Posted inଖେଳ

ୟୁଟ୍ୟୁବରେ ନିଦହାସ ଟ୍ରଫି ଫାଇନାଲକୁ ଦେଖିସାରିଲେଣି ୧୩.୨ କୋଟି ୟୁଜର୍ସ

୨୦୧୮ରେ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ନିଦାହାସ ଟ୍ରଫି ଫାଇନାଲରେ ବାଂଲାଦେଶ ଓ ଭାରତ ପରସ୍ପରକୁ ଭେଟିଥିଲେ। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୬୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୮ ଓଭର ସୁଦ୍ଧା ୫ ଉଇକେଟ ହରାଇ ୧୩୩ ରନ୍‌ କରିଥିଲା। ଦଳକୁ ଜିତିବା ପାଇଁ ଦୁଇ ଓଭରରେ ୩୪ ରନ୍‌ ଦରକାର ଥାଏ। କିନ୍ତୁ ଶିଖର ଧାଓ୍ବନ (୧୦), ଅଧିନାୟକ ରୋହିତ ଶର୍ମା (୫୬), ଲୋକେଶ ରାହୁଲ (୨୪), ସୁରେଶ ରାଇନା (୦) ଓ ମନୀଷ ପାଣ୍ଡେ (୨୮) ପ୍ୟାଭିଲିଅନ ଫେରିସାରିଥିଲେ। ସେତେବେଳେ ବ୍ୟାଟିଂ କରୁଥିବା ବିଜୟ ଶଙ୍କର ସଂଘର୍ଷ କରୁଥିଲେ। କିନ୍ତୁ ଦିନେଶ କାର୍ତ୍ତିକ ୧୯ତମ ଓଭରରେ ପେସର ରୁବେଲ ହସନଙ୍କଠାରୁ ଦୁଇ ଲେଖାଏ ଛକା ଓ ଚୌକା ବଳରେ ୨୨ ରନ୍‌ ଆଦାୟ କରିଥିଲେ। ଅନ୍ତିମ ଓଭରର ପ୍ରଥମ ୪ ବଲରେ କାର୍ତ୍ତିକ ଓ ଶଙ୍କର ୭ ରନ୍‌ କରିଥିଲେ। ୫ମ ବଲରେ ଶଙ୍କର ଆଉଟ୍‌ ହୋଇଥିଲେ। ଫଳରେ ଅନ୍ତିମ ବଲରେ ଭାରତକୁ ଜିତିବା ପାଇଁ ଦରକାର ଥିଲା ୫ ରନ୍‌। ମାତ୍ର ପାର୍ଟ ଟାଇମ ବୋଲର ସୌମ୍ୟ ସରକାରଙ୍କୁ ଛକା ମାରି ଟିମ ଇଣ୍ଡିଆକୁ ମ୍ୟାଚ୍‌ ଜିତାଇ ଦେଇଥିଲେ କାର୍ତ୍ତିକ। ଏହି ମ୍ୟାଚ୍‌ର ହାଇଲାଇଟ୍‌କୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୩.୨ କୋଟି ୟୁଜର୍ସ ଦେଖିସାରିଲେଣି। ଏହି ଭିଡିଓକୁ ୟୁଟ୍ୟୁବରେ ସବୁଠୁ ଅଧିକ ଥର ଦେଖାଯାଇଥିବା କ୍ରିକେଟିଂ ମୁମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌ର ଐତିହାସିକ ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁଠି ଅଛନ୍ତି କେଉଁ ଦଳ

ଲକ୍ଷ୍ନୌ,୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ୫୪ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୯୮ ରନ୍‌ରେ ପରାସ୍ତ କରିଛି। ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ଆରମ୍ଭରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।...

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri