Posted inଫୁରସତ

ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ

ଫୁସ୍‌ଫୁସରେ  ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍‌ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ। ବାନ୍ତି ଲାଗେ। ପ୍ରତିବର୍ଷ ଶୀତଦିନେ ଚାଇନା, କୋରିଆ ଓ ମଧ୍ୟପ୍ରାଚ୍ୟ ଦେଶରେ ଏହା ମହାମାରୀ ରୂପ ନିଏ। ମଧ୍ୟ ଚାଇନାରେ ଗତ ଦୁଇସପ୍ତାହ ମଧ୍ୟରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୫ ଜଣଙ୍କ କଫରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ୨୦୦୦ ମସିହାରେ ଠିକ୍‌ ସେହି ସ୍ଥାନରେ ‘ସାର୍ସ ’ ମହାମାରୀ ଦେଖାଦେଇଥିଲା। ଏହା ସମୟକ୍ରମେ ଦକ୍ଷିଣ-ପୂର୍ବ ଏସିଆ ଓ ୟୁରୋପ ମହାଦେଶକୁ ପରିବ୍ୟାପ୍ତ ହୋଇ ଅନେକ ରୋଗୀଙ୍କ ମୃତ୍ୟୁ ହେଲା। ଏହା ଭୂତାଣୁଜନିତ ନିମୋନିଆ ରୋଗ। ଜୀବାଣୁ ଦ୍ୱାରା ହେଉଥିବା ନିମୋନିଆ ଆଣ୍ଟିବାୟୋଟିକ ସେବନ ଦ୍ୱାରା ଆରୋଗ୍ୟ ହୁଏ, କିନ୍ତୁ ଭୂତାଣୁ ନିମୋନିଆର ଠିକ୍‌ ଚିକିତ୍ସା ଏଯାବତ ଉପଲବ୍ଧ ହୋଇପାରିନାହିଁ।
‘ସାର୍ସ’ ରୋଗର ଲକ୍ଷଣ ଇନ୍‌ଫ୍ଲୁଏଞ୍ଜା କିମ୍ବା ଶର୍ଦ୍ଦି ରୋଗ ସହିତ ସମାନ। ସାମାନ୍ୟ ଜ୍ୱର, କାଶ, ମୁଣ୍ଡବିନ୍ଧା ଓ ଥଣ୍ଡାରୁ ଏହା ଆରମ୍ଭ ହୁଏ। ଚାରି ପାଞ୍ଚଦିନ ମଧ୍ୟରେ ଜ୍ୱର ପ୍ରକୋପ ବଢ଼ି ନିମୋନିଆ ଲକ୍ଷଣ ପ୍ରକାଶ ପାଏ। ନିଃଶ୍ୱାସ ନେବାରେ କଷ୍ଟ ହୁଏ। ଭୂତାଣୁ ଶରୀରରେ ପ୍ରବେଶ କରିବାର ୭ରୁ ୧୦ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଏ। ‘ସାର୍ସ’ ଭୂତାଣୁ କାଶ, ଛିଙ୍କ, ନିଃଶ୍ୱାସ ଓ କଫର ବିନ୍ଦୁ ସଂକ୍ରମଣ ଦ୍ୱାରା ପ୍ରସାରିତ ହୁଏ। ରୋଗୀର ପରିବାର ସଦସ୍ୟ, ଡାକ୍ତର, ନର୍ସ ଓ ପରିଚାରକମାନେ ସହଜରେ ଆକ୍ରାନ୍ତ ହୁଅନ୍ତି। ସଫଳ ଚିକିତ୍ସା କଲେ ଦୁଇ ସପ୍ତାହ ବେଳକୁ ରୋଗୀ ଭଲ ହୋଇଯାଏ। କିନ୍ତୁ ପୀଡିତଙ୍କ ମଧ୍ୟରୁ ତିନି ପ୍ରତିଶତ ରୋଗୀଙ୍କର ମୃତ୍ୟୁହୁଏ। ସଂକ୍ରମଣ ଅଞ୍ଚଳକୁ ନ ଯାଇ ରୋଗୀ ସାନ୍ନିଧ୍ୟରୁ ନିବୃତ୍ତ ରହିଲେ ସଂକ୍ରମଣ ସମ୍ଭାବନା ହ୍ରାସ ପାଏ। ଲକ୍ଷଣକୁ ଦେଖି ଚିକିତ୍ସା କରିବା ଏକମାତ୍ର ଉପାୟ। ଏହି ରୋଗରେ ନିଃଶ୍ୱାସ ଅବରୁଦ୍ଧ ହେଲେ ଅମ୍ଳଜାନ ଦିଆଯାଏ। କମ୍‌ ସମୟ ବ୍ୟବଧାନରେ ଏହି ରୋଗ ବହୁଳ ପ୍ରସାରିତ ହୁଏ।
୧୯୬୦ ମସିହାରେ ‘ସାର୍ସ’ ଭୂତାଣୁ ପ୍ରଥମେ ନାକର ପାଣିରୁ ଚିହ୍ନଟ ହେଲା। ଶୀତଋତୁରେ ଏହାର ପ୍ରାଦୁର୍ଭାବ ବେଶି। ଏହା ଏକ ପ୍ରକାର ‘କରୋନା’ ଭୂତାଣୁ। ୨୦୦୩ ମସିହାରେ ପୋଷା ଜୀବ ଓ ପକ୍ଷୀମାନଙ୍କ ଦେହରେ ଏହା ଦେଖିବାକୁ ମିଳିଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତଥ୍ୟ ଅନୁଯାୟୀ ଏଥିରେ ୮୦୦୦ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ଓ ୧୦ ଶତାଂଶଙ୍କର ମୃତ୍ୟୁ ଘଟିଥିଲା। ପରେ ପ୍ରାଣୀମାନଙ୍କ ଦ୍ୱାରା ମଣିଷମାନେ ବି ରୋଗଗ୍ରସ୍ତ ହେଲେ। ‘କରୋନା’ ଭୂତାଣୁ ବାଦୁଡ଼ିଠାରୁ ମଣିଷକୁ ସଂକ୍ରମିତ କରେ। ୨୦୧୯ ଡ଼ିସେମ୍ବରରେ ଏହା କେନ୍ଦ୍ରୀୟ ଚାଇନାରେ ମହାମାରୀ ଆକାର ଧାରଣ କରିବା ପରେ ଏବେ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକୁ ଏହା ପ୍ରସାରିତ ହେବାର ଆଶଙ୍କା ରହିଛି। ବିଭିନ୍ନ ଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବା ଦ୍ୱାରା ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ଦେଶକୁ ଯିବାଆସିବା କରୁଛନ୍ତି। ତେଣୁ ମହାମାରୀ ବିଶ୍ୱବ୍ୟାପି ଦେଖାଦେବାର ଆଶଙ୍କା ରହିଛି। ସରକାର ଗଣମାଧ୍ୟମ ଦ୍ୱାରା ଜନସଚେନତା ସୃଷ୍ଟି କରି ଏହାର ପ୍ରତିରୋଧ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri