ଡାକବାଜି ଯନ୍ତ୍ରରେ ସଚେତନ କଲେ ଆଇଆଇସି

ମାଧପୁର, ୮ା୪- କରୋନା ସଂକ୍ରମଣ ରୋକିବାକୁ ଲୋକେ ଲକଡାଉନ କଟକଣାକୁ ସମ୍ପୂର୍ଣ୍ଣ ଭାବେ ମାନିବାକୁ ଅନୁଗୋଳ ଜିଲା ମାଧପୁର ବଜାରରେ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଆଠମଲ୍ଲିକ ଥାନା ଆଇଆଇସି ପ୍ରିୟବ୍ରତ ଦାସ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ନିୟମ ଉଲ୍ଲଘଂନ ନ କରିବାକୁ ପରାମର୍ଶ ଦେଉଛନ୍ତି । କୌଣସି ବାହାନା କରି ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି ଯଥେଷ୍ଟ ପ୍ରମାଣ ଦେଖାଇଲେ ଡାକ୍ତରଖାନା ଯିବାକୁ ଲୋକଙ୍କୁ ଛଡାଯାଉଛି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ସକାଳ ୬ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ତେଜରାତି, କ୍ଷୀର, ପରିବା ଏବଂ ମାଛ ମାଂସ ଦୋକାନ ଖୋଲା ରହିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ ଔଷଧ ଦୋକାନ ଦିନତମାମ ଖୋଲା ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri