ଭୁବନେଶ୍ୱର, ୨୨ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ଓ୍ବାର୍ଡ଼ ନଂ.୬୭ର ସୁନ୍ଦରପଦା ଏବଂ ୱାର୍ଡ ନଂ.୬୪ର ଯଦୁପୁର ଅଞ୍ଚଳକୁ ଗତ ୫ ତାରିଖରେ ଆବଦ୍ଧାଞ୍ଚଳ ଘୋଷଣା ସହ ସିଲ୍ କରାଯାଥିଲା। ୧୩ ତାରିଖରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥଲେ ମଧ୍ୟ ୭ ଦିନ ଯାଏ ଆକ୍ଟିଭ୍ ସର୍ଭେଲାନ୍ସ ବଳବତ୍ତର ରହିବ ବୋଲିି ବିଏମ୍ସି ପକ୍ଷରୁ କୁହାଯାଇଥିଲା। ଏବେ ଏହାର କଣ୍ଟ ପୂରିଛି। ୱାର୍ଡ ନଂ ୪୬ର ସୂର୍ଯ୍ୟନଗରକୁ ଏପ୍ରିଲ ୧ରେ ସିଲ୍ କରି ୧୫ରେ ସିଲ୍ ଅଞ୍ଚଳକୁ ହ୍ରାସ କରାଯାଇଥିଲା। ସେବେଠାରୁ ଉକ୍ତ ଅଞ୍ଚଳରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ସିଲ୍ ହୋଇଥିବା ଅଞ୍ଚଳରେ ମଧ୍ୟ ୭ ଦିନିଆ ଆକ୍ଟିଭ୍ ସେର୍ଭଲାନ୍ସ କଣ୍ଟ ପୂରଣ ହୋଇଛି। କ୍ୱାରେଣ୍ଟାଇନ୍ ସମୟ ସାଧାରଣତଃ ୧୪ ଦିନ ହୋଇଥିବା ବେଳେ ସୂର୍ଯ୍ୟନଗରରେ ଏହା ୨୧ ଦିନରେ ପହଞ୍ଚିିଲାଣି। ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନ ଥିବାରୁ ସୂର୍ଯ୍ୟନଗରରୁ ସିଲ୍ ପ୍ରତ୍ୟାହାର ପାଇଁ ଆସନ୍ତା ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଏମ୍ସିର ଜନୈକ ଅଧିକାରୀ କହିଛନ୍ତି।
ସତ୍ୟନଗର ସିଲ୍ ହେବାର ୧୪ ଦିନ ବିତିଗଲାଣି। ଉକ୍ତ ଅଞ୍ଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିଛି। ଏହା ଭିତରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍ ମୁକ୍ତ କରିବା ପାଇଁ ବିଏମ୍ସି ବିଚାର କରିବ। ବିଦ୍ୟୁତ୍ ମାର୍ଗ ଅଞ୍ଚଳର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ସିଲ୍ କରାଯିବା ସହ ଆଇବି କଲୋନୀର ୧୦୦ରୁ ଊର୍ଦ୍ଧ୍ୱ ପରିବାରୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ଏପ୍ରିଲ୍ ୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ୧୪ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ କୌଣସିି ଅଧିକାରୀ ଓ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇ ନାହଁାନ୍ତି। ବୁଧବାର କିମ୍ବା ଗୁରୁବାର ଆଇବି କଲୋନୀକୁ କଟକଣା ମୁକ୍ତ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଦକ୍ଷିଣ-ପୂର୍ବ ମଣ୍ଡଳର ୱାର୍ଡ ନଂ ୩୧ ସ୍ଥିତ ବମିଖାଲ ଅଞ୍ଚଳରେ ୧୪ ଜଣ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଏଠାରେ ନିୟମିତ ଭାବେ ଲୋକଙ୍କ ରାପିଡ୍ ଟେଷ୍ଟ କରାଯାଉଛି। ଉକ୍ତ ଅଞ୍ଚଳରେ ଆବଦ୍ଧାଞ୍ଚଳ କଟକଣା କୋହଳ ନେଇ ବିଏମ୍ସିି ଏବେ କିଛି ପଦକ୍ଷେପ ନେବ ନାହିଁ। ରାପିଡ୍ ଟେଷ୍ଟ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନ ସରିବା ଯାଏ ବିଏମ୍ସି ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ରଖିବ ବୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ଏବେ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବମିଖାଲରେ ସର୍ବାଧିକ ୧୪, ସୂର୍ଯ୍ୟନଗରରେ ୮, ଝାରପଡ଼ାରେ ୬, ସତ୍ୟନଗରରେ ୪ ଓ ଅନ୍ୟ ସ୍ଥାନମାନଙ୍କରେ ଆଶାତୀତ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...
ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ
ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ): ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...
Archives


