ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତିି। ସେମାନେ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତିି। ସେମାନଙ୍କୁ ଅନେକ ସମୟରେ ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡୁଛି। ଦେଶର ବିଭିନ୍ନ ଭାଗରେ ନମୁନା ସଂଗ୍ରହ କରିବାକୁ ଗଲାବେଳେ ଲୋକାମାନେ ଆକ୍ରମଣ କରୁଛନ୍ତି। ରୋଗୀଙ୍କ ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀକୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସେପରି କୌଣସି କଠୋର ଆଇନ କାର୍ଯ୍ୟକାରୀ କରି ନାହାନ୍ତି। ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କର ଜୀବନ ବିପନ୍ନ ହୋଇଛି। ହିଂସାକାରୀଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ଓଡିଶା ଭଳି କଠୋର ଆଇନ ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
କରୋନା ମୁକାବିଲା କରିବା ପାଇଁ ଲକ୍‌ଡାଉନଠାରୁ ଆରମ୍ଭ କରି କୋଭିଡ ୧୯ ମୁକାବିଲା ଲାଗି ହସ୍ପିଟାଲ ନିର୍ମାଣ କରିବା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟଠାରୁ ଆଗରେ ଥିବା ବେଳେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଉଦାହରଣ ପାଲଟିଛି। ରାଜ୍ୟରେ ଡାକ୍ତରଙ୍କ ଉପରେ ବିଭିନ୍ନ ସମୟରେ ରୋଗୀ ସମ୍ପର୍କୀୟ ଆକ୍ରମଣ କରିବା ଯୋଗୁ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଥିଲା। ଏପରିକି ସୁରକ୍ଷା ନ ଯୋଗାଇଲେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କ ପାଖରେ ଦାବି କରିଥିଲେ। ସରକାର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଖାନା ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ସାବାଡ କରିବାକୁ ଓଡିଶା ସ୍ବାସ୍ଥ୍ୟସେବା କର୍ମଚାରୀ ଓ ଡାକ୍ତରଖାନା ଆଇନ(ଓଡିଶା ମେଡିକେୟାର ସର୍ଭିସ ପର୍ସନ ଆଣ୍ଡ ମେଡିକେୟାର ଇନ୍‌ଷ୍ଟିଚ୍ୟୁଶନ(ପ୍ରିିଭେନଶନ ଅଫ୍‌ ଭାଓଲେନ୍ସ ଆଣ୍ଡ ଡ୍ୟାମେଜ ଅଫ୍‌ ପ୍ରପର୍ଟି ଆକ୍ଟ)୨୦୦୮ ଆଣଛନ୍ତିି। ଏହା ବିଧାନସଭାରେ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ପରେ ୨୦୦୯ ଫେବୃୟାରୀ ୧୩ ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏଥିରେ ଗଣ୍ଡଗୋଳକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି। ଯଦି ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରି କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରର କ୍ଷତି କରିବେ ଉକ୍ତ ଆଇନର ସେକ୍ସନ-୩ ଅନୁଯାୟୀ ଏହାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବା। ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ସହ ଜାମିନ ମିଳିବ ନାହିଁ। ଏଥିସହିତ ଡାକ୍ତରଖାନାର କ୍ଷତି ହୋଇଥିବା ସମ୍ପତ୍ତିର ମଧ୍ୟ କ୍ଷତିପୂରଣ ଦେବାକୁ ପଡିବ। ଡାକ୍ତରଖାନା ଉପକରଣ ଭାଙ୍ଗିଥିଲେ ସମୁଦାୟ କ୍ରୟ ମୂଲ୍ୟ ଦେବାକୁ ଆଇନରେ ବ୍ୟବସ୍ଥାରେ କରାଯାଇଛି। ଓଡିଶା ଆଇନକୁ ପାଥେୟ କରି କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଡାକ୍ତର ଓ ମେଡିକାଲଗୁଡିକର ସୁରକ୍ଷା ପାଇଁ ଆଇନ୍‌ ଲାଗୁ କରିବା ନେଇ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri