ଲିଓପାର୍ଡ ପ୍ରିଣ୍ଟ

ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ ଏବେ ମଧ୍ୟ ଏହି ପ୍ରିଣ୍ଟ ଗ୍ଲାମର ବୋଲି ମାନୁଛନ୍ତି। ଏବେ ଏହାକୁ ମେନ୍‌ଷ୍ଟ୍ରିମ୍‌ ଫ୍ୟାଶନ୍‌ ରୂପେ ସ୍ବୀକାର କରୁଛନ୍ତି। ଏହାର ଜ୍ୟାକେଟ୍‌, ଲଙ୍ଗବୁଟ୍‌, ବ୍ଲେଜର ଆଦି ଆକର୍ଷକ ଦେଖାଯାଇଥାଏ। ଯଦି ଆପଣ ଏହି ଡିଜାଇନ୍‌କୁ ନିଜ କପ୍‌ବୋର୍ଡରେ ସାମିଲ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନରେ ରଖନ୍ତୁ କେତୋଟି ଜରୁରୀ କଥା….

ଲିଓପାର୍ଡ ପ୍ରିଣ୍ଟ ଶାର୍ଟ ଉପରେ ବେଲ୍‌ଟ ଲଗାନ୍ତୁ। ଏହାସହିତ ଲଙ୍ଗ ସ୍କର୍ଟ କିମ୍ବା ଟ୍ରାଉଜର ପିନ୍ଧିପାରିବେ। ଧ୍ୟାନ ରଖନ୍ତୁ ଯେ, ଏହାକୁ ପିନ୍ଧିବା ସମୟରେ ଅଧିକ ମେକ୍‌ଅପ୍‌ ନିଅନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ଲୁକ୍‌ ଭୟଙ୍କର ଦେଖାଯିବ।
ଯଦି ଆପଣ ନିଜକୁ ନେଇ କନ୍‌ଫିଡେଣ୍ଟ ଅଛନ୍ତି, ତେବେ ଆପଣ ଜମ୍ପସୁଟ୍‌ କିଛି ଏମିତି ପିନ୍ଧିପାରିବେ। ଯେମିତି କି ପୂରା କପଡ଼ାରେ ଲିଓପାର୍ଡ ପ୍ରିଣ୍ଟ ଥିବ। ଏହାସହିତ ଲିଓପାର୍ଡ ପ୍ରିଣ୍ଟ ଥିବା ଫୁଟ୍‌ଓ୍ବେର ପିନ୍ଧନ୍ତୁ। ବେଲିଜ୍‌ରେ ଏହି ପ୍ରିଣ୍ଟ ଖୁବ୍‌ ସହଜରେ ମିଳିଯାଉଛି।
ଯଦି ଏହାକୁ ପିନ୍ଧିବାରେ ସଙ୍କୋଚ କରୁଥାନ୍ତି ତେବେ ଏହାକୁ ମିକ୍ସମ୍ୟାଚ୍‌ କରି ପିନ୍ଧିପାରିବେ। ଯେମିତିକି ପ୍ଲେନ୍‌ ଶାର୍ଟ ସହିତ ଲିଓପାର୍ଡ ପ୍ରିଣ୍ଟର ଟ୍ରାଉଜର। ଆଜିକାଲି ଲିଓପାର୍ଡ ସ୍କାର୍ପ ଓ ଷ୍ଟୋଲ୍‌ର ବହୁଳ ପ୍ରଚଳନ ହେଉଛି।
ନିଜ କୋର୍ଟକୁ ଲିଓପାର୍ଡ ପ୍ରିଣ୍ଟ ପ୍ୟାଣ୍ଟ ସହିତ ପିନ୍ଧନ୍ତୁ। ଏହାସହିତ ସ୍ନିକର୍ସ ପିନ୍ଧନ୍ତୁ। ଶୀତଦିନେ ଲିଓପାର୍ଡ ଶ୍ରଗ ବି ଆପଣ ପିନ୍ଧିପାରିବେ।
ଏବେ ଏହି ପ୍ରିଣ୍ଟ୍‌ର ଝଲକ ଜୁଏଲେରିରେ ଦେଖିବାକୁ ମିଳୁଛି। ଏହି ପ୍ରିଣ୍ଟ୍‌ର ରିଷ୍ଟ ବ୍ୟାଣ୍ଡ, ନେକ୍‌ପିସ୍‌ ଓ ଇୟର ରିଙ୍ଗ୍‌ ବଜାରରେ ମିଳୁଛି, ଯାହା ସିମ୍ପୁଲ, ଡାର୍କ କଲର ଡ୍ରେସ୍‌ ସହିତ ଆପଣଙ୍କ ଲୁକ୍‌କୁ ଆକର୍ଷକ କରିଥାଏ। ଯଦି ଏହି ପ୍ରିଣ୍ଟ୍‌ର ପରିଧାନ ଭଲ ଲାଗୁ ନ ଥାଏ ତେବେ ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri