ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ କରାଇ ଦେଇନାହାନ୍ତି। ଠିକା ଶ୍ରମିକ କାର୍ଯ୍ୟରେ ଯୋଗ ନଦେବା ପାଇଁ କାଗଜକଳ କର୍ତ୍ତୃପକ୍ଷ ମନା କରିଛନ୍ତି। ଏନେଇ ଠିକା ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଠିକା ଶ୍ରମିକ କାଗଜକଳ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି।
ସୂଚନା ଅନୁଯାୟୀ, ଯେଉଁ ଠିକା ଶ୍ରମିକଙ୍କ ଆବଶ୍ୟକତା ରହିଛି, ସେହିମାନଙ୍କୁ କାର୍ଯ୍ୟରେ ଲଗାଯାଇ ଅନ୍ୟମାନଙ୍କୁ କାରଖାନା ଭିତରକୁ ନ ଛାଡ଼ିବା ପାଇଁ କାଗଜକଳ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। କାଗଜକଳରେ ୭୦୦ ଜଣ ଠିକା ଶ୍ରମିକ ରହିଥିବା ବେଳେ ମାତ୍ର ୫୦ରୁ ୬୦ ଜଣଙ୍କୁ ପ୍ରବେଶ କରାଯାଇ ଅନ୍ୟମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ତେଣୁ ସେମାନେ ଏହାର ବିରୋଧ କରିଥିଲେ। ଦୀର୍ଘ ୭ ମାସ ହେଲା ଠିକା ଶ୍ରମିକଙ୍କ ଦରମା ଦିଆଯାଇ ନଥିବା ବେଳେ ଏବେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରିବା ନିଷ୍ପତ୍ତି ପାଇଁ କାଗଜକଳ କର୍ତ୍ତୃପକ୍ଷଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇ ଧାରଣା ଦେଇଛନ୍ତି ଠିକା ଶ୍ରମିକ। ସଂସ୍ଥାର ମାନବ ସମ୍ବଳ ବିକାଶ ବିଭାଗ ମ୍ୟାନେଜର ଶକ୍ତି ପ୍ରସାଦ ମିଶ୍ର ଓ ସହକାରୀ ମ୍ୟାନେଜର କୃଷ୍ଣଚନ୍ଦ୍ର ସାହୁ ଘଟଣାସ୍ଥାଳରେ ପହଞ୍ଚତ୍ ଠିକା ଶ୍ରମିକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଶ୍ରମିକମାନେ ପାଲଟା ପରିଚାଳନା ଅଧିକାରୀଙ୍କୁ ଘେରିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଖବରପାଇ ଗାଗନାପୁର ପୋଲିସ ଫାଣ୍ଡି ଅଧିକାରୀ କବିରାଜ ସାହୁ ଓ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚତ୍ଥିଲେ। ପରେ ହାଇଦ୍ରାବାଦ ସ୍ଥିତ କାଗଜକଳର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ସମସ୍ତ ଶ୍ରମିକଙ୍କୁ ପ୍ରବେଶ କରାଯିବା ସହ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଲ୍ଟ କାଗଜକଳର ଉପତ୍ାଦନ ଗତ ଏପ୍ରିଲ ୨୦ରୁ ବନ୍ଦ ରହିଛି। ଏପରିକି କମ୍ପାନିର ୪୭୦ରୁ ଅଧିକ ସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ଗତ ୪ ମାସର ଦରମା ଦିଆଯାଇ ନାହିଁ। ପରେ ପ୍ରଶାସନର ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ କର୍ତ୍ତୃପକ୍ଷ ସମସ୍ତ ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri