ବିବାଦରେ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି

ଓ୍ବାଶିଂଟନ,୩୦ା୧(ଏଏଫ୍‌ପି): ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି। ତାଙ୍କର ଏହି ବହୁପ୍ରତୀକ୍ଷିତ ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଯୋଜନା ସେଠାରେ ଏକ ନୂତନ ସକାଳ ଆଣିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଏହି ଶାନ୍ତିନୀତିକୁ ନେଇ ବିବାଦ ଦେଖାଦେଇଛି। ଏଥିରେ ପାତରଅନ୍ତର କରାଯାଇଥିବା କ୍ଷୁବ୍ଧ ପାଲେଷ୍ଟିନୀୟମାନେ ଅଭିଯୋଗ କରି ଏହା ଇତିହାସର ଅଳିଆଗଦାକୁ ଯିବା ଯୋଗ୍ୟ ବୋଲି କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ର ଇଷ୍ଟ୍‌ ରୁମ୍‌ରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଟ୍ରମ୍ପ୍‌ ତାଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି ସମ୍ପର୍କରେ ଘୋଷଣା କରି ଏହା ଦ୍ୱାରା ଆମେରିକାର ଦୀର୍ଘବର୍ଷର ପ୍ରୟାସ ସଫଳ ହେବାକୁ ଯାଉଛି ବୋଲି କହିଥିଲେ। ଆମେ ଏକାଠି ମିଶି ମଧ୍ୟପ୍ରାଚ୍ୟରେ ନୂତନ ସୂର୍ଯ୍ୟୋଦୟ ଆଣିପାରିବା ବୋଲି ସେଠାରେ ଉପସ୍ଥିତ ଇସ୍ରାଏଲୀ ଓ ଇହୁଦୀ ଆମେରିକୀୟ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ କହିଥିଲେ। ସେଠାରେ ପାଲେଷ୍ଟାଇନ୍‌ର କୌଣସି ପ୍ରତିନିଧି ନ ଥିଲେ। ଏହି ଶାନ୍ତିନୀତିକୁ ପାଲେଷ୍ଟାଇନ୍‌ ପ୍ରତ୍ୟାଖ୍ୟାନ କରିଦେଇଛି। ଦୀର୍ଘବର୍ଷ ଧରି ଅନ୍ତର୍ଜାତୀୟ କୂଟନୀତିରେ ଇସ୍ରାଏଲ୍‌ ଯାହା ଦାବି କରିଆସୁଥିଲା ତାହାକୁ ଟ୍ରମ୍ପ୍‌ ତାଙ୍କ ଯୋଜନାରେ ମଞ୍ଜୁର କରିଛନ୍ତି। ଅବିଭାଜ୍ୟ ରାଜଧାନୀ ଭାବେ ଜେରୁଜେଲମ୍‌ ଉପରେ ଇସ୍ରାଏଲ୍‌ର ଅଧିକାର ସାଙ୍ଗକୁ ଆନେକ୍ସ ଓ୍ବେଷ୍ଟ ବ୍ୟାଙ୍କକୁ ମଧ୍ୟ ଉକ୍ତ ଦେଶକୁ ଦେବା ପାଇଁ ଟ୍ରମ୍ପ୍‌ଙ୍କ ଯୋଜନାରେ ପ୍ରସ୍ତାବ ରହିଛି। ଶାନ୍ତି ପାଇଁ ଇସ୍ରାଏଲ୍‌ର ପ୍ରୟାସକୁ ଆମେରିକା ରାଷ୍ଟ୍ରପତି ଉଚ୍ଚପ୍ରଶଂସା କରିଛନ୍ତି। ଏଥିରେ ଭବିଷ୍ୟତ ପାଲେଷ୍ଟିନୀୟ ରାଷ୍ଟ୍ର ପାଇଁ କେତେଗୁଡ଼ିଏ କଠୋର ସର୍ତ୍ତ ରଖାଯାଇଛି।
ଏଭଳି ଷଡ଼ଯନ୍ତ୍ରମୂଳକ ଚୁକ୍ତିନାମାକୁ ଅନୁମୋଦନ ହେବାକୁ ଦିଆଯିବ ନାହିଁ। ଆମ ଲୋକମାନେ ଏହାକୁ ଇତିହାସର ଅଳିଆଗଦାକୁ ନେଇଯିବେ ବୋଲି ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ କହିନ୍ତି। ସେହିପରି ଟ୍ରମ୍ପ୍‌ଙ୍କ ଶାନ୍ତିନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ କହିଛନ୍ତି। ଜେରୁଜେଲମ୍‌ ମୁସଲମାନଙ୍କର ପବିତ୍ର ସ୍ଥାନ। ଏହାକୁ ଇସ୍ରାଏଲ୍‌କୁ ଦିଆଯିବା ଯୋଜନା ଗ୍ରହଣଯୋଗ୍ୟ ନୁହେଁ। ଏହା ପାଲେଷ୍ଟିନୀୟଙ୍କ ଅଧିକାରକୁ ଅଣଦେଖା କରୁଛି ବୋଲି ଏର୍ଡୋଗାନ କହିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦକୁ ଜାତିସଂଘ ସଂକଳ୍ପନାମା ଆଧାରରେ ସମାଧାନ କରିବାରେ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri