ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ ଲୋକଙ୍କୁ ଏହି ଭୂତାଣୁ ନ ବ୍ୟାପିବ। ଫ୍ରାନ୍ସ ସରକାର ଏବେ ତାଙ୍କ ନାଗରିକମାନଙ୍କୁ ଏକ ଫର୍ମ ଯୋଗାଇ ଦେଉଛନ୍ତି, ଯହିଁରେପ ବାହାରକୁ ତାଙ୍କର କାହିଁକି ଯିବା ଆବଶ୍ୟକ, ସମ୍ପୃକ୍ତ ନାଗରିକ ତାହା ଲିଖିତଭାବେ ଜଣାଇବେ। କେନିୟା ସରକାର ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଦେଶର ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି ଓ କର୍ମଜୀବୀମାନେ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ସ୍ବାସ୍ଥ୍ୟ ସମ୍ପର୍କିତ ସତର୍କତା ଅବଲମ୍ବନ କରିବା ନେଇ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହି କଠିନ ସମୟରେ ସହଯୋଗ ପାଇଁ ଆଗେଇ ଆସିବାକୁ ସରକାର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି।
କେନିୟାର ଲୋକେ ଏବେ ଘରେ ବସି କୋଭିଡ୍‌-୧୯ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁହାର କେତେ କମିଲା ତାର ହିସାବ ନିକାଶରେ ମାତିଛନ୍ତି। କେନିୟାର ବନ୍ଧୁରାଷ୍ଟ୍ର ଚାଇନାରେ କରୋନା ମୃତ୍ୟୁହାର ଯଥେଷ୍ଟ ନିୟନ୍ତ୍ରଣକୁ ଆସିଥିବାରୁ କେହି କେହି କେନିୟାବାସୀ ଖୁବ୍‌ ଆଶାବାଦୀ ହୋଇ କହୁଛନ୍ତି ଯେ କରୋନା ସେପରି ମହାମାରୀ ନୁହେଁ। ଯେପରି ଲୋକ କହୁଛନ୍ତି।
ତେବେ କେନିୟାବାସୀଙ୍କ ପାଇଁ କୋଭିଡ୍‌-୧୯ ଭୂତାଣୁ ଯେତେ ମାରକ ନୁହେଁ, ମାରକ ପାଲଟିଛି ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ଦୁର୍ବଳତା। ଭୂତାଣୁକୁ ରୋକିବା ପାଇଁ ସାବୁନରେ ହାତ ଧୋଇବା ଏକ ଫଳପ୍ରଦ ପ୍ରତିଷେଧକ ହୋଇଥିବା ବେଳେ କେନିୟାରେ ପାଣି ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ଏଠାକାର ଅଶୀ ପ୍ରତିଶତ ଲୋକଙ୍କ ପାଇଁ ସ୍ବଚ୍ଛ ପାଣି ଦୁର୍ଲଭ। ବସ୍ତିବାସିନ୍ଦାମାନେ ନିଜର ଦୈନନ୍ଦିନ ଜଳାଭାବ ମେଣ୍ଟାଇବା ପାଇଁ ଜାରକିନରେ ପାଣି କିଣୁଛନ୍ତି। ସହରରେ ମଧ୍ୟ ଉତ୍କଟ ଜଳାଭାବ ସ୍ଥିତିକୁ ସଙ୍ଗୀନ କରିଛି। ଦେଶର କେତେକ ଗ୍ରାମାଞ୍ଚଳରେ ଲୋକଙ୍କୁ ଝରଣା ପାଣି ପାଇଁ ଗରାମାଠିଆ ଧରି ମାଇଲ ମାଇଲ ଧାଇଁବାକୁ ପଡୁଛି। ଅଧିକାଂଶ କେନିୟା ଅଧିବାସୀଙ୍କ ପାଇଁ ଜଳାଭାବ ହିଁ କରୋନା ଭୂତାଣୁ ପ୍ରତିରୋଧର ପ୍ରାଥମିକ ପଦକ୍ଷେପ ନେବାରୁ ବଞ୍ଚିତ କରୁଛି।
ସାମାଜିକ ଦୂରତା ରକ୍ଷା ଏହି ଦେଶର ଅନ୍ୟତମ ସମସ୍ୟା। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କେବଳ ଏକ ଉପଦେଶ ହୋଇ ରହିଛି। କେନିୟାର ସବୁଠୁ ବଡ ସଂକଟ ହେଲା ଏହି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିଷେଧକ ବ୍ୟବସ୍ଥା ତୁଳନାରେ ଉପଶମ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି। କେନିୟାର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ବିଦେଶୀ ଅନୁଦାନରେ ପ୍ରତିଷ୍ଠିତ। କରୋନା ନିୟନ୍ତ୍ରଣରେ ନିଜ ରକ୍ଷଣ ଏବେ ଅସମ୍ଭାଳ ହୋଇପଡିଛି। କେନିୟାର ସଚେତନ ନାଗରିକମାନଙ୍କର ମତ ଯେ ଯଦି ଏହି ଦେଶ ପ୍ରଥମରୁ ବିଦେଶାଗତଙ୍କ ତନଖିକୁ କଡାକଡି କରିଥାନ୍ତା ତେବେ ରୋଗ ଆୟତ୍ତ ବାହାରକୁ ଯାଇ ନ ଥାନ୍ତା। କେନିୟା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ବୋଲି କହୁଛନ୍ତି, କିନ୍ତୁ ଏହା କେବଳ ଘୋଷଣା ମାତ୍ର। ପାଣିର ପ୍ରବଳ ଅଭାବ ଓ ନଗରାଞ୍ଚଳରେ ଅତିରିକ୍ତ ଜନଗହଳି କେନିୟାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ପ୍ରଦାନ ବାଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri