କାହାଣୀର ସଠିକ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଏ

ନିର୍ଦ୍ଦେଶନା ଏକ ଗୁରୁ ଦାୟିତ୍ୱ। ପୁଣି ମଞ୍ଚରେ ତ କଟ୍‌ ଓକେ ନାହିଁ। ଲାଇଭ ଆକ୍ଟିଂ। ତେଣୁ ଅଭିନୟ କିପରି ଜୀବନ୍ତ ହେବ, କାହାଣୀରେ ଯାହା ଦର୍ଶାଯାଇଛି ତାହା କିପରି ସଠିକ ଭାବରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଏ। କାରଣ କାହାଣୀଟିକୁ ଯଦି ମଞ୍ଚ ଉପରେ ସଠିକ ଭାବରେ ଉପସ୍ଥାପନା କରାଯାଇ ନ ପାରିଲା ତେବେ ପରିଶ୍ରମ କିଛି ମୂଲ୍ୟ ରହି ନ ଥାଏ। ତେଣୁ ନିର୍ଦ୍ଦେଶନା ଦେବା ସମୟରେ ତାହା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦିଏ ବୋଲି କହନ୍ତି ନିର୍ଦ୍ଦେଶକ ଶାରଦା ରଣା। ନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣଙ୍କ ସହ ବେଶ୍‌ କିଛି ବର୍ଷ ସହ ନିର୍ଦ୍ଦେଶକ ଭାବରେ କାମ କରିବା ପରେ ସନ୍ତୋଷଙ୍କ ରଚିତ ତଥା ଅନ୍ୟତମ ଆଗଧାଡିର ଅପେରାପାର୍ଟି ଇନ୍ଦ୍ରଭୁବନ ପରିବେଷିତ (୨୦୧୮-୧୯) ନାଟକ ‘ଭାଇ ଭଉଣୀର ନୂଆ କାହାଣୀ’ରୁ ସୋଲୋ ନିର୍ଦ୍ଦେଶକ ସାଜିଥିଲେ ସେ। ସେ ନିର୍ଦ୍ଦେଶନ ଦେଇଥିବା ନାଟକ ଗୁଡିକ ମଧ୍ୟରେ ରହିଛି-ଚାଲୁଛି ଅଳପ ଝୁଣ୍ଟୁଛି ବେଶି (ଇନ୍ଦ୍ରଭୁବନ), ପୁଣି ଫେରିଛି ତଅପୋଇ (ଇଷ୍ଟର୍ନ ବ୍ଳୁ), ଚଳିତ ଯାତ୍ରା ସିଜନରେ ପରିବେଷିତ ‘ମାଣିକକୁ କିଏ ମାଇଲା ମାଡ’ ଏବଂ ‘ଓଠରେ ହସ ଲୁହରେ ଶେଷ’ (ଇନ୍ଦ୍ରଭୁବନ)। ‘ମୋତେ ନିର୍ଦ୍ଦେଶକ ଭାବରେ ଠିଆ ହେବାକୁ ସନ୍ତୋଷ ନାରାୟଣ, ମନୋଜ ନାୟକ, ନିଗମ ମିଶ୍ର, ମଳୟ ମିଶ୍ର, ବିକାଶ ଶୁକ୍ଳା ଏବଂ ଅରୁଣ ମନ୍ତ୍ରୀ ପ୍ରେରଣାକୁ ମୁଁ କଦାପି ଭୁଲିପାରବି ନାହିଁ ବୋଲି କହନ୍ତି ଶାରଦା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri