ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା

ଜଳେଶ୍ୱର, ୧୭ ।୧ (ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ପୌରାଞ୍ଚଳର ବଡ ବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତଥା ଜଳେଶ୍ୱର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଦୀର୍ଘଦିନ ହେଲା ସ୍ଥାୟୀ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି। ଫଳରେ ଏଠାକୁ ପ୍ରତ୍ୟେକ ଦିନ ଆସୁଥିବା ୨ଶହରୁ ୩ଶହ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଡାକ୍ତରଙ୍କ ପରିବର୍ତ୍ତେ ଜଣେ ଫାର୍ମାସିଷ୍ଟ ରୋଗୀ ଦେଖିବା ସହ ଔଷଧ ଦେଉଛନ୍ତି।
୧୯୩୬ ମସିହାରେ ନିର୍ମିତ ଏହି ଡିସ୍‌ପେନ୍‌ସାରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଘୋଷଣା ହୋଇଥିଲା। ଏବେ ଏହାକୁ ସରକାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୋଲି ନାମିତ କରାଯାଇଛି। ଅଦ୍ୟାବଧି ଏଠାରେ ସ୍ବାସ୍ଥ୍ୟ ସେବାରେ କୌଣସି ଉନ୍ନତି ହୋଇନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର, ନର୍ସ ଓ ସୁଇପର ନିଯୁକ୍ତି ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଦାବି କରି ଶୁକ୍ରବାର ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଏହି ଗଣଧାରଣା ଆମରଣ ଅନଶନରେ ପରିଣତ ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏହି ଗଣଧାରଣାରେ ଅରୁଣ କୁମାର ବେଜ, ଫାଲ୍‌ଗୁନୀ ପାଣିଗ୍ରାହୀ, ଚନ୍ଦନ କୁମାର ଦାସ, ବାଙ୍କ ବିହାରୀ ଦାସ, ପ୍ରଣବ କୁମାର ପଣ୍ଡା, ଅମୂଲ୍ୟ ସେନାପତି, ଅନନ୍ତ କୁମାର ଦାସ, ବାଦଲ ଦାସ, କାନାଇକୃଷ୍ଣ ଦେ, ଶିବଶଙ୍କର କର, କମଳ ଲୋଚନ ସାମଲ, ଅଞ୍ଜନ କୁମାର ଦାସ, ରାମକୃଷ୍ଣ ସାହୁ, ସୁଜୟ ରାଉଳ ପ୍ରମୁଖ ଯୋଗ ଦେଇଥିଲେ। ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଡାକ୍ତର, ସୁଇପର ନିଯୁକ୍ତି ଏବଂ ହୋମିଓପାଥି ଆୟୁଷ ଡାକ୍ତର ଥିବା ବେଳେ ଔଷଧ ମିଳୁ ନ ଥିବାରୁ ଏହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ା ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ: ରାଜ ଦରବାରରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri