କରୋନା ପଢ଼ାଇବ ସମାନୁଭୂତିର ଗଣିତ

ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍‌-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି, ଅନୁକମ୍ପା ଓ ଦୟାଭାବ ଆଦି ସକାରାତ୍ମକ ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବା ଉଚିତ। କାରଣ ଏକ ଶାନ୍ତିପୂର୍ଣ୍ଣ ଓ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ଏହି ଗୁଣଗୁଡ଼ିକ ବେଶ୍‌ ସହାୟକ ହେବ। ଲିଙ୍ଗ, ଜାତି, ଧର୍ମ, ସାମାଜିକ-ଅର୍ଥନୈତିକ ସ୍ଥିତିରେ ଯଦିଓ ଭିନ୍ନତା ରହିଛି, ତଥାପି ଜୈବିକ ଓ ସ୍ନାୟବିକ ଦୃଷ୍ଟିକୋଣରେ ସାଦୃଶ ପରିଲକ୍ଷିତ ହୋଇଥାଏ। କୋଭିଡ୍‌-୧୯ ଭୟରେ ଆଜି ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରର ନାଗରିକ ଘରେ ଆବଦ୍ଧ। ଯେତେବେଳେ ବିଶ୍ୱ ସ୍ତରରେ ଦ୍ୱେଷ, ଅସହିଷ୍ଣୁତା, ସ୍ବାର୍ଥବାଦୀ ରାଷ୍ଟ୍ରବାଦ ଏବଂ ‘ଆମ୍ଭଙ୍କୁ’ ଓ ‘ସେମାନଙ୍କୁ’ ଭଳି ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବାରେ ଲାଗିଛି, ସେତେବେଳେ ଆମେ ସକାରାତ୍ମକ ବିଷୟରେ ଚିନ୍ତା କରିବା ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ। ପିଲାଙ୍କୁ ଗଣିତ ଓ ବିଜ୍ଞାନ ବୁଝାଇଲା ଭଳି କରୋନା ଏଭଳି ସମାନୁଭୂତି (ଏମ୍ପାଥି)ର ପାଠ ପଢ଼ାଇବାର ସୁଯୋଗ ଆଣିଥିବା ଅନୁଭୂତ ହେଲାଣି।
ମହାମାରୀ କରୋନା ପ୍ରଥମେ ଶିଖାଇଲା ସାମୂହିକ କାର୍ଯ୍ୟ ବଳରେ ଲକ୍ଷ୍ୟ ସିଦ୍ଧି ସମ୍ଭବ। ଏକ ସଙ୍ଗେ ବିଶ୍ୱବ୍ୟାପୀ ଲକ୍‌ଡାଉନ, ଟିକା ତିଆରି ଲାଗି ଦୁର୍ବାର ପ୍ରୟାସ, ଜରୁରିକାଳୀନ ଚିକିତ୍ସା ସେବା ଯୋଗାଇବା, ଖାଦ୍ୟ ଓ ଆଶ୍ରୟସ୍ଥଳ ଭଳି ପରସ୍ପର ସଂଯୋଗ ସୃଷ୍ଟିକାରୀ ପ୍ରଚେଷ୍ଟା ହିଁ ଏହା ସୂଚାଇଛି। ଏହା ମଧ୍ୟ ସାମୂହିକ ଉନ୍ନତି ଲାଗି ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପ୍ରବର୍ତ୍ତାଉଛି। ଏପରି ଚିନ୍ତାଧାରା ସ୍ବଳ୍ପକାଳୀନ ଅସୁବିଧାକୁ ନ ଦେଖି ଦୀର୍ଘମିଆଦୀ ସୁବିଧାକୁ ଅନିଶା କରିଥାଏ।
ବର୍ତ୍ତମାନ ଆମେ ଯେଉଁ ମହାମାରୀର ସମ୍ମୁଖୀନ ହୋଇଛେ, ତାହା ନୂଆ ନୁହେଁ। ୧୯୧୮ରେ ଯେତେବେଳେ ବିଶ୍ୱର ଜନସଂଖ୍ୟା ମାତ୍ର ୧୩୦ କୋଟି ଥିଲା, ସେତେବେଳେ ଦେଖାଦେଇଥିବା ‘ସ୍ପାନିଶ୍‌ ଫ୍ଲୁ’ ୫ କୋଟି ଲୋକଙ୍କ ଜୀବନ ନେଇଥିଲା। ଏବର ବିଶ୍ୱ ଭଳି ସେତେବେଳେ ରାଷ୍ଟ୍ରଗୁଡ଼ିକ ଯୋଡ଼ି ହୋଇ ନ ଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ଅଭିଭାବକତ୍ୱର ଦାୟିତ୍ୱ ନିର୍ବାହ କରୁଥିବାରୁ ପୂର୍ବାପେକ୍ଷା ଆମେ ଅଧିକ ସଚେତନ ହୋଇପାରିଛେ।
କୋଭିଡ୍‌-୧୯ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ମଧ୍ୟ ଆମ୍ଭମାନଙ୍କୁ ସୁଯୋଗ ଦେଇଛି। ସମାଜର ଗରିବ ତଥା ଅସହାୟ ଲୋକଙ୍କୁ ସାମାଜିକ ନିରାପତ୍ତା ଦେବା ଲାଗି ସବୁ ଦେଶ ତତ୍ପର। ଶାରୀରିକରୁ ମାନସିକ ସ୍ବାସ୍ଥ୍ୟ, ପରିବେଶ ବିଜ୍ଞାନଠାରୁ ଅର୍ଥନୈତିକ ନିରାପତ୍ତା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଚାଲିଛି ଗଳଦଘର୍ମ ପ୍ରୟାସ। ଅତି ସୂକ୍ଷ୍ମ ଭାବେ ଦେଖିଲେ ଏହା ମଧ୍ୟ ନୂଆ ନୁହେଁ। ୧୯୭୨ରେ ନିରନ୍ତର ବିକାଶ ଆନ୍ଦୋଳନ ବେଳେ ଏସବୁ ଉପରେ ଆଲୋଚନା ଓ ବିଭିନ୍ନ ପ୍ରକାର ସୁପାରିସ ହୋଇଥିଲା। ତଥାପି ଏବର କରୋନା ଭୂତାଣୁ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଛି, ଯାହା ପୂର୍ବର କୌଣସି ଘଟଣା ଏଭଳି ଯୋଡ଼ିବାରେ ସକ୍ଷମ ହୋଇ ନ ଥିଲା।
ସମାନୁଭୂତି ପୁଣି ସୃଷ୍ଟି କରିଛି ନୂଆ ଧାରା। ଏହା ବର୍ତ୍ତମାନ ପ୍ରତ୍ୟେକଙ୍କ ଭିତରେ ତରଙ୍ଗାୟିତ ହେବା ଦରକାର। କେବଳ ସଙ୍କଟ ପଡ଼ିଥିବାରୁ ନୁହେଁ, ତାହା ସବୁ ସମୟ ପାଇଁ ପ୍ରାକୃତିକ ପ୍ରବୃତ୍ତି ପାଲଟିଗଲେ ସଭିଙ୍କ ମଙ୍ଗଳ ହେବ। ଇଣ୍ଟନନେଟ୍‌ ଜରିଆରେ ସମାନୁଭୂତି ଓ ଦୟାଭାବକୁ ଆମେ ସମସ୍ତେ ଅନୁଭବ କରିସାରିଲେଣି। ସେଥିପାଇଁ ଏହି ସମୟରେ ପରସ୍ପରକୁ ସାହାଯ୍ୟ କରିବାକୁ ସବୁ ଆଗେଇ ଆସୁଛନ୍ତି। କାରଣ ସମଷ୍ଟିଗତ ପ୍ରଚେଷ୍ଟା ସାମାଜିକ ସମ୍ବନ୍ଧ ଓ ଶାନ୍ତି ପ୍ରତିଷ୍ଠା କରିଥାଏ। ସ୍ନାୟୁ ବିଜ୍ଞାନର ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ ଦୟା, ଅନୁକମ୍ପା ଓ କରୁଣା ପ୍ରତ୍ୟେକଙ୍କ ମନରେ ଜଗାଇବା ଲାଗି ଏବେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି, ଯେମିତି ଗଣିତ, ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଦକ୍ଷତା ଅର୍ଜନ ଲାଗି ପ୍ରାଥମିକ ଅବସ୍ଥାରୁ ପିଲାଟିକୁ ଶିଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri