ଜିଲା କାରାଗାର ସମସ୍ୟାର ଗନ୍ତାଘର

ଢେଙ୍କାନାଳ ଅଫିସ, ୨୩।୨ – ହୁଗୁଳି ଯାଇଛି ଢେଙ୍କାନାଳ ଜିଲା କାରାଗାର ସୁରକ୍ଷା ବ୍ୟବସ୍ଥା। କର୍ମଚାରୀ ଅଭାବଠାରୁ ଆରମ୍ଭ କରି ଭିତ୍ତିଭୂମି ଯାଏ ଯେଉଁଠି ଉଣ୍ଡିଲେ ବାରି ହୋଇପଡୁଛି ପୁଳାପୁଳା ସମସ୍ୟା। ଜେଲ ହାଜତକୁ ଅନାୟାସରେ ପ୍ରବେଶ କରୁଛି ନିଶାଦ୍ରବ୍ୟ। ସଙ୍ଗିନ ଅପରାଧରେ ଜଡ଼ିତ ଅପରାଧୀମାନେ ହୁଗୁଳା ଭିତ୍ତିଭୂମିର ଭରପୂର ଫାଇଦା ଉଠାଉଛନ୍ତି। ଫଳରେ ଇତିହାସର ମୂକସାକ୍ଷୀ ପାଲଟିଥିବା ୧୦୦ବର୍ଷର ଏହି ପୁରୁଣା ଜେଲ ଏବେ ସମସ୍ୟାର ଗନ୍ତାଘର ପାଲଟିଛି।
ରାଜ୍ୟର ଅନ୍ୟତମ ପୁରୁଣା କାରାଗାର ମଧ୍ୟରେ ଢେଙ୍କାନାଳ ଜିଲା ଜେଲ ଅନ୍ୟତମ।
ଏତେ ପୁରୁଣା ଜେଲର ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯିବା କଥା। ହେଲେ ଏହା ହୋଇପାରୁନାହିଁ। ଜେଲ ସୁରକ୍ଷା ଲାଗି ଖଞ୍ଜାଯାଇଥିବା ୩୨ ସିସିଟିଭି କ୍ୟାମେରା ମଧ୍ୟରୁ ୮ଟି ଅଚଳ ହୋଇଛି। ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ପାଲଟିଛି ଜେଲ୍‌ ପରିସର। ଗୁରୁତର ଅପରାଧରେ ଜଡ଼ିତ ଥିବା କଏଦୀଙ୍କ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସେମାନଙ୍କୁ ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖାଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଛି। ଜେଲ ପାଚେରି ଚାରିପଟେ ପଡ଼ିଥିବା ଶତାଧିକ ଖାଲି ମଦ ବୋତଲ ଏହାର ପ୍ରମାଣ ବୋଲି ଆଲୋଚନା ହେଉଛି। ଦୋଳମଣ୍ଡପ ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ତଥା ଓ୍ବାର୍ଡର ବୈରାଗୀ ବେହେରା ଗିରଫ ହେବାପରେ ଏପରି ଅନେକ ତଥ୍ୟ ପଦାକୁ ଆସିଛି।
୧୯୧୬ରେ ପ୍ରତିଷ୍ଠା ହୋଇଥିବା ଢେଙ୍କାନାଳ ଜିଲା ଜେଲ। ସେହି ସମୟରେ ଏଠାରେ ୨୩୧ କଏଦୀ ରହିବାର ବ୍ୟବସ୍ଥା ହୋଇଥିଲା। ଏବେ ୩୩୩ କଏଦୀ ରହୁଛନ୍ତି, ଯାହା ପାଖାପାଖି ୧୦୦ ଅଧିକ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ଏକଦୀଙ୍କ ଉପରେ ନଜର ରଖିବାକୁ ଜେଲ ଚାରିପଟେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି। ହେଲେ ଓ୍ବାଚ୍‌ ଟାଓ୍ବାରଗୁଡ଼ିକରେ ତାଲା ଝୁଲୁଛି। ଏହାର ସୁଯୋଗରେ ଗତ ଡିସେମ୍ବର ୧୩ରେ ବିଚାରାଧୀନ କଏଦୀ ଶିବ ମୁଣ୍ଡା ପାଚେରି ଡେଇଁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ଅଦ୍ୟାବଧି ତାଙ୍କର ପତ୍ତା ମିଳୁନାହିଁ। ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳର କର୍ମଚାରୀ ଜେଲରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଭିତରୁ କେତେଜଣ ଅପରାଧୀଙ୍କ ହାତବାରିସି ପାଲଟିଥିବା ଚର୍ଚ୍ଚା ଜୋର୍‌ ଧରିଛି। କର୍ମଚାରୀ ଅଭାବ ସମସ୍ୟାରେ ସନ୍ତୁଳି ହେଉଛି ଜିଲା କାରଗାର। ନିକଟରେ ଜେଲ୍‌ ଅଧୀକ୍ଷକଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ଜେଲର ଦାୟିତ୍ୱରେ ଅଛନ୍ତି। ଜେଲର କାମାକ୍ଷାନଗରକୁ ଡେପୁଟେଶନରେ ଯାଇଛନ୍ତି। ୩୬ ଓ୍ବାର୍ଡର ପଦବୀରୁ ୬ଟି ଖାଲିପଡ଼ିଛି, ଯାହା ସମସ୍ୟାକୁ ବହୁଗୁଣିତ କରିଛି।
ଏ ସଂକ୍ରାନ୍ତରେ ଅଧୀକ୍ଷକଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜେଲର ସୁମାର୍ଜନୀ ପ୍ରଧାନ କୁହନ୍ତି, କର୍ମଚାରୀ ଅଭାବ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅଧିକ ୪୫ଟି ସିସିଟିଭି କ୍ୟାମେରା ଯୋଗାଇ ଦେବାକୁ କୁହାଯାଇଛି। ଅନ୍ୟ ପ୍ରସଙ୍ଗଗୁଡ଼ିକୁ ସେ ଏଡ଼ାଇ ଯାଇଥିଲେ। ତାଙ୍କ ନଜରରେ ଏଭଳି ଘଟଣା ଘଟିନାହିଁ। ତାଙ୍କର ପ୍ରତିକ୍ରିୟା ଦେବାର ଅଧିକାର ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଙ୍କ ଜନ୍ମଦିବସରେ ବିଶ୍ୱ ଭାତୃତ୍ୱର ବାର୍ତ୍ତା

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟସ୍ଥିତ ଡିଭାଇନ ୟୁନିଭରସିଟି ସତ୍‌ସଙ୍ଗ ପକ୍ଷରୁ ୧୪ ତାରିଖ ଦିନ ଶ୍ରୀଶ୍ରୀ ଠାକୁରଙ୍କର ଜନ୍ମ ଦିବସ କାର୍ଯ୍ୟକ୍ରମ...

ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା...

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର...

କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ…

ଢେଙ୍କାନାଳ,୧୪।୯: ଢେଙ୍କାନାଳରେ କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମହିଷାପାଟ ବାଇପାସ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି।...

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ...

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର):  ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ...

ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri