ବ୍ୟାପିଗଲା ମୃତ୍ୟୁର ଭୂତାଣୁ

ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। ଏଭଳି ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ (ସେଣ୍ଟର)ରେ ଆୟୋଜିତ ତବ୍‌ଲିଘି ଜମାତ୍‌ ଧର୍ମସଭା ଭାରତରେ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ଏହି ସଭାରେ ଯୋଗଦେଇଥିବା ଲୋକମାନେ ଦେଶର ବିଭିନ୍ନ ଭାଗକୁ ଯାଇ ଧର୍ମ ପ୍ରଚାର କରିଥିବାରୁ ସଂକ୍ରମଣ ବୃଦ୍ଧି ପାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ନୂଆ ମାମଲା ସାମ୍ନାକୁ ଆସିଛି, ଯାହାକି ପୂର୍ବ ଦିନଗୁଡ଼ିକ ତୁଳନାରେ ସର୍ବାଧିକ। ଏହାସହ ଭାରତରେ ମୃତ୍ୟୁସଂଖ୍ୟା ୫୩ ଓ ସଂକ୍ରମିତଙ୍କ ସଂଖ୍ୟା ୧୭୫୧ରେ ପହଞ୍ଚତ୍ଥିବା https://www.covid19india.org/ ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଭାରତରେ ଏହି ସଂକ୍ରମଣ ବ୍ୟାପକ ହେବା ପଛରେ ଦିଲ୍ଲୀର ଧର୍ମସଭାକୁ କେନ୍ଦ୍ର ସରକାର ଦାୟୀ କରିଛନ୍ତି। ଜମାତ୍‌ର ହଜାର ହଜାର ସଦସ୍ୟ ଏବେ ସ୍କାନରରେ ଥିବାବେଳେ ସେମାନେ ଯାତ୍ରା କରିଥିବା ୫ଟି ଟ୍ରେନ୍‌କୁ ନେଇ ଆରମ୍ଭ ହୋଇଛି ତନାଘନା।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ବୁଧବାର ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ ନୂଆ ମାମଲା ସାମ୍ନାକୁ ଆସିବା ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧,୬୩୭ରେ ପହଞ୍ଚତ୍ଛି। ତେବେ ସଂକ୍ରମିତଙ୍କ ଏହି ସଂଖ୍ୟା ବୃଦ୍ଧି ଜାତୀୟ ଟ୍ରେଣ୍ଡ ନୁହେଁ। ନିଜାମୁଦ୍ଦିନ୍‌ ମରକଜ୍‌ ପକ୍ଷରୁ ଆୟୋଜିତ ତବଲିଘି ଜମାତ୍‌ ଯୋଗୁ ଏହି ସଂଖ୍ୟାରେ ହଠାତ୍‌ ବୃଦ୍ଧି ଘଟିଛି। କାରଣ ଜମାତ୍‌ ସଦସ୍ୟମାନେ ଦେଶର ବିଭିନ୍ନ ଭାଗକୁ ଯାତ୍ରା କରି ସଂକ୍ରମଣ ବୃଦ୍ଧିର କାରଣ ସାଜିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିବାରୁ ସଂକ୍ରମିତଙ୍କୁ ଚିହ୍ନଟ କରି କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଜମାତ୍‌ ସଦସ୍ୟମାନେ ଯାତ୍ରା କରିଥିବା ୫ଟି ଟ୍ରେନ୍‌ ଏବେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସ୍କାନରକୁ ଚାଲିଆସିଛି। ସେହି ଟ୍ରେନ୍‌ଗୁଡ଼ିକ ହେଲା ଦୂରୋନ୍ତୋ ଏକ୍ସପ୍ରେସ୍‌, ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ୍‌, ତାମିଲନାଡୁ ଏକ୍ସପ୍ରେସ୍‌, ନୂଆଦିଲ୍ଲୀ-ରାଞ୍ଚତ୍ ଏକ୍ସପ୍ରେସ୍‌ ଓ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌। ଏହି ଟ୍ରେନ୍‌ଗୁଡ଼ିକରେ ମାର୍ଚ୍ଚ ୧୩ରୁ ୧୯ ମଧ୍ୟରେ ପ୍ରାୟ ୧୦୦୦ରୁ ୧୨୦୦ ଯାତ୍ରୀ ଓ ଷ୍ଟାଫ୍‌ ଯାତ୍ରା କରିଥିଲେ। ସେମାନଙ୍କ ଜୀବନ ଉପର ବିପଦ ସୃଷ୍ଟି ହୋଇଛି।

 

ନିଜାମୁଦ୍ଦିନ ମରକଜ୍‌ରେ ତବଲିଘି ଜମାତ୍‌: କେବେ, କ’ଣ ଘଟିଥିଲା

କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଗୁରୁତ୍ୱ ଦେଉଥିବାବେଳେ ଦକ୍ଷିଣ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ଏକ ମସ୍‌ଜିଦରେ ତବଲିଘି ଜମାତ୍‌ ପକ୍ଷରୁ ଧର୍ମସଭାର ଆୟୋଜନ କରାଯାଇଥିଲା। ନିଜାମୁଦ୍ଦିନ ମରକଜ୍‌ ନାମରେ ପରିଚିତ ବଙ୍ଗଲଓ୍ବୋଲୀ ମସ୍‌ଜିଦରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିଥିବା ଏହି ବାର୍ଷିକ ସମ୍ମିଳନୀରେ ମୋଟ ୧,୭୪୬ ଜଣ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୬୧ ଜଣ ବିଦେଶୀ ନାଗରିକ ବିଶ୍ୱର ବିଭିନ୍ନ ଭାଗରୁ ଆସି ସାମିଲ ହୋଇଥିଲେ। ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ, ନେପାଳ, ମ୍ୟାନ୍‌ମାର, ବାଂଲାଦେଶ, ଶ୍ରୀଲଙ୍କା ଓ କିର୍ଗିଜସ୍ତାନର ଏହି ମୁସଲମାନମାନେ ଉକ୍ତ କାର୍ଯ୍ୟକ୍ରମ ପୂର୍ବରୁ ଜମ୍ମୁ-କଶ୍ମୀର ଓ ଆନ୍ଧ୍ରପ୍ରଦେଶ ଯାଇ ବିଭିନ୍ନ ସ୍ଥାନ ବୁଲିଥିଲେ। ଧର୍ମ ପ୍ରଚାର ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକଙ୍କ ଦେହକୁ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ହୋଇଥିବା କୁହାଯାଉଛି। ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଜମାତ୍‌କୁ ଅନୁମତି ମିଳି ନ ଥିବାରୁ କିପରି ଓ କାହିଁକି ଏହାର ଆୟୋଜନ କରାଯାଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ମଧ୍ୟ ଅନେକେ ଆଶଙ୍କା କରୁଛନ୍ତି। ଜମାତ୍‌ ସଦସ୍ୟମାନଙ୍କୁ ଏବେ ଜୀବନ୍ତ ବୋମା ବୋଲି କୁହାଯାଉଛି। କାରଣ ସେମାନେ ଯାହାଙ୍କ ସହ ମିଶିଛନ୍ତି ସେହି ସମସ୍ତ ବ୍ୟକ୍ତିଙ୍କ ଜୀବନ ବିପଦ ଭିତରକୁ ଠେଲିହୋଇ ଯାଇଛି। ନିଜାମୁଦ୍ଦିନ ସେଣ୍ଟରର ଧର୍ମସଭାରେ ଯୋଗଦେଇଥିବା ବହୁ ଲୋକଙ୍କୁ ବସ୍‌ରେ ନେଇ ବିଭିନ୍ନ ହସ୍ପିଟାଲ ଓ କ୍ୱାରାଣ୍ଟାଇନ୍‌ ହଲ୍‌ରେ ରଖାଯାଇଛି। କେନ୍ଦ୍ର ସରକାର ଏହି ପୂରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ମଧ୍ୟ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri