୁଟ୍‌ କରାଯାଇଛି। ସେହିଭଳି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଏଚ୍‌ବି କଲୋନୀର ବିଷ୍ଣୁପ୍ରସାଦ ତ୍ରିପାଠୀଙ୍କ ବାଇକ୍‌କୁ ମଧ୍ୟ ଲୁଟେରା ରବିବାର ସନ୍ଧ୍ୟାରେ ଲୁଟି ନେଇଛନ୍ତି। ତେବେ କିଏ ଅସଲି କିଏ ନକଲି ତାକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri