ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ ବେପାର ହେଉଛି। ସର୍ବସାଧାରଣ ଯାତାୟାତ କରୁଥିବା ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱରେ ବିଭତ୍ସ ଭାବେ ଉପରୋକ୍ତ ପ୍ରାଣୀଙ୍କୁ କଟାଯାଇ ଖୋଲାରେ ଏହାକୁ ଝୁଲାଇ ରଖିବାକୁ ଅନେକେ ନାପସନ୍ଦ କରିଛନ୍ତି। ପୌରାଞ୍ଚଳ ଅନ୍ତର୍ଗତ ଟାଉନ୍‌ହଲ୍‌ ନିକଟ, ଦୁର୍ଗା ମାର୍କେଟ୍‌, ବ୍ଲକ ଛକ, ରେତଙ୍ଗ କଲୋନୀ, ହାଟବଜାର, ହରିଭାଇନା ଛକ, କୁଦିଆରୀ ଆଦି ବିଭିନ୍ନ ସ୍ଥାନରେ ଖୋଲାରେ ବେପାର ହେଉଛି। କଟା ଯାଉଥିବା ପ୍ରାଣୀଙ୍କୁ ବିଭତ୍ସ ଭାବେ ଖୋଲାରେ ଟଙ୍ଗା ଯିବା ଦ୍ୱାରା ଏହାକୁ ଦେଖି ଲୋକଙ୍କ ମଧ୍ୟରେ ବିଶେଷକରି ସ୍କୁଲ ବିଦ୍ୟାର୍ଥୀ ଶିଶୁଙ୍କ ମନରେ ଏହାର ନକାରାତ୍ମକ ପ୍ରଭାବ ପକାଉଛି। ଏପରି କି ଏଠାରେ ମାଂସର ଗୁଣବତ୍ତା ପରୀକ୍ଷଣ କରାଯାଉନାହିଁ। ଏହା ହେଉ ନ ଥିବାରୁ ରୋଗଣା ପ୍ରାଣୀର ମାଂସକୁ ଅଜାଣତରେ ଗ୍ରାହକ ଖାଉଛନ୍ତି। ନିୟମ ଅନୁଯାୟୀ ମାନ ପରୀକ୍ଷଣ ଓ ଷ୍ଟାମ୍ପ ମରାଯାଉ ନ ଥିବାରୁ କେଉଁଠି କିପରି ମାଂସ ବିକ୍ରି ହେଉଛି ଖାଉଟି ଜାଣିପାରୁନାହାନ୍ତି। ଏ ନେଇ ଗୌରୀ ପ୍ରସାଦ ସିଂହ କୁହନ୍ତି, ସେ ଜଟଣୀ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ଥିବା ବେଳେ ୧୯୮୮ରେ ସ୍ଥାନୀୟ ବାଛରା ପାହାଡ଼ ତଳେ କଂସେଇଖାନା କରାଯାଇଥିଲା। ଏଥିପାଇଁ ସେଠାରେ ମ୍ୟୁନିସିପାଲିଟି ପକ୍ଷରୁ ପାଣି, ଘର ଓ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ସେତେବେଳେ ପ୍ରାଣୀ ଚିକିତ୍ସକ ଦୈନିକ ଆସି ମାଂସ ପରୀକ୍ଷା କରି ଷ୍ଟାମ୍ପ ମାରିବା ପରେ ଏହା ବିକ୍ରୟ ଉପଲବ୍ଧ ହେଉଥିଲା। ତେବେ ମାଂସ ବେପାରୀଙ୍କ ଅସହଯୋଗ ଯୋଗୁ ଗୋଟିଏ ସପ୍ତାହ ଚାଲିବା ପରେ ଏହି କଂସେଇଖାନା ବନ୍ଦ ହୋଇଯାଇଥିଲା। ମନଇଚ୍ଛା ଯେ ଯେଉଁଠି ପାରିଲା ମାଂସ ଦୋକାନ ଖୋଲିବା ଦ୍ୱାରା ଗୋଟିଏ ପକ୍ଷରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡୁଛି। ଅନ୍ୟପକ୍ଷରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ବୋଲି ଗୌରୀ ପ୍ରସାଦ କହିଛନ୍ତି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, କଂସେଇଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି। ଜମି ନିଆଯାଇ ଏହା ଖୋଲାଯିବ। ଗୁରୁତର ସହ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri