୪୮ ସଂକୀର୍ତ୍ତନ ମଣ୍ଡଳୀ: ହଜିଯାଉଥିବା ସଂକୀର୍ତ୍ତନକୁ ବଞ୍ଚାଇ ରଖିବାର ପ୍ରୟାସ

ନରାଜ,୧୫।୩(ଡି.ଏନ୍‌.ଏ.): ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ ,ବୌଦ୍ଧ ଓ ଶିଖ୍‌ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ। ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ। ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ପୂର୍ବରୁ ପ୍ରାୟ ସବୁ ଗ୍ରାମରେ ଏଭଳି ସଂକୀର୍ତ୍ତନ ମଣ୍ଡଳୀ ଥିଲା। କାଳକ୍ରମେ ଏହି ସଂକୀର୍ତ୍ତନ ଜନମାନସରୁ ଲୋପ ପାଇବାକୁ ବସିଲାଣି। ସରକାର ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ପ୍ରୋତ୍ସାହନ ସହ ୫୦ ବର୍ଷରୁ ଊର୍ଦ୍ଧ୍ୱ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ଏହି ପ୍ରାଚୀନ ପରମ୍ପରାକୁ ଆପଣେଇବାକୁ କଳାକାରମାନେ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ ବାରଙ୍ଗ ଅଞ୍ଚଳର ୪୮ ସଂକୀର୍ତ୍ତନ ମଣ୍ଡଳୀ ଏହି ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖିଛି। ବିଶେଷକରି କାର୍ତ୍ତିକ, ଫାଲଗୁନ, ଚୈତ୍ର ଓ ବୈଶାଖ ଆଦି ମାସରେ କିମ୍ବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଏହି ମଣ୍ଡଳୀ ପକ୍ଷରୁ କରାଯାଉଥିବା ସଂକୀର୍ତ୍ତନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଦୃତ ଲାଭ କରିଛି।

ପଟିଆ ମଦନ ମୋହନ ରାଜା ବାରଙ୍ଗର ପ୍ରାଚୀ ନଦୀ ତଟରେ ବାଲିଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ସଂକୀର୍ତ୍ତନ ଶୁଣିବାକୁ ଲୋକେ ପସନ୍ଦ କରୁଥିବାରୁ ରାଜା ଏହି ବାଲିଯାତ୍ରା ସମୟରେ ୪୮ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକୁ ଏକତ୍ରିତି କରି ୪୮ ମଣ୍ଡଳ ସଂକୀର୍ତ୍ତନ ଗଢ଼ିଥିଲେ। ଏହାର ଦାୟିତ୍ୱ ଜଣେ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ସେହିପରି ୪୮ ସଂକୀର୍ତ୍ତନ ମଣ୍ଡଳୀକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତ୍ୟେକ ମଣ୍ଡଳୀର ଦାୟିତ୍ୱ ଜଣେ ଲେଖାଏ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ଏହି ମହନ୍ତ ଓ ଅଧିକାରୀମାନେ ବଂଶାନୁକ୍ରମିକଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ସେହିଦିନଠାରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ୪୮ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବାଲିଯାତ୍ରା ଆୟୋଜନ କରାଯାଉଛି। ଏଥିରେ ସବୁ ମଣ୍ଡଳର ମହନ୍ତମାନେ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥାନ୍ତି। ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହି ସଂକୀର୍ତ୍ତନ ମଣ୍ଡଳୀ ଏବେବି ନିଜ ପରମ୍ପରା ବଞ୍ଚେଇ ରଖିଛି। ନୂତନ ପିଢ଼ିକୁ ସଂକୀର୍ତ୍ତନ ସହ ଯୋଡିବା ପାଇଁ ଏହି ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଖୋଳ ତାଳ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri