ଭାଷାକୁ ଭଲ ପାଇଲେ ସମୃଦ୍ଧ ହେବ ସାହିତ୍ୟ

ଢେଙ୍କାନାଳ ଅଫିସ, ୩।୨: ମାଟି ମା’ ଓ ଭାଷାକୁ ସମସ୍ତେ ଭଲ ପାଇବା ଜରୁରୀ। ଭାଷାକୁ ଭଲ ପାଇଲେ ସୁରକ୍ଷିତ ହେବ ଏବଂ ଆମ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ରବିବାର ଆୟୋଜିତ ସନ୍ଧ୍ୟାତାରା ସାହିତ୍ୟ ସଂସଦର ୪୧ତମ ବାର୍ଷିକ ସାରସ୍ବତ ମହୋତ୍ସବ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର-କଟକ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଲେ, ଆଜିର ଦିନରେ ସାହିତ୍ୟର ପରିଭାଷା ବ୍ୟାପକ ଭାବେ ବଦଳୁଛି। ସାହିତ୍ୟ ଲେଖିବା ଏବଂ ଲେଖି ଜଣାଶୁଣା ହେବା ପାଇଁ ପ୍ରତିଯୋଗିତା ଲାଗିଛି। ସତ୍ୟ ଅପ୍ରାସଙ୍ଗିତା ହେଲେ ସାହିତ୍ୟ କୋଳାହଳରେ ପରିଣତ ହୁଏ ା ସାହିତ୍ୟରେ ଔଦ୍ଧତ୍ୟର ସ୍ଥାନ ନାହିଁ ା ଅନୁକମ୍ପା, ସୃଜନଶୀଳତା, ନକଲ ଛାଡ଼ିବା, ନୂଆକଥା ଲେଖିବା, ସହଭାଗିତା ରହିଲେ ସାହିତ୍ୟ ପ୍ରାସଙ୍ଗିକ ହେବ ବୋଲି କମିଶନର ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ସୁରଥଚନ୍ଦ୍ର ମଲ୍ଲିକ କହିଲେ, ସାମାଜିକ ମୂଲ୍ୟବୋଧର ଅବକ୍ଷୟ ସମାଜ ପାଇଁ ଶୁଭଙ୍କର ନୁହେଁ। ସାହିତ୍ୟର ସ୍ରଷ୍ଟାମାନେ ଲେଖନୀ ମୁନରେ ସାମାଜିକ ମୂଲ୍ୟବୋଧର ବାର୍ତ୍ତା ପ୍ରଦାନ କରିବା ଉଚିତ। ମାନସିକତାରେ ପରିବର୍ତ୍ତନ ଆସିଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି ସେ ମତ ରଖିଥିଲେ।
ସଂସଦର ସଭାପତି ଡ. ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅନୁଷ୍ଠାନର ମୁଖପତ୍ର ‘ସନ୍ଧ୍ୟାତାରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପ୍ରଫେସର ବିରଜା କୁମାର ତ୍ରିପାଠୀଙ୍କୁ ସନ୍ଧ୍ୟାତାରା ସାରସ୍ବତ ସାହିତ୍ୟ ସମ୍ମାନ, ବିଶିଷ୍ଟ ବ୍ୟଙ୍ଗ ସାହିତି୍ୟକ ମାଧବଚନ୍ଦ୍ର ସ୍ବାଇଁଙ୍କୁ ହାସ୍ୟବିଦୁଷୀ ପଙ୍କଜିନୀ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ହାସ୍ୟବ୍ୟଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ବିଶିଷ୍ଟ କବି ରବି ସିଂଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିସହ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଂସ୍କୃତ ସମ୍ଭାଷଣ, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଧାରଣ ସମ୍ପାଦକ ଶରତ ମିଶ୍ର ଭରଦ୍ୱାଜ, ସହ ସମ୍ପାଦକ ମନୋରଞ୍ଜନ ସାହୁ, ଉପସଭାପତି ଭବାନୀକାନ୍ତ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏଥିପୂର୍ବରୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଉଦ୍‌ଘାଟନ ଓ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ସାଢ଼େ ୨ଟାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରାବନ୍ଧିକ ଇଂ. ରୁଦ୍ର ପ୍ରସାଦ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ‘ସାହିତ୍ୟ ସୃଜନ: ବରଦାନ ନା ଉପାସନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଆଲୋଚକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି କବି ଡ. ହୁସେନରବି ଗାନ୍ଧୀ, ଶିକ୍ଷାବିତ୍‌ ପ୍ରଫେସର ଶାନ୍ତନୁ କୁମାର ସର, ଡ. ଦୁର୍ଗାମାଧବ ପୃଷ୍ଟି ପ୍ରମୁଖ ଯୋଗଦେଇ ନିଜସ୍ବ ମତ ରଖିଥିଲେ। ଶିକ୍ଷାବିତ୍‌ ପ୍ରଫେସର ଧନେଶ୍ୱର ସାହୁ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ ନିରଦାନନ୍ଦ ନନ୍ଦ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri