Posted inଫୁରସତ

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨ ବର୍ଷ ଧରି କନ୍ୟାଘରଙ୍କଠାରୁ କୌଣସି ଯୌତୁକ ଅବା ଅନ୍ୟ ଉପହାର ଗ୍ରହଣ କରି ନାହାଁନ୍ତି। ଇତିମଧ୍ୟରେ ପରିବାରରେ ୬ଜଣ ପୁଅଙ୍କର ବିବାହ ହୋଇଛି। ତେବେ ପ୍ରତି ବିବାହରେ ପରିବାର ପକ୍ଷରୁ କନ୍ୟା ଘରଠାରୁ ୫ କିଲୋ ମିଶ୍ରି ଏଂ ୧୧ଟି ନଡ଼ିଆ ଗ୍ରହଣ କରାଯାଇଥାଏ। ଏଭଳି ଉଚ୍ଚ ଚିନ୍ତା ଧାରା ଫତେହଚନ୍ଦାନି ପରିବାର ସଦସ୍ୟଙ୍କଠାରେ ଦେଖିବାକୁ ମିଳିଥାଏ। ପରିବାରର ୨୧ ଜଣ ସଦସ୍ୟ ଏକାଠି ଗୋଟିଏ ଛାତ ତଳେ ବାସ କରୁଛନ୍ତି। ଏକ ଘରୋଇ ସ୍କୁଲର ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଅନୀଲ ଫତେହଚନ୍ଦାନି କୁହନ୍ତି ଆମ ଘରେ ୪ ଭାଇ ଏବଂ ୩ ଭଉଣୀ ମିଳିତ ଭାବେ ରହୁଛନ୍ତି। ପିତା ଜେଠାନନ୍ଦ ଫତେହଚନ୍ଦାନିଙ୍କର ଏକ ଫ୍ୟାକ୍ଟ୍ରି ଅଛି। ୧୯୭୮ରେ ପରିବାରର ବଡ଼ ପୁଅ କିଶୋର କୁମାରଙ୍କର ବିବାହ ହୋଇଥିଲା। ପିତା କନ୍ୟାଘରଠାରୁ ଯୌତୁକ ନ ଆଣିବାକୁ ସର୍ତ୍ତ ରଖିଥିଲେ। ଏହାପରେ ଏହି ଧାରା ଜାରି ରହିଛି। ସେହିପରି ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ କୌଣସି ଉପହାର ନ ଆଣିବାକୁ ଅନୁରୋଧ କରାଯାଇଥାଏ ବୋଲି ଅନୀଲ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri