ରଙ୍ଗ ଉତ୍ସବକୁ ଫିକା କରିବ କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିନ କେଇଟା ପରେ ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଫଗୁ ଓ ଫଗୁଣର ଏହି ଉତ୍ସବକୁ ସ୍ବାଗତ କରିବାକୁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଡରାଇ ଦେଇଛି କରୋନା। ଗୋଟିଏ ସ୍ଥାନରେ ଏକାଠି ହୋଇ ହୋଲି ନ ଖେଳିବାକୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଜନସାଧାରଣଙ୍କୁ ଅନୁରୋଧ କରିଥିବାବେଳେ ଏପଟେ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିଭଳି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଏହାମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ହୋଲି ଉତ୍ସବ ପାଳନକୁ ନେଇ ଆଶଙ୍କା ଦେଖାଦେଇଛି। ଅନେକେ ହୋଲି ନ ଖେଳିବାକୁ ଚିନ୍ତା କରୁଥିବାରୁ ଏଥର ରଙ୍ଗର ଉତ୍ସବ ଫିକା ପଡ଼ିଯିବ ବୋଲି କୁହାଯାଉଛି।

ଚାଇନା ପିଚ୍‌କାରି, ମୁଖା ଉଭାନ

ହୋଲିକୁ ଆଉମାତ୍ର ୩ଦିନ ବାକି ରହିଥିବାବେଳେ ଏପର୍ଯ୍ୟନ୍ତ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁନି। ରାସ୍ତାକଡ଼ରେ ରଙ୍ଗ ଦୋକାନ କରିବାକୁ ବିଏମ୍‌ସି ରୋକ ଲଗାଇଥିବାବେଳେ ଲୋକଙ୍କ ମନରେ କରୋନା ଭୟ ଘାରିବାରେ ଲାଗିଛି। ସେହିଭଳି କମ୍‌ ସଂଖ୍ୟକ ଦୋକାନ ଖୋଲିଥିଲେ ମଧ୍ୟ ଅଧିକାଂଶ ବ୍ୟବସାୟୀଙ୍କ ପାଖରେ ରଙ୍ଗ ଅବିର ରହିଛି। ପିଚ୍‌କାରୀ, ଟୋପି, ମୁଖା ଆଦି ଦେଖିବାକୁ ମିଳୁନି। ଏସବୁ ସାମଗ୍ରୀ ଚାଇନାରୁ ଆମଦାନୀ ହୋଇଥାଏ। ଚାଇନାରେ ମୃତ୍ୟୁର ବିଭୀଷିକା ରଚିଥିବା କରୋନା ଯୋଗୁ ଉକ୍ତ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗିଛି। ତେଣୁ ପୂର୍ବରୁ ଯେତିକି ମହଜୁଦ ରହିଛି ତାହାକୁ ବହୁ ଚଢ଼ା ଦରରେ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି। ରଙ୍ଗ ବ୍ୟବସାୟୀ ଦେବରାଜ ବେହେରା କହିଛନ୍ତି, ହୋଲି ଓ ଦୀପାବଳିରେ ଅଧିକାଂଶ ସାମଗ୍ରୀ ଚାଇନାରୁ ଆସିଥାଏ। ହେଲେ କରୋନା ପାଇଁ ସେସବୁ ସାମଗ୍ରୀ ଆଉ ଆସୁନାହିଁ। ହୋଲ୍‌ସେଲରମାନେ ରଖିଥିବା ସେସବୁ ସାମଗ୍ରୀ ଉପରେ ୧୫ରୁ ୨୦ ପ୍ରତିଶତ ମୂଲ୍ୟବୃଦ୍ଧି କରିଥିବାରୁ ଆମଭଳି ଖୁଚୁରା ବେପାରୀମାନେ ତାହାକୁ ଆଣି ବିକିବା କଷ୍ଟକର ହେବ।

ମାସ୍କ ପିନ୍ଧି ହୋଲି ଖେଳିବେ ଲୋକେ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବାକୁ ଓ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଭଳିସ୍ଥଳେ ବଡ଼ ବଡ଼ ହୋଲି ଇଭେଣ୍ଟର ଆୟୋଜନ କରୁଥିବା ସଂସ୍ଥା ତଥା ଅନୁଷ୍ଠାନ ଚିନ୍ତାରେ ପଡ଼ିଛନ୍ତି। ଟିକେଟ ବିକ୍ରି ସହ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଶେଷ ମୁହୂର୍ତ୍ତରେ କରୋନା ସବୁକିଛି ବିଗାଡ଼ି ଦେଇଛି। ହେଲେ ଏବେ ଲୋକେ ହୋଲି ଖେଳିବାକୁ ଡରିବା ସହ ବୁକିଂ ବାତିଲ୍‌ କରିବାକୁ ଚାହୁଁଛନ୍ତି। ପ୍ରତିବର୍ଷ ଭୁବନେଶ୍ୱରରେ ‘ହର୍ବାଲ୍‌ ହୋଲି’ ଉତ୍ସବର ଆୟୋଜନ କରୁଥିବା ଅଭିନେତ୍ରୀ ତଥା ମଡେଲ ସ୍ବପ୍ନ ପତି କୁହନ୍ତି, ପବ୍ଲିକ୍‌ ଗ୍ୟାଦରିଂ ନ ହେଲେ ତ ହୋଲି ଖେଳି ହେବନି। ତେଣୁ ଏଥିଲାଗି ଆମେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ମାସ୍କ ଦେବୁ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରି ହୋଲି ଉତ୍ସବର ଆୟୋଜନ କରିବୁ ବୋଲି ସେ କହିଛନ୍ତି। ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର ଓ ବାବୁଶାନ୍‌ ମହାନ୍ତି ଏହି ଉତ୍ସବରେ ଯୋଗଦେଉଥିବା ବେଳେ ଏଥିରେ ଏସିଡ୍‌ ଆକ୍ରମଣ ପୀଡ଼ିତା ଏବଂ ଦିବ୍ୟାଙ୍ଗମାନଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯିବ।

ରଙ୍ଗରୁ ବ୍ୟାପିବନି କରୋନା

ହୋଲି ରଙ୍ଗରୁ କରୋନା ବ୍ୟାପିବନି କିମ୍ବା ମେଡ୍‌ ଇନ୍‌ ଚାଇନା ପିଚ୍‌କାରୀରୁ କରୋନା ଭୂତାଣୁ ବାହାରିବନି। ଗତ କିଛିଦିନ ହେଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ମେସେଜ୍‌ ସମ୍ପୂର୍ଣ୍ଣଭାବେ ମିଥ୍ୟା ବୋଲି ବିଶେଷଜ୍ଞମାନେ କହିଛନ୍ତି। ପ୍ରଥମତଃ ଏବେ ଚାଇନାରୁ କୌଣସି ସାମଗ୍ରୀ ଆମଦାନୀ ହେଉନି। ଭାରତୀୟ ବଜାରରେ ଯାହା ବି ହୋଲି ସାମଗ୍ରୀ ବିକ୍ରି ହେଉଛି ତାହା ଭାରତରେ ପ୍ରସ୍ତୁତ କିମ୍ବା ପୂର୍ବବର୍ଷରେ ମହଜୁଦ ରହିଥିବା ଚାଇନା ସାମଗ୍ରୀ। ଦ୍ୱିତୀୟତଃ କୌଣସି ଭାଇରସ୍‌ ପିଚ୍‌କାରୀ ଓ ପାଣି ଭିତରେ ଏତେଦିନ ବଞ୍ଚତ୍ ରହିପାରିବ ନାହିଁ। ତେଣୁ ଏହାକୁ ନେଇ ଭୟଭୀତ ନ ହେବାର କାରଣ ନାହିଁ। ଅଯଥାରେ ଭୁଲ୍‌ ତଥ୍ୟ ଉପରେ ଭରସା ନ କରିବାକୁ ପରାମର୍ଶ ଦିଆଯାଇଛି। ଘରେ ରହି ପରସ୍ପରକୁ ଅବିର ବୋଳି କିମ୍ବା ହର୍ବାଲ ହୋଲି ଖେଳି ଏଥର ରଙ୍ଗର ପର୍ବରେ ମଜା ନେବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri