ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ ଟପିଗଲାଣି। ମେଳାର ୭ମ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଦେଢ଼ ଲକ୍ଷ ଲୋକ ଆସିଥିବାବେଳେ ଆଗାମୀ ଦିନରେ ଜନସମାଗମ ବଢ଼ିବାର ଆଶା କରାଯାଉଛି। ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସହିତ ଆଦିବାସୀ ହାଟ ଓ ଜନଜାତି କଳାକାରଙ୍କ କାରୁକାର୍ଯ୍ୟଗୁଡ଼ିକର ସିଧା ପ୍ରଦର୍ଶନ ଲୋକଙ୍କୁ ମେଳାକୁ ଆସିବାର ପ୍ରମୁଖ ଆକର୍ଷଣ ପାଲଟିଥିବାବେଳେ ପ୍ରଥମଥର ପାଇଁ ଆଦିବାସୀମେଳାରେ ଆୟୋଜିତ ହୋଇଥିବା ଜାତୀୟ ଜନଜାତି ଖାଦ୍ୟ ମହୋତ୍ସବରେ ସର୍ବାଧିକ ଗହଳି ରହୁଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଡ. ଅଖିଳ ବିହାରୀ ଓତା ା ଡ. ଓତା କହିଛନ୍ତି ଯେ, ଗତବର୍ଷ ଆଦିବାସୀ ମେଳାକୁ ପ୍ରାୟ ୧୧ଲକ୍ଷ ଲୋକ ଆସିଥିବାବେଳେ ଚଳିତବର୍ଷ ମେଳାରେ ଜନସମାଗମ ପୂର୍ବରୁ ସବୁ ରେକର୍ଡକୁ ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ଏଥି ସହିତ ଜନଜାତି ହାଟରେ ମିଳୁଥିବା ଆଦିବାସୀମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଇତ୍ୟାଦିକୁ ଲୋକେ ଅଧିକ ଭାବେ କିଣୁଥିବା ଦେଖିବାକୁ ମିଳୁଛି। ବାରିପଦାରୁ ଆସୁଥିବା ଛୋଟ ଆଳୁ ଓ ରାୟଗଡ଼ାର ହଳଦୀକୁ ମଧ୍ୟ ଲୋକେ ଅଧିକ ପସନ୍ଦ କରୁଛନ୍ତି। ମେଳାରେ କୌଣସି ପ୍ରକାର ଦୁର୍ଘଟଣା ଏଡ଼ାଇବାକୁ ଏଥର ୭୦ଟି ସିସିଟିଭି ଖଞ୍ଜାଯାଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣା ଘଟିନାହିଁ। ସେହିଭଳି ଖାଦ୍ୟ ମେଳାରେ ପରିଷ୍କାର ପରିଚ୍ଛନ୍ନତା ସହିତ ଦର୍ଶକମାନେ ଯେଭଳି ଉନ୍ନତମାନର ଖାଦ୍ୟ ପାଇବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷର ଆଦିବାସୀମେଳାକୁ ବହୁ ପରିମାଣରେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ସପ୍ତମ ସନ୍ଧ୍ୟାରେ ଜର୍ମାନ, ୟୁରୋପ, ଜାପାନ, ନେଦରଲ୍ୟାଣ୍ଡ, ରୁଷିଆ, ସିଙ୍ଗାପୁର ଭଳି ବାହାର ଦେଶରୁ ଅନ୍ୟୁନ ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ରମଣ କରିବା ସହ ଆଦିବାସୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରତି ଷ୍ଟଲରୁ ଷ୍ଟଲକୁ ବୁଲି ଆନନ୍ଦ ନେଇଥିଲେ।
ସେହିଭଳି ତିନିଦିନ ଧରି ଚାଲୁଥିବା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ମଧ୍ୟ ମେଳାରେ ଦର୍ଶକକଙ୍କୁ ବାନ୍ଧି ରଖିଛି। ସପ୍ତମ ସନ୍ଧ୍ୟାରେ ମହାରାଷ୍ଟ୍ରର ପର୍‌ନି ନୃତ୍ୟ, ଗୁଜୁରାଟର ଗାମିତି ନୃତ୍ୟ ଏବଂ ଡୁଙ୍ଗରଦେବ ନୃତ୍ୟ, ସିକିମର ତାମଙ୍ଗ୍‌ ନୃତ୍ୟ, ହିମାଚଳ ପ୍ରଦେଶ, ମଣିପୁରର ଡାପାଚୋନ୍‌ ହର୍ଣ୍ଣବିଲ୍‌ ନୃତ୍ୟ, ନାଗାଲ୍ୟାଣ୍ଡର ହାଣ୍ଡୁ ନୃତ୍ୟ, ଅରୁଣାଚଳ ପ୍ରଦେଶର ଏମେରେଲୋ ନୃତ୍ୟ, ଆସାମର ଝୁମର ନୃତ୍ୟ, ସମେତ ଓଡ଼ିଶାର ଧୁରୁଆ ଜନଜାତିଙ୍କ ବିର୍‌ଲୀ ନୃତ୍ୟ ପରିବେଷଣ ଖୁବ୍‌ ଚିତ୍ତାକର୍ଷକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri