ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ ଯାତାୟାତ ଲାଗି ଜନସାଧାରଣ ହଇରାଣ ହେଉଛନ୍ତି। ଯୋଡା ସହରର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ପାଇପଲାଇନ୍‌ ମରାମତି ନିମନ୍ତେ ପୌରପାଳିକା ଦ୍ୱାରା ନିର୍ମିତ କଂକ୍ରିଟ ଏବଂ ଫ୍ଲାଏ ଆସ୍‌ ଇଟା ନିର୍ମିତ ରାସ୍ତାଗୁଡିକୁ ଖୋଳାଯାଇଛି। ପାଇପ ଲାଇନ ମରାମତି କରିବା ପରେ କେତେକ ସ୍ଥାନରେ ମାଟି ପୂରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଖୋଲା ଭାବେ ଛାଡି ଦିଆଯାଉଛି। ବାଇକ୍‌, ଛୋଟ ଗାଡି ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସହରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଛକ, ଯୋଡା ମାର୍କେଟ୍‌ ମୁସଲିମ୍‌ ବସ୍ତି, ଶ୍ରୀ ଗଣେଶ ସପିଂ ମହଲ ସାମନା ଆଦି ସ୍ଥାନରେ ବିଭାଗ ପକ୍ଷରୁ ମାଟି ଖୋଳାଯାଇଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି। ମୁସଲିମ୍‌ ବସ୍ତିର ମୁଦ୍ଦସିର୍‌, ସିପୁନ୍‌ ଦାସ, ବବୁଲ ଆଲମ, ଏମ.ଡି ବବଲୁ, ସଞ୍ଜୟ କାରୁଆ ଓ ମୁକେଶ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ରାସ୍ତାକୁ ଦୀର୍ଘ ୨୦ଦିନରୁ ଊର୍ଦ୍ଧ୍ୱ ହେବ ମାଟି ଖୋଳି ଛାଡି ଦିଆଯାଇଛି। ଏହି ଖାଲରେ କିଛି ଦିନ ତଳେ ଜଣେ ବାଇକ୍‌ ଆରୋହୀ ପଡି କ୍ଷତାକ୍ତ ହୋଇଥିଲେ । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତାର ମାଟି ଖୋଳା ସ୍ଥାନରେ କଂକ୍ରିଟ ରାସ୍ତା କିମ୍ବା ଫ୍ଲାଏ ଆସ୍‌ ଇଟାକୁ ଠିକ୍‌ ଭାବରେ କାମ ନ କରି କେବଳ ଗର୍ତ୍ତ ଉପରେ ଭଙ୍ଗା ଇଟା ଓ ମାଟି ଘୋଡାଇ ଦେଇ ଚାଲିଯାଉଥିବା ସମୀର କୁମାର ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଇପ ଲାଇନ୍‌ ସଂଯୋଗ ଦେବା ଏବଂ ପାଇପଲାଇନ ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ରାସ୍ତା ଖୋଳିପାରିବ ଏବଂ ଖୋଳାଯାଇଥିବା ରାସ୍ତାକୁ ବିଭାଗ ପକ୍ଷରୁ ଠିକ୍‌ ଭାବେ ମରାମତି କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri