Posted inଫୁରସତ

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର ସାମାଜିକ ଅର୍ଥନୀତିକୁ ବେଶ୍‌ ମାର୍ମିକ ଢଙ୍ଗରେ ଉପସ୍ଥାପନ କରି ନିଜକୁ ବୁକ୍‌ର ତାଲିକାରେ ସାମିଲ୍‌ କରିବାରେ ସଫଳ ହୋଇଥିଲେ ଆଡ଼ିଗା…

ଭାରତୀୟ ସାହିତ୍ୟରେ ଏକ ଅତି ପରିଚିତ ନାମ ଅରବିନ୍ଦ ଆଡ଼ିଗା। ପେସାରେ ଜଣେ ଜର୍ନାଲିଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ନିଶା ହେଉଛି ସାହିତ୍ୟ ରଚନା କରିବା। ମୁଖ୍ୟତଃ ଗଳ୍ପ ଉପନ୍ୟାସ ରଚନାରେ ରୁଚି ରଖୁଥିବା ଏହି ଯୁବ ଔପନ୍ୟାସିକ ଭାରତର ସାହିତ୍ୟକୁ କେବଳ ଭାରତ ମଧ୍ୟରେ ସୀମିତ ରଖିନାହାନ୍ତି; ଅଧିକନ୍ତୁ ସେ ବିଦେଶରେ ଭାରତୀୟ ସାହିତ୍ୟର ବିଜୟ ପତାକା ଉଡ଼େଇବାରେ ସଫଳ ହୋଇଛନ୍ତି। ଏସବୁ ଘଟିଛି ତାଙ୍କର ପ୍ରଥମ ଉପନ୍ୟାସ ‘ଦ ହ୍ବାଇଟ୍‌ ଟାଇଗର’ ପାଇଁ। ଉଲ୍ଲେଖଯୋଗ୍ୟ ଯେ, ‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର ସାମାଜିକ ଅର୍ଥନୀତିକୁ ବେଶ୍‌ ମାର୍ମିକ ଢଙ୍ଗରେ ଉପସ୍ଥାପନ କରି ନିଜକୁ ବୁକ୍‌ର ତାଲିକାରେ ସାମିଲ୍‌ କରିବାରେ ସଫଳ ହୋଇଥିଲେ ଆଡ଼ିଗା। ତାଙ୍କ ସହିତ ଭାରତୀୟ ଯୁବ ସାହିତ୍ୟ ବି ସାମିଲ୍‌ ହୋଇ ଯାଇଥିଲା ବିଶ୍ୱର ଏକ ବୃହତ୍ତର ପାଠକ ଗୋଷ୍ଠୀ ମଧ୍ୟରେ। ନୂଆ ଚିିନ୍ତାଧାରା, ନୂତନ ଶୈଳୀ ତଥା ନିମ୍ନ ମଧ୍ୟବିତ୍ତର ଜୀବନ ଶୈଳୀକୁ ନିଜର ପ୍ରତ୍ୟେକ ଲେଖାରେ କଞ୍ଚାମାଲ ଭାବରେ ଗ୍ରହଣ କରନ୍ତି ଆଡ଼ିଗା। ସେଥିଲାଗି ତାଙ୍କ ରଚନା ସବୁରେ ଗୋଟେ ନିଚ୍ଛକ ଭାରତୀୟତା ବାରି ହୋଇ ପଡ଼ିଥାଏ ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ।

ପିଲାବେଳ ଓ ପାଠପଢ଼ା : ୧୯୭୪ ମସିହା ଅକ୍ଟୋବର ୨୩ ତାରିଖରେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ)ଠାରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ ଆଡ଼ିଗା। ବାପା ଡ. କେ. ମାଧବ ଆଡ଼ିଗା ଏବଂ ମା’ ଉଷା ଆଡ଼ିଗା। ଉଭୟ ମାଧବ ଏବଂ ଉଷା ଥିଲେ ମାଙ୍ଗାଲୋରର ଅଧିବାସୀ। ତାଙ୍କର ଜେଜେବାପା କେ. ସୂର୍ଯ୍ୟନାରାୟଣ ଆଡ଼ିଗା ଥିଲେ କର୍ନାଟକ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ। ଏଥିସହିତ ତାଙ୍କର ଅଜା ୟୁ. ରାମାରାଓ ଥିଲେ ଜଣେ ପ୍ରସିଦ୍ଧ ଡାକ୍ତର ଏବଂ ମାଡ୍ରାସ୍‌ କଂଗ୍ରେସର ଜଣେ ପ୍ରମୁଖ ସଦସ୍ୟ। ଆଡିଗାଙ୍କର ପିଲାବେଳ କଟିଛି ମାଙ୍ଗାଲୋରରେ। ସେ ମାଙ୍ଗାଲୋରରେ ତାଙ୍କର ହାଇସ୍କୁଲ ଶେଷ କରିଛନ୍ତି। ପୁଣି ସେଠାରେ ବି ତାଙ୍କର କଲେଜ ପଢ଼ା ଶେଷ ହୋଇଛି। ତଥ୍ୟ ଅନୁଯାୟୀ ପ୍ରଥମରୁ ଖୁବ୍‌ ଅଧ୍ୟୟନ ପିପାଷୁ ଥିଲେ ଆଡ଼ିଗା। ପରୀକ୍ଷାରେ ସେ ସବୁବେଳେ ପ୍ରଥମରେ ରହୁଥିଲେ। କଲେଜ ପଢ଼ା ସରୁସରୁ ତାଙ୍କ ପରିବାର ଭାରତ ଛାଡ଼ି ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହୋଇଗଲେ। ଉଚ୍ଚତର ଶିକ୍ଷା ହାସଲ କରିବା ପାଇଁ ଆମେରିକା ଯାଇଥିଲେ ଆଡ଼ିଗା। ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିରେ ସେ ଇଂଲିଶ ଭାଷା ସାହିତ୍ୟରେ ନାମ ଲେଖାଇଥିଲେ।

କ୍ୟାରିଅର: ଆଡ଼ିଗା ଇଂଲିଶ ସାହିତ୍ୟର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କର ଜର୍ନାଲିଜିମ୍‌କୁ ନେଇ ଖୁବ୍‌ ଦୁର୍ବଳତା ରହିଥିଲା। ସେଥିଲାଗି ସେ ତାଙ୍କର କ୍ୟାରିଅର ଭାବରେ ଜର୍ନାଲିଜିମ୍‌କୁ ହିଁ ଗ୍ରହଣ କରିଥିଲେ। ସେ ‘ଫାଇନାନ୍‌ସିଆଲ୍‌ ଟାଇମ୍ସ’ରେ ଜଣେ ଫିନାନ୍‌ସିଆଲ୍‌ ଜର୍ନାଲିଷ୍ଟ ଭାବରେ ଯୋଗଦେଲେ। ଏଥିରେ କାର୍ଯ୍ୟ କରିବା ବେଳେ ସେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌କାର କରିଥିଲେ। ତନ୍ମଧ୍ୟରୁ ଦୁଇ ଜଣ ହେଉଛନ୍ତି ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଠିକ୍‌ ପୂର୍ବରୁ ମ୍ୟାନ ବୁକର ହାସଲ କରିଥିବା ପିଟର କ୍ୟାରୀ। ଫିନାନ୍‌ସିଆଲ୍‌ ଜର୍ନାଲିଷ୍ଟ ଭାବରେ ତାଙ୍କର ଖ୍ୟାତି ଏତେ ବଢ଼ି ଯାଇଥିଲା ଯେ, ପରେ ପରେ ତାଙ୍କୁ ‘ଟାଇମ୍‌’ରେ ନିଯୁକ୍ତି ମିଳିଯାଇଥିଲା। ସେ ‘ଟାଇମ୍‌’ରେ ସାଉଥ୍‌-ଏସିଆ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ। ତିନିବର୍ଷ ‘ଟାଇମ୍‌’ରେ କାର୍ଯ୍ୟ କରିବା ପରେ ସେ ମୁକ୍ତବୃତ୍ତି ସାମ୍ବାଦିକତା କରିବାକୁ ସେଠାରୁ ଓହରି ଆସିଲେ। ତା’ର କାରଣ ଥିଲା ସମୟ ବାହାର କରି ଉପନ୍ୟାସ ଲେଖିବା। ଏହାପରେ ସେ ଲେଖିଥିଲେ ‘ଦ ହ୍ବାଇଟ୍‌ ଟାଇଗର’ ଯାହା ତାଙ୍କୁ ବିଶ୍ୱରେ ପରିଚିତି ଆଣି ଦେଇଥିଲା। ଅରବିନ୍ଦ ଆଡ଼ିଗାଙ୍କୁ ସମସ୍ତେ ଇଣ୍ଡୋ-ରୁଷିଆନ୍‌ ଲେଖକ ବୋଲି କହୁଥିଲେ ମଧ୍ୟ ସେ ସମ୍ପ୍ରତି ମୁମ୍ବାଇରେ ଅବସ୍ଥାପିତ।

ବୁକର : ବୁକର ପାଇବାରେ ଅରବିନ୍ଦ ଆଡ଼ିଗା ହେଉଛନ୍ତି ଚତୁର୍ଥ ଭାରତୀୟ ବଂଶୋଦ୍ଭବ ଲେଖକ। ତାଙ୍କ ପୂର୍ବରୁ ବୁକର ପାଇଥିବା ଲେଖକମାନେ ହେଉଛନ୍ତି ସଲମାନ୍‌ ରଶ୍‌ଡି, ଅରୁନ୍ଧତୀ ରୟ ଏବଂ କିରନ୍‌ ଦେଶାଇ। କେହି କେହି ଏହି ତାଲିକାରେ ଭି.ଏସ୍‌.ନଇପଲଙ୍କୁ ସାମିଲ୍‌ କରୁଥିଲେ ମଧ୍ୟ ବାସ୍ତବରେ ଏ ତାଲିକାରେ ନଇପଲଙ୍କୁ ରଖାଯାଏ ନାହିଁ। କାରଣ ନଇପଲ ମୂଳତଃ ଭାରତୀୟ ହୋଇଥିଲେ ମଧ୍ୟ ତାଙ୍କର ଜନ୍ମ ତ୍ରିନିଦାଦ୍‌ର କ୍ୟାରିବୀୟ ଉପଦ୍ୱୀପରେ ହୋଇଥିଲା। ବୁକର୍‌ର ସଂକ୍ଷିପ୍ତ ତାଲିକାରେ ସାମିଲ୍‌ ହୋଇଥିବା ଯେଉଁ ପାଞ୍ଚ ଜଣଙ୍କୁ କାଟି ଆଡ଼ିଗାଙ୍କ ‘ଦ ହ୍ବାଇଟ୍‌ ଟାଇଗର’ ମୁକୁଟ ଜିତିଲା ସେମାନଙ୍କ ମଧ୍ୟରେ ଥିଲେ ଆଉ ଜଣେ ଭାରତୀୟ। ସେ ହେଉଛନ୍ତି ଅମିତାଭ୍‌ ଘୋଷ। ତେବେ ଭାରତ ଆଧୁନିକ ବିଶ୍ୱ-ଅର୍ଥନୀତିର ଏକ ପ୍ରମୁଖ ଦେଶ ଭାବରେ ଆଗକୁ ଯାଉଥିବାବେଳେ ଲୋକମାନେ କିଭଳି ଶୋଷିତ ହେଉଛନ୍ତି ତାହାର ଚମତ୍କାର ତୁଳନାତ୍ମକ ବର୍ଣ୍ଣନା ଆଡ଼ିଗାଙ୍କୁ ବୁକର ଆଣିଦେଇଥିଲା। ‘ଦ ହ୍ବାଇଟ୍‌ ଟାଇଗର’କୁ ବାଦଦେଲେ ଆଡ଼ିଗା ଲେଖିଥିବା ଅନ୍ୟ ଫିକ୍‌ସନ୍‌ ପୁସ୍ତକଗୁଡ଼ିକ ହେଉଛି ‘ବିଟୁଇନ୍‌ ଦ ଆସାସିନେସନ୍‌’, ଲାଷ୍ଟ ମ୍ୟାନ୍‌ ଇନ୍‌ ଟାଓ୍ବାର ଏବଂ ସିଲେକ୍ସନ୍‌ ଡେ।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri