ଟୁଟୁଆ ହତ୍ୟାକାରୀ ମିଞ୍ଜାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧।୨(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାଲିପାଟଣା ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରଶାନ୍ତ ପ୍ରଧାନ ଓରଫ ଟୁଟୁଆ ହତ୍ୟା ଘଟଣାର ରାୟ ଶୁକ୍ରବାର ସ୍ପେଶାଲ ଜଜ୍‌ ସିବିଆଇ-୧ କୋର୍ଟରେ ପ୍ରକାଶ ପାଇଛି। ବିଚାରପତି ଗୋପାଳଚନ୍ଦ୍ର ବେହେରା ଦୋଷୀ ସାବ୍ୟସ୍ତ ହୋଇଥିବା ରୋହିତ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଗୋଟିଏ ବର୍ଷ ସଜା ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ଏହାସହ ମୃତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ୍‌ ଅଥରିଟିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅର୍ଥାତ୍‌ ଗତ ମଙ୍ଗଳବାର କୋର୍ଟ ୨୨ଜଣଙ୍କ ସାକ୍ଷ୍ୟ ଓ ୩୩ କାଗଜପତ୍ରକୁ ପରଖିବା ପରେ ରୋହିତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଅନ୍ୟ ୫ଜଣ ଏସ୍‌.କେ. ସାବତ, ପ୍ରଦୀପ କୁମାର ନାୟକ, ବିପିନ କୁମାର ବେହେରା, ସଦାଶିବ ପ୍ରଧାନ ଓ ମନୋରମା ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମାମଲାର ପରିଚାଳନା କରିଥିଲେ ସରକାରୀ ପିପି ସୁରେଶ ବାରିକ।
ମାମଲାରୁ ପ୍ରକାଶ, ପୁରୀ ଜିଲା ନିମାପଡ଼ା ଥାନା କାନପୁର ଗ୍ରାମର ସଦାଶିବ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ୨୦୧୦ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏନେଇ ନିମାପଡା ଥାନାରେ ଅଭିଯୋଗ କରିଥିଲେ। ସେହିମାସ ୧୦ ତାରିଖରେ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ଭଇରିପୁର ଗ୍ରାମସ୍ଥିତ ଏକ ପୋଖରୀରୁ ବସ୍ତାରେ ବନ୍ଧା ହୋଇଥିବା ଏକ ମୃତଦେହ ମିଳିଥିଲା। ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ଓ ପଚିଯାଇଥିବାରୁ ପରିବାର ଲୋକେ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିଲା। ଡିଏନ୍‌ଏ ଟେଷ୍ଟରୁ ଉକ୍ତ ମୃତଦେହଟି ପ୍ରଶାନ୍ତଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ମୃତ ପ୍ରଶାନ୍ତଙ୍କ ବାପା ସଦାଶିବଙ୍କ ଅଭିଯୋଗକ୍ରମେ ବାଲିପାଟଣା ଥାନା ପୋଲିସ କେସ୍‌ ନଂ-୯୩/୨୦୧୦ ଦଫା ୩୦୨, ୨୦୧ ଓ ୩୪ ଲଗାଇ ତଦନ୍ତ ଆରମ୍ଭ କରିଥିଲା। ଜୁଲାଇ ୧୫ରେ ମୁଖ୍ୟ ଅଭିଯୁକ୍ତ ରୋହିତଙ୍କୁ ନିମାପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରୁ ଗିରଫ କରାଯାଇଥିଲା।

ପୂରା ଘଟଣାକ୍ରମ…
କେରଳର ଏକ ସଂସ୍ଥାରେ ମ୍ୟାନେଜର ଭାବେ ଚାକିରି କରିଥିଲେ ପ୍ରଶାନ୍ତ। ତାଙ୍କ ଅଧୀନରେ ହତ୍ୟାକାରୀ ରୋହିତ କାମ କରୁଥିଲେ। ଚୌକି ଲୋଭରେ ପ୍ରଶାନ୍ତଙ୍କୁ ମାରିବାକୁ ଯୋଜନା କରିଥିଲେ ରୋହିତ। ଘଟଣା ଦିନ ରୋହିତ ତା’ର ଭଉଣୀ ଘର ପଛପଟ ବଗିଚାକୁ ପ୍ରଶାନ୍ତଙ୍କୁ ଡାକିଥିଲେ। ସେଠାରେ ରୋହିତଙ୍କର ୫ଜଣ ସହଯୋଗୀ ତାଙ୍କ ସହ କଥାହୋଇ ଚାଲିଯାଇଥିଲେ। ଏହାପରେ ରୋହିତ ଏକ କଟୁରୀରେ ପ୍ରଶାନ୍ତଙ୍କୁ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଶରୀରର ବିଭିନ୍ନ ଅଙ୍ଗକୁ ଖଣ୍ଡଖଣ୍ଡ କରି ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ଏହାପରେ ଦରପୋଡ଼ା ଅଙ୍ଗକୁ ବସ୍ତାରେ ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲେ। ଦେଢ଼ମାସ ତଳେ ପ୍ରଶାନ୍ତ ବିବାହ କରିଥିଲେ। ତେଣୁ ସେ ହାତରେ ପିନ୍ଧିଥିବା ୬ଟି ସୁନାମୁଦି,ଏକ ସୁନା ଚେନ୍‌ ଓ ଅନ୍ୟକିଛି ସୁନାଗହଣା ଲୁଟିନେବା ପରେ ରୋହିତ ତାହାକୁ ତାଙ୍କ ଭଉଣୀ ନିକଟରେ ରଖିଥିଲେ। ପୋଲିସ ରୋହିତଙ୍କୁ ଗିରଫ କରିବା ପରେ ଉକ୍ତ ସୁନା ଅଳଙ୍କାରକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri