ଆଜି ସରିବ ପହିଲି ଭୋଗ ନୀତି

ପୁରୀ ଅଫିସ, ୧୪-୧: ପବିତ୍ର ଧନୁସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ପହିଲି ଭୋଗ ନୀତି। ଏହା ମକରସଂକ୍ରାନ୍ତି ପୂର୍ବ ମାସାନ୍ତ ପର୍ଯ୍ୟନ୍ତ ଚାଲିବାର ବିଧି ରହିଛି। ତେଣୁ ମଙ୍ଗଳବାର ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଶେଷ ହେବ। ଏହିଦିନ ମହାପ୍ରଭୁଙ୍କ ନବାଙ୍କ ବେଢା ଓ ନବାଙ୍କ ବେଶ ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ସ୍ବତ୍ୱ ଲିପି ଅନୁଯାୟୀ, ପହିଲି ଭୋଗରେ ଠାକୁରଙ୍କ ପାଖରେ ବଡ଼ଝିଲି, ଦରସୁଆ, ବଡି, ଝିଲି, ବଡବଡା, କାକେରା, ସାନ ଅମାଲୁ, ନଳୀ, ଆରିସା, ଏଣ୍ଡୁରି, ମୁଗେଇ, ଝଢେଇନେଦା, ଚୁଡ଼ା ପୁଆ, ଛତୁ, ନଡୁ, ଗଜା, ଖଇରଚୁଳ, ଗଇଣ୍ଠା, ମଣ୍ଡା, ଛତୁପୁଆ, କଣ୍ଟେଇ ଆଦି ଲାଗି କରାଯାଇଥାଏ। ମାସେ ଧରି ଗୋପାଳ ବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। କାଉ କା’ କହିବା ପୂର୍ବରୁ ଏହି ଭୋଗ ଠାକୁରଙ୍କ ପାଖରେ ଅର୍ପଣ କରାଯିବାର ବିଧି ରହିଛି। ଶ୍ରୀମନ୍ଦିରରେ ପହିଲି ଭୋଗ ମା’ ଯଶୋଦାଙ୍କ ସେବା। ମା’ ଯଶୋମତୀ ପୁଷମାସ ଶୀତଦିନରେ ଶୀତକାଳୀନ ସୁସ୍ବାଦୁ ପିଠା ତିଆରି କରିଥାନ୍ତି । ଥଣ୍ଡା ଲାଗିଯିବ ବୋଲି କୁଆ କା’ କରିବା ପୂର୍ବରୁ କଳାକାହ୍ନୁଙ୍କୁ ଖୁଆଇ ଶୀତ ଲୁଗା ଘୋଡ଼ାଇ ଦେଇ ଜଗତବାସୀଙ୍କ ଗୁହାରି ଶୁଣିବା ନିମନ୍ତେ ପ୍ରସ୍ତୁତ କରାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri