Posted inଖେଳ

ଟି୨୦ ସିରିଜ୍‌ ବରାବର କଲା ଇଂଲଣ୍ଡ

ଡର୍ବାନ,୧୫।୨- ସ୍ଥାନୀୟ କିଙ୍ଗ୍ସମେଡ ଷ୍ଟାଡିୟମରେ ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ର ବରାବର ସ୍ଥିତିରେ ପହଞ୍ଚତ୍ଛି। ବିଜୟୀ ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ମୋଇନ ଅଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ରେ ବିବେଚିତ କରାଯାଇଛି। ଆସନ୍ତା ରବିବାର ସେଞ୍ଚୁରିୟାନଠାରେ ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଳିତ ଉଦ୍ୟମ ଯୋଗୁ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ କରିଥିଲା। ଦଳ ପାଇଁ ବେନ ଷ୍ଟୋକ୍ସ ୪୭*, ଜାସନ ରୟ ୪୦, ମୋଏନ ଅଲି ୩୯, ଜନି ବେୟାରଷ୍ଟୋ ୩୫ ଓ ଅଧିନାୟକ ଇଆନ ମୋର୍ଗାନ ୨୭ ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ବୋଲିଂରେ ଲୁଙ୍ଗି ଏନ୍‌ଗିଡି ୩ ଓ ଆଣ୍ଡିଲେ ଫେଲୁକ୍ୱାୟୋ ୨ ଉଇକେଟ ହାତେଇଥିଲେ। ଜବାବରେ ଅଧିନାୟକ କୁଇଣ୍ଟନ ଡିକକ୍‌ଙ୍କ ବିସ୍ଫୋରକ ୬୫ ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଉଦ୍ୟମ ସତ୍ତ୍ୱେ ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ଉଇକେଟ ହରାଇ ୨୦୨ ରନ୍‌ କରି ବିଜୟ ଲକ୍ଷ୍ୟଠାରୁ ୩ ରନ୍‌ ଦୂରରେ ରହିଯାଇଥିଲା। ଅଧିନାୟକ ଡିକକ୍‌ ୨୨ ବଲରେ ୨୯୫ ଷ୍ଟ୍ରାଇକ ରେଟ୍‌ରେ ୬୫ ରନ୍‌ କରିଥିଲେ। ତାଙ୍କ ଇନିଂସରେ ଥିଲା ୮ ଛକା ଓ ୨ ଚୌକା। ଏହା ବ୍ୟତୀତ ରାସି ଭାନଡର ଡୁସେନ ୪୩*, ତେମ୍ବା ବାଭୁମା ୩୧, ଡ୍ବେନ ପ୍ରିଟୋରିଅସ ୨୫ ଓ ଡେଭିଡ ମିଲର ୨୧ ରନ୍‌ କରିଥିଲେ। ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୧୫ ରନ୍‌। ଟମ କୁରାନଙ୍କ ପ୍ରଥମ ବଲକୁ ମିସ କରିଥିଲେ ପ୍ରିଟୋରିଅସ। ଦ୍ୱିତୀୟ ବଲରେ ଛକା, ତୃତୀୟ ବଲରେ ଚୌକା ଓ ଚତୁର୍ଥ ବଲରେ ୨ ରନ୍‌ ଆଦାୟ କରିଥିଲେ ପ୍ରିଟୋରିଅସ। ଫଳରେ ଦଳକୁ ଅନ୍ତିମ ଦୁଇ ବଲରେ ଜିତିବା ଲାଗି ୩ ରନ୍‌ ଦରକାର ଥାଏ। ମାତ୍ର ଦୁଇ ବଲରେ ଦୁଇ ଉଇକେଟ ନେଇ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ କୁରାନ। ବିଜୟୀ ଦଳ ଲାଗି କୁରାନ, କ୍ରିସ ଜୋର୍ଡାନ ଓ ମାର୍କ ଉଡ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବା ବେଳେ ମୋଏନ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri