କରୋନା ଆକ୍ରାନ୍ତଙ୍କ ତଥ୍ୟ ଲୁଚାଇଥିଲେ ଏମ୍ସ ଡାକ୍ତର

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତେବେ ଆକ୍ରାନ୍ତ ୧୯ବର୍ଷୀୟ ଯୁବକଙ୍କ ବିଷୟରେ ତଥ୍ୟ ଲୁଚାଯାଇଥିବା ଭୁବନେଶ୍ୱର ଏମ୍ସ ରେସିଡେଣ୍ଟ ଡାକ୍ତରୀ ସଂଘ ଅଭିଯୋଗ ଆଣିଛି। ଏନେଇ ସଂଘ ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଏମ୍ସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେଶନ ୟୁନିଟ୍‌ ଦାୟିତ୍ୱରେ ଥିବା ଅନ୍ୟଜଣେ ଡାକ୍ତର ସମ୍ପୃକ୍ତ କରୋନା ଆକ୍ରାନ୍ତଙ୍କୁ ଏମ୍ସ ଆଣିବାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରହିଥିବା ଗାଇଡ୍‌ଲାଇନ ବା ନିୟମକୁ ପାଳନ କରିନାହାନ୍ତି। ସେ ଏମ୍ସର ଜଣେ ଡାକ୍ତରଙ୍କ ପୁଅ ହୋଇଥିବାରୁ ତାଙ୍କ କ୍ଷେତ୍ରରେ ଏଭଳି କରାଯାଇଛି। ୩ ଦିନ ପୂର୍ବରୁ ପୁଅ ବ୍ରିଟେନରୁ ଫେରିଥିଲେ ମଧ୍ୟ ଡାକ୍ତର ବାପା ଏହାକୁ ଲୁଚାଇଥିଲେ। ଫଳରେ ଏମ୍ସରେ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ବିପଦ ଘେରକୁ ଆସିଯାଇଛନ୍ତି ବୋଲି ଡାକ୍ତରୀ ସଂଘ ଆଶଙ୍କା ପ୍ରକାଶ କରିଛି। ଏପରି ଅଭିଯୋଗ ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଓ ଆଲୋଚନା ଚାଲିଥିବା କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ପରସ୍ପର ସଂସ୍ପର୍ଶରେ ଆସିଥିବା ବା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସେ କହିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏମ୍ସରେ ଏକ ଜରୁରୀ ବୈଠକ ବସିଥିଲା। ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନ ଏନେଇ ଆଲୋଚନା କରିଥିଲେ। ଭୁବନେଶ୍ୱର ଏମ୍ସ ଏ ଦିଗରେ ସବୁପ୍ରକାର ନିୟମକୁ ମାନି କାର୍ଯ୍ୟ କରୁଛି ବୋଲି ନିର୍ଦ୍ଦେଶିକା କହିଛନ୍ତି। ସେ କହିଛନ୍ତି, ଉକ୍ତ ଯୁବକ ଜଣକ ବିମାନବନ୍ଦରରୁ ସିଧା ତାଙ୍କ ଘରକୁ ଯାଇଥିଲେ। ପରଦିନ ଅର୍ଥାତ୍‌ ୧୯ ତାରିଖ ସକାଳେ ତାଙ୍କର ସେଭଳି କିଛି ଲକ୍ଷଣ ଦେଖାଯିବାରୁ ସେ ହସ୍ପିଟାଲ ଆସିଥିଲେ। ତାଙ୍କୁ ଆମେ ଆଇସୋଲେଶନରେ ରଖି ନମୁନା ପରୀକ୍ଷା ପାଇଁ ପଠାଇଥିଲୁ। ରାତିରେ ଆସିଥିବା ରିପୋର୍ଟ କରୋନା ପଜିଟିଭ୍‌ ଜଣାପଡ଼ିଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ଅତି ନିକଟତର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ମଧ୍ୟ ହୋମ୍‌ ଆଇସୋଲେଶନରେ ରଖାଯାଇଛି। ଶୁଣି ଦୁଃଖ ଲାଗୁଛି ଯେ, ଅନେକ ଡାକ୍ତରଙ୍କୁ ସେମାନଙ୍କ ଘର ଲୋକ ଘରକୁ ଯିବା ପାଇଁ ଅନୁମତି ଦେଉନାହାନ୍ତି। ଏମିତି ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆପାର୍ଟମେଣ୍ଟରେ ଭୟର ବାତାବରଣ

ଆକ୍ରାନ୍ତ ଜଣକ ଯେଉଁ ଆପାର୍ଟମେଣ୍ଟରେ ଆସି ରହିଥିଲେ ସେଠାରେ ଅନ୍ୟ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ରୁହନ୍ତି। ତେଣୁ ସେଠାରେ ରହୁଥିବା ସମସ୍ତଙ୍କୁ ୧୪ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ସେମାନଙ୍କ ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି। ଏମ୍ସରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ, ଆକ୍ରାନ୍ତ ଜଣକ ତାଙ୍କ ବାପାଙ୍କ ସହିତ ୧୮ ତାରିଖରେ ସେହି ଆପାର୍ଟମେଣ୍ଟରେ ହୋଇଥିବା ଏକ ଭୋଜିରେ ଯୋଗଦେଇଥିଲେ। ତେଣୁ ସେଠାକୁ ଆସିଥିବା ଲୋକଙ୍କୁ ମଧ୍ୟ ଟ୍ରେସ୍‌ କରାଯାଇ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଉ ବୋଲି ସେ ଦାବି କରିଛନ୍ତି। ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ସୁବ୍ରତୋ ପୃଷ୍ଟି କହିଛନ୍ତି, ଡାକ୍ତର ଜଣକ ତାଙ୍କ ପୁଅର ସେପରି ଲକ୍ଷଣ ଦେଖିଥିଲେ ମଧ୍ୟ ସେ କାହାକୁ ନ ଜଣାଇ ଘରେ ଚିକିତ୍ସା କରିଥିଲେ। ତେବେ ଆମେ ଶୁକ୍ରବାର ସକାଳେ ବିଭିନ୍ନ ଗଣମାଧ୍ୟମ ଜରିଆରେ ତାଙ୍କର କରୋନା ପଜିଟିଭ୍‌ ହୋଇଥିବା ଜାଣିବା ପରେ ଛାନିଆ ହୋଇପଡ଼ିଲୁ। ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଆମେ ନିଜେ ପଦକ୍ଷେପ ନେଲୁ। କିନ୍ତୁ ଜଣେ ଡାକ୍ତର ହୋଇ ବି ସରକାରଙ୍କ ନିୟମକୁ କିପରି ବେଖାତିର କଲେ? ତାଙ୍କ ପାଇଁ ବର୍ତ୍ତମାନ ଏଠାରେ ରହୁଥିବା ୨୬୧ ପରିବାର ବିପଦ ଆଶଙ୍କାରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri