ବାର୍ଷିକ ୧୦ ଲକ୍ଷ ନଗଦ ଉଠାଣରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୧-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହିତ କରିବା ଲାଗି ଏକାଧିକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। କାଗଜ ମୁଦ୍ରାର ବ୍ୟବହାରକୁ କମ୍‌ କରିବା ଉଦ୍ଦେଶ୍ୟରେ ବାର୍ଷିକ ୧୦ ଲକ୍ଷ ଅଥବା ଏହାଠାରୁ ଅଧିକ ପରିମାଣର ନଗଦ ଉଠାଣ ଉପରେ ଟିକସ ଧାର୍ଯ୍ୟ କରିବାକୁ ଯାଉଛନ୍ତି। ଏନେଇ ବିଚାର ଆଲୋଚନା ଚାଲିଛି। କଳାଧନ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଖୁବଶୀଘ୍ର ନିଆଯିବ। ଏ ସମ୍ପର୍କରେ ବଜେଟରେ ଘୋଷଣା କରାଯିବାର ସମ୍ଭାବନା ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସରକାର କଳାଧନ ସୃଷ୍ଟିକୁ ରୋକିବା ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ବଡ଼ ଧରଣର ନଗଦ ଉଠାଣକୁ ନିରତ୍ସାହିତ କରିବା ଲାଗି ସରକାର ଆଧାର ସତ୍ୟତା ଯାଞ୍ଚକୁ ବାଧ୍ୟତାମୂଳକ କରିବା ନେଇ ଆଗତ ପ୍ରସ୍ତାବକୁ ବିଚାର କରୁଛନ୍ତି। ଏହାଦ୍ୱାରା ନଗଦ ନେଣଦେଣକୁ ଟ୍ୟାକ୍ସ ରିଟର୍ନ ସହ ସହଜରେ ମିଳାଯାଇପାରିବ। ବାସ୍ତବରେ ଆଧାର ସଂଖ୍ୟାର ଦୂରୁପଯୋଗକୁ ରୋକିବାରେ ୟୁଆଇଡି ପ୍ରମାଣୀକରଣ ଏବଂ ଓଟିପି ସହାୟତା କରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏମ୍‌ଜିଏନ୍‌ଆରଜିଏ ଅଧୀନରେ ଆଧାର ସତ୍ୟତା ଯାଞ୍ଚ ବାଧ୍ୟତାମୂଳକ ହୋଇଥିବା ବେଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ଲାଗି ଏହା ଆଜିଯାଏ ବାଧ୍ୟତାମୂଳକ କରାଯାଇ ନାହିଁ। ଅଧିକାଂଶ ବ୍ୟକ୍ତି ଏବଂ ବ୍ୟବସାୟିକ ସଂସ୍ଥାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଉଠାଣର ଆବଶ୍ୟକତା ହୁଏ ନାହଁି ବୋଲି ସରକାର ମନେ କରୁଛନ୍ତି। ତେବେ ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯିବା ନେଇ ଅଦ୍ୟାବଧି ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି। ତେବେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଉପରେ ଆଇନଗତ ବୋଝ ଚପାଇ ଦେବା ଲାଗି ସରକାର ଚାହୁଁନାହାନ୍ତି। ସୂଚନାଥାଉ କି, ବ୍ୟାଙ୍କ ଜରିଆରେ ବଡ଼ ଧରଣର ଟଙ୍କା ନେଣଦେଣ ଲାଗି ମାଧ୍ୟମ ସାଜିଥିବା ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଶୁଳ୍କକୁ ଆର୍‌ବିଆଇ ଛାଡ କରିଛି। ଏକ ଦଶନ୍ଧି ପୂର୍ବରୁ ୟୁପିଏ ସରକାର ଏ ସଂକ୍ରାନ୍ତରେ ଟ୍ରାନ୍ସଫର ଟ୍ୟାକ୍ସ ଲାଗୁ କରିଥିଲେ। ତେବେ ବହୁ ହଙ୍ଗାମା ପରେ ଏହାକୁ ସରକାର ପ୍ରତ୍ୟାହାର କରିନେଇଥିଲେ। ୨୦୧୬ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମାନଙ୍କ ଏକ ଉଚ୍ଚସ୍ତରୀୟ କମିଟି ବା ଏସ୍‌ଆଇଟି ଗଠନ କରାଯାଇଥିଲା। ଏହି କମିଟି ‘ନଗଦ ଉପଯୋଗ’କୁ କମାଇବା ଉଦ୍ଦେଶ୍ୟରେ କେତେକ ଉପାୟ ଧାର୍ଯ୍ୟ କରିଥିଲେ। ୫୦ ହଜାରରୁ ଅଧିକ ନଗଦ ଉଠାଣ ଉପରେ ପୁନର୍ବାର ଟିକସ ଆଦାୟ ଲାଗି ସୁପାରିସ କରାଯାଇଥିଲା। ଏଥିସହିତ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବା ଲାଗି କେତେକ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri