ଏ କୁଳର ନା ସେ କୁଳର

ନୂଆଦିଲ୍ଲୀ,୩୧ା୩(ପି.ଟି.): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଥିବା ଘାତକ ଭୂତାଣୁ କୋଭିଡ୍‌-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୋମବାର ଏହି ତାଲାବନ୍ଦ ଡାକରା ଷଷ୍ଠ ଦିନରେ ପହଞ୍ଚତ୍ଛି। ଦେଶର ବଡ଼ ବଡ଼ ସହରରୁ ଦାଦନ ଶ୍ରମିକଙ୍କ ଗଣପଳାୟନ ଜାରି ରହିଥିବାବେଳେ ସୋମବାର ଏକ ଅଭାବନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁପିର ବରେଲିରେ ଦାଦନ ପରିବାରମାନଙ୍କୁ ଭୂତାଣୁରହିତ କରିବା ପାଇଁ ସେମାନଙ୍କ ଉପରେ କେମିକାଲ ସ୍ପ୍ରେ କରାଯାଇଛି। ବିହାରର ନୀତୀଶ କୁମାର ସରକାର ରାଜ୍ୟକୁ ଫେରିଥିବା ଶତାଧିକ ଦାଦନ ଶ୍ରମିକଙ୍କୁ ସୀମାରେ ଅଟକାଇ ଦେଇଛନ୍ତି। କେବଳ ୟୁପି କି ବିହାର ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଶ୍ରମିକମାନେ ସହରରୁ କରୋନା ଭାଇରସ୍‌ ନେଇ ଆସିଥାଇପାରନ୍ତି ବୋଲି ସେମାନଙ୍କ ସହ ଘୃଣ୍ୟ ବ୍ୟବହାର କରାଯାଉଛି। ଫଳରେ ଦାଦନ ପରିବାର ନା ଏ କୁଳର ହେଉଛନ୍ତି ନା ସେ କୁଳର।

ଶ୍ରମିକଙ୍କ ଉପରେ କେମିକାଲ ସ୍ପ୍ରେ

ବିଭିନ୍ନ ରାଜ୍ୟରୁ ଉତ୍ତରପ୍ରଦେଶକୁ ଫେରିଥିବା ଦାଦନ ଶ୍ରମିକମାନଙ୍କ ଉପରେ ବରେଲିରେ କେମିକାଲ ସ୍ପ୍ରେ କରାଯାଇଛି। ସେମାନଙ୍କ ସହ ଏଭଳି ଘୃଣ୍ୟ ବ୍ୟବହାରର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶାସନର ଏହି କାର୍ଯ୍ୟକୁ ଚାରିଆଡ଼େ ସମାଲୋଚନା କରାଯିବା ପରେ ସୋମବାର ବରେଲି ଜିଲାପାଳ ଭୁଲ୍‌ ସ୍ବୀକାର କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଭାବେ ଅଭିହିତ କରିଛି।
ସଂକ୍ରମଣର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଦେଶର ବିଭିନ୍ନ ସହରରୁ ଶତାଧିକ ଦାଦନ ଶ୍ରମିକ ସେମାନଙ୍କ ପରିବାର ଧରି ରବିବାର ଉତ୍ତରପ୍ରଦେଶର ବରେଲିରେ ପହଞ୍ଚତ୍ଥିଲେ। ସେଠାରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ସେମାନଙ୍କ ଉପରେ ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ସୋଲ୍ୟୁଶନ ସିଞ୍ଚନ କରାଯାଇଥିଲା। ଏହି ‘କେମିକାଲ ବାଥ୍‌’ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାପାଳ ଭୁଲ ମାନିବା ସହ ଏପରି କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ଟୁଇଟ୍‌ରରେ ନିନ୍ଦା କରିଛନ୍ତି। ମହାମାରୀ ବିରୋଧରେ ସାମୂହିକ ଲଢ଼େଇର ଆବଶ୍ୟକତା ଥିବାବେଳେ ଏପରି ଅମାନବୀୟ କାର୍ଯ୍ୟ ନିନ୍ଦନୀୟ ବୋଲି ସେ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ କେତେଜଣ ସ୍ଥାନୀୟ ଅଧିକାରୀ ଦାଦନଙ୍କ ଉପରେ ସ୍ପ୍ରେ କରାଯିବାକୁ ଯଥାର୍ଥ ଦର୍ଶାଇଛନ୍ତି। ସୁଇମିଂ ପୁଲ୍‌କୁ ସାନିଟାଇଜ୍‌ କରିବା ପାଇଁ ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ସୋଲ୍ୟୁଶନ ସ୍ଫ୍ରେ କରାଯାଏ ବୋଲି କହିଛନ୍ତି।

କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ବଢ଼ିଛି। ଶ୍ରମିକମାନେ ଜୀବିକା ହରାଇ ଭୟଭୀତ ହୋଇ ବଡ଼ ବଡ଼ ସହରରୁ ନିଜ ଗାଁ ଅଭିମୁଖେ ଗୋଷ୍ଠୀବଦ୍ଧ ଭାବେ ଯାତ୍ରା କରୁଛନ୍ତି। ଅଧିକାଂଶ ଶ୍ରମିକ ଶହ ଶହ କି.ମି. ବାଟ ଚାଲି ଚାଲି ଯାଉଛନ୍ତି। ସେମାନଙ୍କ ଭୟ କରୋନା ଭାଇରସ୍‌ ସମସ୍ୟାଠାରୁ ବଳିଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ଗଣପଳାୟନ ରୋକିବା ପାଇଁ କି ପଦକ୍ଷେପ ନେଇଛନ୍ତି ସେନେଇ ସୋମବାର ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହାସହ ମଙ୍ଗଳବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ଦାଦନ ଶ୍ରମିକଙ୍କ ଗଣପଳାୟନକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଏର ହୋଇଛି। ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ଓ ରଶ୍ମି ବଂସଲ ଦାଏର କରିଥିବା ଉକ୍ତ ଆବେଦନରେ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦାବି ହୋଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାର ନେଇଥିବା ପଦକ୍ଷେପକୁ ନେଇ ଅଦାଲତ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ସରକାର କି ପଦକ୍ଷେପ ନେଇଛନ୍ତି ତାହା ଆସିବା ପରେ ଯାଇ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ। ମଙ୍ଗଳବାର କେନ୍ଦ୍ର ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପରେ ଏହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri