Posted inଜାତୀୟ

ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ହୋଇଥିଲା ଚକ୍ରାନ୍ତ

ମୁମ୍ବାଇ,୧୯ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବା ଲାଗି ଲଶ୍କର-ଇ-ତୋଇବା ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆ କହିଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ କସବଙ୍କୁ ବେଙ୍ଗାଲୁରୁର ସମୀର ଚୌଧ୍‌ରୀ ପରିଚୟରେ ମରିବା ପାଇଁ କୁହାଯାଇଥିଲା। ମାରିଆଙ୍କ ଲିଖିତ ପୁସ୍ତକ ‘ଲେଟ୍‌ ମି ସେ ଇଟ୍‌ ନାଓ’ ସୋମବାର ଉନ୍ମୋଚିତ ହୋଇଛି। ଏଥିରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ସମ୍ପର୍କରେ ଉଲ୍ଲେଖ ରହିଛି। ଉକ୍ତ ପୁସ୍ତକ ଅନୁଯାୟୀ ୨୬/୧୧ ଆକ୍ରମଣର ମୁଖ୍ୟ ପ୍ରମାଣ କସବଙ୍କୁ ଜେଲରେ ହତ୍ୟା କରିବା ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଲଶ୍କର ଆତଙ୍କବାଦୀ ସଂଗଠନ ପକ୍ଷରୁ ଯୋଜନା ହୋଇଥିଲା। ଏହି ଦାୟିତ୍ୱ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗକୁ ଦିଆଯାଇଥିଲା। ସେମାନଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟ ହୋଇଥିଲେ କସବ ଜେଲ୍‌ରେ ସମୀର ଚୌଧରୀ ନାମରେ ମରିଥାନ୍ତା ଓ ଗଣମାଧ୍ୟମ ମୁମ୍ବାଇ ଆକ୍ରମଣ ପାଇଁ ହିନ୍ଦୁ ଆତଙ୍କବାଦକୁ ଦାୟୀ କରିଥାନ୍ତା ବୋଲି ମାରିଆ ଲେଖିଛନ୍ତି। ସେଥିପାଇଁ ଭାରତୀୟ ଠିକଣାରେ ଜାଲ୍‌ ପରିଚୟ ପତ୍ର କଶବ ପାଇଁ ପ୍ରସ୍ତୁତ ହୋଇଥିଲା। ସୁରକ୍ଷା କାରଣରୁ ମୁମ୍ବାଇ ପୋଲିସ କସବ ସମ୍ପର୍କିତ ସମସ୍ତ ସୂଚନା ଗୁପ୍ତ ରଖିବାକୁ ଚାହୁଁଥିବାବେଳେ କେନ୍ଦ୍ରୀୟ ସଂସ୍ଥା ତାଙ୍କ ଫଟୋ ଛାଡ଼ିଦେଇଥିଲା ବୋଲି ମାରିଆ କହିଛନ୍ତି। ଏହି ଫଟୋରେ କସବ ଡାହାଣ ହାତରେ ଏକ ଲାଲ୍‌ ସୂତା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ସେ ଜଣେ ହିନ୍ଦୁ ବୋଲି ବିଶ୍ୱାସ ହେବ। ଏପରିକି ସେତେବେଳେ କେତେକ ଗଣମାଧ୍ୟମ ମୁମ୍ବାଇ ଆକ୍ରମଣରେ ହିନ୍ଦୁ ଆତଙ୍କବାଦୀ ସମ୍ପୃକ୍ତ ବୋଲି ଖବର ପ୍ରକାଶ କରିଥିଲେ। ହେଲେ ଆତଙ୍କବାଦୀଙ୍କ ଯୋଜନା କାମ ନ କରିବାରୁ ୨୬/୧୧ ଆକ୍ରମଣର ଏକମାତ୍ର ଜୀବିତ ଆତଙ୍କବାଦୀ ପାକିସ୍ତାନ ଫରିଦକୋଟର ଅଜମଲ ଅମୀର କସବ ବୋଲି ଜଣାପଡିଯାଇଥିଲା। ସେମାନଙ୍କ ଯୋଜନାକୁ ଭଣ୍ଡୁର କରିବାରେ ମୁମ୍ବାଇ କନ୍‌ଷ୍ଟେବଲ ତୁକାରାମ ଓମ୍ବଲେଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ କସବଙ୍କୁ ଜୀବନ୍ତ କାବୁ କରିଥିଲେ।
ମାରିଆଙ୍କ ପୁସ୍ତକ ଅନୁଯାୟୀ କସବ ଲଶ୍କର ସଂଗଠନରେ ଯୋଗଦେଇଥିଲେ ହେଁ ଜେହାଦ ସହ ତାଙ୍କର ସମ୍ପର୍କ ନ ଥିଲା। ମୁମ୍ବାଇ ଆକ୍ରମଣ ମିଶନରେ ଆସିବା ପୂର୍ବରୁ ତାଙ୍କୁ ୧.୨୫ ଲକ୍ଷ ଟଙ୍କା ଦିଆଯାଇ ସପ୍ତାହେ ଛୁଟିରେ ଛଡ଼ାଯାଇଥିଲା। କସବ ତାଙ୍କ ଭଉଣୀ ବାହାଘର ପାଇଁ ଉକ୍ତ ଟଙ୍କା ପରିବାରକୁ ଦେଇଥିଲେ। ୨୦୦୮ ନଭେମ୍ବର ୨୬ରେ କସବ ସମେତ ୧୦ ସଶସ୍ତ୍ର ଆତଙ୍କବାଦୀ ସମୁଦ୍ରପଥରେ ମୁମ୍ବାଇରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହେବା ସହ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ୯ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବାବେଳେ ବଞ୍ଚତ୍ୟାଇଥିବା କସବଙ୍କୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri