କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକ ଏ ନେଇ ଆଗେଇ ଆସିଛନ୍ତି। ପ୍ରମୁଖ ସଂସ୍ଥା ସେମାନଙ୍କ ଯୋଜନା ମୁତାବକ ଏଥିରେ ଯୋଗଦାନ ରଖୁଥିବା ଦେଖାଯାଇଛି। ସାରା ଦେଶରେ କୋଭିଡ ମାମଲା ଲଗାତାର ଭାବେ ବଢିଚାଲିଛି। ଏହା ଉଭୟ ସରକାର ଏବଂ ଶିଳ୍ପଜଗତ ତଥା ଲୋକମାନଙ୍କ ଲାଗି ଅସୁବିଧା ସୃଷ୍ଟି କରିଛି। ଏହା ବିରୋଧରେ ଶକ୍ତ ହୋଇ ଲଢିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। କର୍ପୋରେଟଗୁଡିକ ସହାୟତା ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ। ଏହି ଧାରାରେ ବିଭିନ୍ନ କର୍ପୋରେଟ ତଥା ଅନ୍ୟ ଅନୁଷ୍ଠାନ ରଖିଥିବା ଯୋଗଦାନ….
ଆଦିତ୍ୟ ବିର୍ଲା ଗ୍ରୁପ
ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ପିଏମ୍‌ କେୟାର୍ସ ପାଣ୍ଠିକୁ ୪୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରାଯାଇଛି। କମ୍ପାନୀ କୋଭିଡ ବିରୋଧି ମୁକାବିଲା ଲାଗି ମୋଟ ୫୦୦ କୋଟି ଟଙ୍କା ଯୋଗଦାନ ରଖିବ ବୋଲି କହିଛି। କୋଭିଡ ବିରୋଧି ଲଢେଇରେ ସରକାରଙ୍କ ସହ ଯୋଗଦାନ ରଖିବା ଲାଗି କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି। ଏହାବାଦ କମ୍ପାନୀ ଅନ୍ୟ ପଦକ୍ଷେପ ନେଉଥିବା କହିଛି।
ଜଳ ଏଟିଏମ ପରିଚାଳନା ଅବ୍ୟାହତ ରଖିଛି ପିରାମଲ ସର୍ବଜଳ
ବର୍ତ୍ତମାନର ସଙ୍କଟ ସମୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେଶନର ସହାୟତାରେ ପିରାମଳ ସର୍ବଜଳ ପକ୍ଷରୁ ଜଳ ଏଟିଏମ୍‌ ପରିଚାଳନା ଅବ୍ୟାହତ ରଖାଯାଇଛି। ୪୦ଟି ଜଳ ଏଟିଏମ ଜରିଆରେ ଲୋକଙ୍କ ପାଇଁ ପାଣି ଯୋଗାଣ ହେଉଛି। ଲକ୍‌ଡାଉନ ସମୟରେ ଯେଭଳି ଲୋକଙ୍କ ଲାଗି କୌଣସି ଅସୁବିଧା ନ ହୁଏ ତାକୁ ଧ୍ୟାନରେ ରଖାଯାଇଛି ବୋଲି ପିରାମଲ ସର୍ବଜଳ ପକ୍ଷରୁ ସୂଚନା ରହିଛି।
ସହାୟତା ରାଶି ଦୁଇଗୁଣ କଲା ବେଦାନ୍ତ
ବେଦାନ୍ତ ପକ୍ଷରୁ ପିଏମ୍‌ କେୟାର୍ସ ଫଣ୍ଡକୁ ୧୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ ସ୍ଥିତିର ମୁକାବିଲା କରିବା ଲାଗି କମ୍ପାନୀ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି। ପୂର୍ବରୁ ୧୦୦ କୋଟି ଟଙ୍କା ପ୍ରଦାନ ନେଇ କମ୍ପାନୀ ଘୋଷଣା କରିଥିବା ବେଳେ ଏହାକୁ ଦୁଇଗୁଣକୁ ବଢାଇଛି। ନିଷ୍ପେସିତ ଲୋକମାନଙ୍କ ସହାୟତା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ବେଦାନ୍ତର ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri