ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି। ଏଥିପାଇଁ ସରକାରଙ୍କୁ ଷ୍ଟାଡିୟମ ହସ୍ତାନ୍ତର କରାଯାଇଛି ବୋଲି କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାଶନାଲ ହେଲ୍‌ଥ ସର୍ଭିସ୍‌ (ଏନ୍‌ଏଚ୍‌ଏସ୍‌) କର୍ମଚାରୀମାନେ ଏହି ମହାମାରୀକୁ ରୋକିବା ପାଇଁ ଲଢେଇ ଜାରି ରଖିଥିବା ବେଳେ କ୍ଲବ ତରଫରୁ ଏହି ପଦକ୍ଷେପ ନିଆଯାଇଛି।
ଷ୍ଟାଡିୟମର କାର ପାର୍କିଂ ଏରିଆ ମେଡିକାଲ ଟେଷ୍ଟ ପାଇଁ ବ୍ୟବହୃତ ହେବ। ଏନ୍‌ଏଚ୍‌ଏସ୍‌ କର୍ମଚାରୀ ଷ୍ଟାଡିୟମ ରୋଡ ସେଣ୍ଟର ଦେଇ ଗାଡି ନେଇ ଯାଇପାରିବେ। ଉଲ୍ଲେଖଥାଉ କି, କାଉଣ୍ଟି କ୍ରିକେଟ କାର୍ଯ୍ୟକ୍ରମ ଓ କନ୍‌ଫରେନ୍ସ ଇ ଇଭେଣ୍ଟ ବିଜ୍‌ନେସ ସବୁ ମେ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି କଷ୍ଟକର ସମୟ ମଧ୍ୟରେ ଆମ୍‌ କ୍ଲବର କର୍ମଚାରୀମାନେ ସ୍ଥାନୀୟ ସମୁଦାୟକୁ ସାହାଯ୍ୟ ସମର୍ଥନ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଡବ୍ଲ୍ୟୁସିସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନେଲ ସ୍ନୋବଲ କହିଛନ୍ତି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ନେଇ ସମସ୍ତେ ଚିନ୍ତିତ। କେବଳ ୟୁନାଇଟେଡ କିଙ୍ଗ୍‌ଡମ୍‌ରେ ୩୩,୦୦୦ ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ପ୍ରିନ୍ସ ଚାଲର୍‌ସ। ପୂର୍ବରୁ ଚଳିତବର୍ଷ ପ୍ରାରମ୍ଭରେ ମୋରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଐତିହାସିକ ଲଡର୍‌ସ ଷ୍ଟାଡିୟମକୁ ମଧ୍ୟ ପାର୍କିଂ ଓ ଷ୍ଟୋରେଜ୍‌ ପାଇଁ କୋଭିଡ୍‌-୧୯ ମୁକାବିଲ ପାଇଁ ଉତ୍ସର୍ଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri