ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ :ରାସ୍ତାକୁ ମାଡ଼ି ବସିଥିବା ଦୋକାନ, କ୍ୟାବିନ ହଟିବ

ପୁରୀ ଅଫିସ, ୧।୩: ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଶନିବାର ସଡ଼କ ସୁରକ୍ଷା ସଂକ୍ରାନ୍ତ ସଂସଦୀୟ କ୍ଷେତ୍ର କମିଟି (ପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ପିନାକୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ ସ୍ବାଇଁ, ଏନ୍‌ଏଚ୍‌ଏଆଇ ପିଡି ଏସ୍‌.ନାଗଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା ପ୍ରତି ସଚେତନ ହୋଇ ଦୁର୍ଘଟଣା ହାର କମାଇବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକରେ ମୁଖ୍ୟତଃ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଏବଂ ପୁରୀ-କୋଣାର୍କ ଜାତୀୟ ରାଜପଥ ଉପରେ ଆଲୋଚନା ହୋଇଥିଲା। ଭୁବନେଶ୍ୱର-କୋଣାର୍କ ମଧ୍ୟରେ ଚିହ୍ନଟ ୫ଟି ଦୁର୍ଘଟଣାପ୍ରବଣ ସ୍ଥାନ ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ରାସ୍ତାକୁ ମାଡ଼ି ବେଆଇନ ଭାବେ ଦୋକାନ, କ୍ୟାବିନ କରାଯାଇଛି। ଅନେକ ବ୍ୟବସାୟୀ ରାସ୍ତାକୁ ମଡ଼ାଇ ଶେଡ୍‌ କରିଛନ୍ତି। ଏହାକୁ ତୁରନ୍ତ ଉଚ୍ଛେଦ କରାଯିବ। ରାସ୍ତାରେ ଗାଡ଼ିଚାଳକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଲାଗି ଲଗାଯାଉଥିବା ସାଇନେଜ୍‌ ଅନେକ ସ୍ଥାନରେ ନାହିଁ। ତେଣୁ ଏହି ସାଇନେଜ୍‌କୁ ଠିକ୍‌ ଭାବେ ଲଗାଯିବ। ଯେଉଁଠି ରାସ୍ତା ଖରାପ ରହିଛି ତାହାର ମରାମତି ହେବ। ଅନେକ ଜାଗାରେ ଲୋକେ ସେମାନଙ୍କ ସୁବିଧା ପାଇଁ ମେଡିଆନକୁ କାଟି ଯା’ ଆସ କରୁଛନ୍ତି। ଏହାକୁ ବନ୍ଦ କରିବା ଲାଗି ଏନ୍‌ଏଚ୍‌ଏଆଇ ପିଡିଙ୍କୁ କୁହାଯାଉଛି। ତେବେ ରାସ୍ତାରେ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛନ୍ତି ବୁଲା ଗୋରୁ। ବିଭିନ୍ନ ସମୟରେ ଏମାନେ ରାସ୍ତାକୁ ଚାଲିଆସିବାରୁ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଭୁବନେଶ୍ୱର-ପୁରୀ ରାସ୍ତାମଝିରେ ରେଲିଂ ଲଗାଇବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସମୀର ଦଳାଇ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ କହିଥିଲେ, କିନ୍ତୁ ସେମାନଙ୍କର ଏହି ରେଲିଂ ଲଗାଇବାର କୌଣସି ପ୍ରୋଭିଜନ ନାହିଁ, ଚିହ୍ନଟ ସ୍ଥାନରେ ସାଇଡ୍‌ ଗାର୍ଡ କରାଯିବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଥିଲା। ସେହିପରି ପିପିଲି ଟୋଲ୍‌ଗେଟରେ ଅଧିକାଂଶ ସମୟ ଗହଳି ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ସିଂ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଜିଲା ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓ କହିଥିଲେ, ସଡ଼କ ସୁରକ୍ଷା ନେଇ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପେଟ୍ରୋଲପମ୍ପକୁ ହେଲମେଟ ନାହିଁ ତ ଇନ୍ଧନ ନାହିଁ ଲାଗି ଚିଠି କରାଯାଇଛି। ପେଟ୍ରୋଲପମ୍ପଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ଡିସ୍‌ପ୍ଲେ ବୋର୍ଡ ଲଗାଇବାକୁ କୁହାଯିବା ସହ ସିସିଟିଭି ପାଇଁ ପରାମର୍ଶ ଦିଆଯାଇଛି। ପ୍ରାୟ ସବୁ ପେଟ୍ରୋଲପମ୍ପରେ ସିସିଟିଭି ରହିଛି। ଯେଉଁମାନଙ୍କର ନାହିଁ ସେମାନଙ୍କୁ ତୁରନ୍ତ ଲଗାଇବାକୁ କୁହାଯାଇଛି। ତେଣୁ ସମସ୍ତେ ସଚେତନ ହୋଇ ହେଲ୍‌ମେଟ ପିନ୍ଧି ପେଟ୍ରୋଲପମ୍ପକୁ ଆସିବା ପାଇଁ ଦେଓ କହିଥିଲେ। ପରିବହନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ସମ୍ପର୍କରେ କୁହାଯାଇଥିଲା। ଗାଡ଼ି ଚାଳକମାନେ ଯେପରି ମଦ୍ୟପାନ ନ କରିବେ, ଡ୍ରାଇଭିଂ ସମୟରେ ମୋବାଇଲରେ କଥା ନ ହେବେ, ଟ୍ରାଫିକ ନିୟମ ମାନିବେ ଏବଂ ବସ୍‌ ଛାତରେ ଯେପରି କୌଣସି ଯାତ୍ରୀ ବସିବେ ନାହିଁ ତା’ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଆର୍‌ଟିଓ କହିଥିଲେ। ଏଥିରେ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘ ସହମତି ପ୍ରକାଶ କରିଥିଲେ। ଗୋରୁଙ୍କୁ କିପରି ରାସ୍ତାକୁ ଛଡ଼ା ନ ଯିବ ସେ ନେଇ ପୌରସଂସ୍ଥା ପଦକ୍ଷେପ ନେବ ବୋଲି ଜିଲାପାଳ କହିଥିଲେ। ସଡ଼କ ସୁରକ୍ଷା ସଂକ୍ରାନ୍ତରେ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସଚେତନ କରିବା ଲାଗି ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାତାୟାତ କରୁଥିବା ଗାଡ଼ିିଗୁଡ଼ିକ କିପରି ସୁରକ୍ଷିତ ଭାବେ ଚଳାଚଳ କରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଆର୍‌ଟିଓ କହିଥିଲେ। ଜିଲାର କେତେ ବସ୍‌, ଟାଟା ମ୍ୟାଜିକ ଗାଡ଼ିି ଏଥିରେ ନିୟୋଜିତ ରହିଛି ତାହାର ତାଲିକା ପ୍ରସ୍ତୁତ ହେବ ଏବଂ ଏହାର ଚାଳକମାନଙ୍କୁ ସଚେତନ କରାଯିବ। ସେହିପରି ବିନା ହେଲ୍‌ମେଟରେ ଚଳାଉଥିବା ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଛି। ପୋଲିସ ପକ୍ଷରୁ ରାସ୍ତାରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ବାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri