ପରଲୋକରେ ଅନୁବାଦକ ଯୁଗଳ କିଶୋର

ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨ ବର୍ଷୀୟ ଯୁଗଳ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୮ ଡିସେମ୍ବର ୨୪ରେ ଯାଜପୁର ଜିଲା ମହେଶ୍ୱରପୁରରେ ଜନ୍ମିତ ଯୁଗଳ ସାରା ଦେଶରେ ଜଣେ ପରିଚିତ ସାହିତି୍ୟକ ଏବଂ ଅନୁବାଦକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି।
ଭାରତୀୟ ସାହିତ୍ୟର ଅନେକ ଲୋକପ୍ରିୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଯୁଗଳ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ। ଅନୁବାଦ ବ୍ୟତୀତ ସେ ଅନେକ ମୌଳିକ ସାହିତ୍ୟ ମଧ୍ୟ ରଚନା କରିଥିଲେ। ୧୯୪୮ରୁ ଯୁଗଳ ଲେଖାଲେଖି ଆରମ୍ଭ କରିଥିବା ବେଳେ କଲେଜ ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦକ ମଣ୍ଡଳୀରେ କାର୍ଯ୍ୟ କରିଥିଲେ। ୧୯୫୦ରେ ତାଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ପ୍ରେମ’ ପ୍ରକାଶ ପାଇଥିଲା। ‘ଡଗର’ ଭଳି ପତ୍ରିକାରେ ତାଙ୍କ ଲେଖା ନିୟମିତ ପ୍ରକାଶ ପାଉଥିଲା। ଭଦ୍ରକରେ ରହିବା ସମୟରେ ସେ ‘ସାହିତ୍ୟ ଆସର’ ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ। ବଙ୍ଗଳା ଡିଟେକ୍ଟିଭ ଉପନ୍ୟାସ ପଢ଼ିବା ତାଙ୍କ ସଉକ ଥିଲା। ତେବେ ଅନୁବାଦକ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କଠାରୁ ପ୍ରୋତ୍ସାହନ ପାଇ ସେ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଥିଲେ। ବିମଲ ମିତ୍ରଙ୍କ ପୁସ୍ତକ ‘ଆମେରିକା’ ଥିଲା ତାଙ୍କ ଅନୁବାଦିତ ପ୍ରଥମ ପୁସ୍ତକ। କେବଳ ଏହି ଗୋଟିଏ ନୁହେଁ, ବିମଲ ମିତ୍ରଙ୍କ ପ୍ରାୟ ସବୁ ପୁସ୍ତକ ସେ ଓଡ଼ିଆରେ ଅନୁବାଦ କରିଛନ୍ତି। ଏହାବ୍ୟତୀତ ରବୀନ୍ଦ୍ରନାଥ ଟାଗୋର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସମରେଶ ମଜୁମଦାର, ଶଙ୍କର, ସୁନୀଲ ଗଙ୍ଗୋପାଧ୍ୟାୟ ଓ ତସ୍‌ଲିମା ନସରିନଙ୍କ ଭଳି ବହୁ ଖ୍ୟାତନାମା ବଙ୍ଗଳା ଲେଖକଙ୍କ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରି ଚର୍ଚ୍ଚାକୁ ଆସିଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଦେଢଶହରୁ ଊର୍ଦ୍ଧ୍ୱ ପୁସ୍ତକର ଲେଖକ

କେବଳ ବଙ୍ଗଳାରୁ ଓଡ଼ିଆ ନୁହେଁ, ବହୁ ଓଡ଼ିଆ ଗଳ୍ପକୁ ବଙ୍ଗଳା ଭାଷାରେ ଅନୁବାଦ କରି ଓଡ଼ିଆ କଥା ସାହିତ୍ୟକୁ ପଡ଼ୋଶୀ ରାଜ୍ୟରେ ପରିଚିତ କରାଇଥିଲେ। ଏଥିପାଇଁ ପ୍ରଥମ ଓଡ଼ିଆ ସାହିତି୍ୟକ ଭାବେ ସେ ୧୯୯୭ରେ ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ଯୁଗଳ ‘ଆସାମୀ ହାଜିର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନୁବାଦ ପୁସ୍ତକ ‘ଜନ ଗଣ ମନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଜନ ଗଣ ମନ’, ‘ସେଇ ସମୟ-୧’, ‘ଶତାବ୍ଦୀର ପ୍ରେମ’, ‘ମାନସୀ’, ‘ଗାଁ ହସେ’, ‘ନିଶି ବିହଙ୍ଗୀ’, ‘ଏକାନ୍ତ ସତ୍ୟ’ ସମେତ ଅନେକ ଗଳ୍ପ ସଙ୍କଳନ ଓ ୧୧ଟି ଅନୁବାଦ ଗଳ୍ପ ଆଦି ରହିଛି। କେବଳ ସାହିତ୍ୟ ରଚନା ନୁହେଁ, ଜଣେ ସଂଗ୍ରାହକ ଭାବେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜବାହରଲାଲ ନେହେରୁ ଏବଂ ଏସ୍‌. ରାଧାକ୍ରିଷ୍ଣନ୍‌ଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସେ ସଂଗ୍ରହ କରିଥିଲେ। ଏହାସହ ୩୦୦ରୁ ଊର୍ଦ୍ଧ୍ୱ ଦିଆସିଲି ଖୋଳ ସେ ସଂଗ୍ରହ କରିଥିଲେ। ଭୁବନେଶ୍ୱର ପୁସ୍ତକମେଳାରେ ପ୍ରତିଷ୍ଠାତା ସଦସ୍ୟ ଥିବା ଯୁଗଳ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri