ଅମାନିଆଙ୍କୁ ଲାଠି

ଅନୁଗୋଳ ଅଫିସ, ୮।୪- ଲକ୍‌ଡାଉନ ସମୟରେ ବାହାରେ ବୁଲାବୁଲି କରୁଥିବା ଅନୁଗୋଳର କେତେଜଣ ଅମାନିଆଙ୍କୁ ପୋଲିସ ଉତ୍ତମ ମଧ୍ୟମ ଦେଇଛି। ସେହିପରି ବଅଁରପାଳ ଅଞ୍ଚଳରେ କ୍ରିକେଟ ଖେଳୁଥିବା କେତେଜଣଙ୍କୁ ପୋଲିସ ଥାନାକୁ ଉଠାଇ ଆଣିବା ସହ ବ୍ୟାଟ୍‌, ବଲ ଓ ଉଇକେଟ୍‌ ଜବତ କରିଥିବା ସୂଚନା ମିଳିଛି। ଜିଲାରେ ନିୟମ ଉଲ୍ଲଂଘନ କରିଥିବା ୪୭ ଜଣଙ୍କ ନାମରେ ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ୨ ଜଣ ଗିରଫ ହୋଇ କ୍ବାରାଣ୍ଟାଇନ୍‌କୁ ଯାଇଛନ୍ତି। ଅନୁଗୋଳ ଥାନା ଅଞ୍ଚଳରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ୯ ଜଣଙ୍କୁ ଗିରଫ ସହ ୯ଟି ମୋଟର ସାଇକେଲ ପୋଲିସ ଜବତ ହୋଇଛି। ବଅଁରପାଳ ଥାନା ପୋଲିସ ୩ ମାମଲାରେ ୩୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର୍‌, ୫ଟି ମୋଟର ସାଇକେଲ ଜବତ କରିଛି। ବନ୍ତଳା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ତାଳଚେର ଅଞ୍ଚଳର ଜଣଙ୍କୁ ଗିରଫ କରିଛି। ହଣ୍ଡପା ଥାନା ପୋଲିସ ଦୁଇଟି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ମଦ ଜବତ କରିଛି। ପାଲଲହଡା ପୋଲିସ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ସହରର ମୁଖ୍ୟ ବଜାର ସହ ବିଭିନ୍ନ ଛକରେ ବାଇକ୍‌ରେ ଆସୁଥିବା ଲୋକଙ୍କୁ ତାଗିଦ କରିବା ସହ ୧୦ରୁ ଅଧିକ ବାଇକ୍‌ ଜବତ କରିଛି। କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବା ନେଇ ଆଠମଲ୍ଲିକ ଓ ଖମାର ଥାନାରେ ଦୁଇଟି ମାମଲା ରୁଜୁ ସହ ୨ ଜଣକୁ ଗିରଫ କରାଯାଇ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ସେହିପରି ଅନୁଗୋଳ ସହରର ଗୋଟିଏ ସ୍ଥାନରେ ଘର କାମ ନିର୍ମାଣ ବେଳେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଚଢ଼ାଉ କରିଥିଲେ। ଘର ମାଲିକ ଅଣଓଡ଼ିଆ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରୁଥିବା ଦେଖି ସେମାନଙ୍କୁ ଉଠାଇ ଆଣିବା ସହ ପୋଲିସ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri