ବନ୍ଧାପଡ଼ିଛି ଶୈଶବ

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଶିଶୁକନ୍ୟା ତଥା ଝିଅମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ‘ବିଜୁ କନ୍ୟାରତ୍ନ ଯୋଜନା’ ପର୍ଯ୍ୟନ୍ତ, ଝିଅମାନଙ୍କୁ ସ୍କୁଲ୍‌ ଆଣିବା, ସେମାନଙ୍କୁ ଉଚିତ ପୋଷଣ ତଥା ଉଜ୍ଜ୍ୱଳ ଭବିଷ୍ୟତ ଯୋଗାଇଦେବା ପାଇଁ ଏହି ଯୋଜନାମାନ କାର୍ଯ୍ୟକାରୀ ହେଉଛି। ହେଲେ ଏବେବି ଅନେକ ଶିଶୁକନ୍ୟାଙ୍କୁ ପ୍ରାଥମିକ ଶିକ୍ଷା ମିଳିବା ତ ଦୂରର କଥା, ନିଜ ଅଧିକାର ପାଇବାରୁ ବି ସେମାନେ ବଞ୍ଚିତ ହେଉଛନ୍ତି। ସର୍ବସମ୍ମୁଖରେ ରାସ୍ତାକଡ଼ରେ ହାତପାତି ଭିକ ମାଗୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ନାହିଁ। ଭୁବନେଶ୍ୱରରେ ଶତାଧିକ ନାବାଳିକା ଏବଂ କିଶୋରୀ ଘରୋଇ ସହାୟିକା ଭାବେ କାମ କରୁଛନ୍ତି। ବିଶେଷକରି କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଭଳି ଜନଜାତି ଅଧ୍ୟୁଷିତ ଜିଲାରୁ ଶତାଧିକ ଶିଶୁକନ୍ୟା ରାଜଧାନୀ ଭୁବନେଶ୍ୱରରେ ଘରୋଇ ସହାୟିକା ଭାବେ କାମ କରୁଛନ୍ତି। ହେଲେ ଏମାନଙ୍କୁ ଚିହ୍ନଟ ଏବଂ ଗଣନା କରିବା ପାଇଁ ନା କୌଣସି ସର୍ଭେ ହେଉଛି ନା ଏଥିପାଇଁ ଗଠିତ କମିଟି କାମ କରୁଛି। କେବଳ ଚାଇଲ୍ଡଲାଇନ୍‌ ନିକଟକୁ କାଁ ଭାଁ ଖବର ଆସିଲେ, ସେହି ଶିଶୁମାନଙ୍କୁ ଉଦ୍ଧାର କରାଯାଉଛି।
ଭୁବନେଶ୍ୱର ଚାଇଲ୍ଡଲାଇନ୍‌ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ରାଜଧାନୀରୁ ମୋଟ ୩୦୭ ଝିଅ ଉଦ୍ଧାର ହୋଇଛନ୍ତି। ରାଜଧାନୀ ରାଜରାସ୍ତାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କ ଘରେ କାମ କରୁଥିବା ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସେହିଭଳି ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ସହରରୁ ୨୬୯ ଶିଶୁକନ୍ୟା କେବଳ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଏହାବ୍ୟତୀତ ଭୁବନେଶ୍ୱର ରେଳଷ୍ଟେଶନରୁ ରେଲ୍‌ଓ୍ବେ ଚାଇଲ୍ଡଲାଇନ୍‌ ଶତାଧିକ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି। କେତେବେଳେ ନିଜ ବାପା, ମା’ଙ୍କ ସଉକ ପାଇଁ ଏହି ଝିଅମାନେ ରାସ୍ତାକଡ଼କୁ ଆସିବାକୁ ବାଧ୍ୟ ହେଉଛନ୍ତି ତ ଆଉ କେତେବେଳେ ଦଇବର ନିଷ୍ଠୁରତା ସେମାନଙ୍କ ପାଇଁ କାଳ ହେଉଛି। ପରିବାର ଓ ସମାଜ ଭିତରେ ପେଷିହୋଇ ଏମାନେ ନିଜ ଶୈଶବ ଓ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଭୁବନେଶ୍ୱର ଚାଇଲ୍ଡଲାଇନ୍‌ କୋଅର୍ଡିନେଟର ରୁଲିନା ପାତ୍ରଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଅଧିକାଂଶ ଶିଶୁକନ୍ୟା ଆଦିବାସୀ ପ୍ରବଣ ଅଞ୍ଚଳରୁ ଆସୁଛନ୍ତି। କନ୍ଧମାଳ ଓ କୋରାପୁଟ ଜିଲାର ସର୍ବାଧିକ ଆଦିବାସୀ ଝିଅ ଘରୋଇ ସହାୟିକାଭାବେ କାମ କରୁଛନ୍ତି। ଆମ ପାଖକୁ ସୂଚନା ଆସିବା ମାତ୍ରେ ଆମେ ସେଠାକୁ ଯାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର କରୁଛୁ। ସବୁଠାରୁ ବଡ଼ କଥା ହେଲା, ଏହି ଶିଶୁକନ୍ୟା ଏବଂ କିଶୋରୀମାନଙ୍କ ମଧ୍ୟରେ ଅଧିକାଂଶ ବାଲ୍ୟ ବିବାହ କରିଥିବା ଆମେ ଜାଣିବାକୁ ପାଉଛୁ, ଯାହା ଚିନ୍ତାଜନକ ବୋଲି ସେ କହିଛନ୍ତି।

ରହୁନି ଜନ୍ମ ପ୍ରମାଣପତ୍ର
୭ରୁ ୧୫ବର୍ଷ ବୟସ ମଧ୍ୟରେ ପ୍ରାୟ ୭ ହଜାର ଶିଶୁ ଭୁବନେଶ୍ୱରର ବିଭିନ୍ନ ରାସ୍ତାକଡ଼ରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପଥପ୍ରାନ୍ତ ଶିଶୁଙ୍କ ପାଇଁ କାମ କରୁଥିବା କିଛି ସାମାଜିକ ଅନୁଷ୍ଠାନ ସୂତ୍ରରୁ ଏହି ତଥ୍ୟ ପଦାକୁ ଆସିଛି। ପୂର୍ବରୁ ରାଜ୍ୟ ବାହାରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଅଧିକାଂଶ ପିଲା ଆସି ଏଠାରେ ରହୁଥିବାବେଳେ ଏବେ କିନ୍ତୁ ଓଡ଼ିଶାର ବେଶି ପିଲାଙ୍କୁ ରାସ୍ତାକଡ଼ରେ ଦେଖିବାକୁ ମିଳୁଛି। ଉପକୂଳବର୍ତ୍ତୀ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ବାଲେଶ୍ୱର, ଗଞ୍ଜାମ, ଭଦ୍ରକ, ଖୋର୍ଦ୍ଧା ଜିଲାର ପିଲାମାନଙ୍କୁ ରାଜଧାନୀର ପଥପ୍ରାନ୍ତରେ ଭିକ୍ଷାବୃତ୍ତି କରିବା, ଆବର୍ଜନା ସଂଗ୍ରହ କରିବା ଭଳି କାମ କରୁଥିବା ଦେଖିବାକୁ ମିଳୁଛି। ଡୁମ୍‌ଡୁମା, ପଟିଆ, ମାଷ୍ଟରକ୍ୟାଣ୍ଟିନ୍‌ ଭଳି ସ୍ଥାନରେ ଅଧିକାଂଶ ଓଡ଼ିଆ ପିଲା ରହିଥିବାବେଳେ ୟୁନିଟ୍‌-୩ ଅଞ୍ଚଳରେ ପଶ୍ଚିମବଙ୍ଗ, ରେଳଷ୍ଟେଶନ୍‌, ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳରେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ପିଲା ଅନାଥ ହୋଇଥିବାବେଳେ ଆଉ କେତେକ ବାପା, ମା’ଙ୍କୁ ଛାଡ଼ି ଏଠାକୁ ପଳାଇ ଆସିଛନ୍ତି। ସେହିଭଳି ଅନ୍ୟ କେତେକ ପିଲା ନିଜ ବାପା, ମା’ଙ୍କ ସହ ବିଭିନ୍ନ କାମ କରିବାକୁ ବାଧ୍ୟ ହେଉଛନ୍ତିି। ଏମାନଙ୍କ ପାଇଁ ନା କାମ କରୁଛି କୌଣସି ସରକାରୀ ଯୋଜନା ନା ମିଳୁଛି ମୌଳିକ ଅଧିକାର। ଏପରି କି କିଛି ସାମାଜିକ ଅନୁଷ୍ଠାନ ଏମାନଙ୍କୁ ସ୍କୁଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଥିଲେ ବି ଜନ୍ମ ପ୍ରମାଣପତ୍ର ନ ଥିବାରୁ ନାମଲେଖା ହୋଇପାରୁ ନାହିଁ। ନିକଟରେ ରାଜଧାନୀର ଏକାଧିକ ସ୍ଥାନରେ ଏଭଳି ଶିଶୁ ଭିକ୍ଷାବୃତ୍ତି କରୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ ରାଜ୍ୟ ମାନବାଧିକାର କମିଶନ। ରାଜଧାନୀର ରାସ୍ତାକଡ଼ର ଏହି ଶିଶୁମାନଙ୍କ ତଥା ସେମାନଙ୍କ ପରିବାର ବିଷୟରେ ପରିସଂଖ୍ୟାନ କରିବାକୁ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri