ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କ କୂଅ ପାଇଁ ଆବଶ୍ୟକ ଗଭୀରତାର ଗାତ ଖୋଳା ନ ଯାଇ ଟଙ୍କା ଉଠାଯାଇଥିବା ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମର ନରସିଂହ ଦିଆନଙ୍କ ନାମରେ ଏକ କୂଅ ଖୋଳିବା ପାଇଁ ୬ ମାସ ତଳେ କାର୍ଯ୍ୟାଦେଶ ପତ୍ର ଦିଆଯାଇଥିଲା। କିନ୍ତୁ ତାଙ୍କ ଜମିରେ କୂଅ ଖୋଳା ନ ଯାଇ ଦୁଇଲକ୍ଷରୁ ଅଧିକ ଟଙ୍କା ଉଠାଯାଇଥିବା ନିଜେ ନରସିଂହ ଦିଆନ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କୂଅଖୋଳା ନାଁରେ ମିଥ୍ୟା ବିଲ୍‌ କରାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ଏହାର କୌଣସି ତଦନ୍ତ କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳୁନାହିଁ। ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ, ଏନେଇ ତାଙ୍କ ପାଖରେ କେହି ଲିଖିତ ଅଭିଯୋଗ କରିନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ କହିଛନ୍ତି ଜଣକ ନାମରେ ହେବା କଥା, ଅନ୍ୟ ଜଣକ ନାମରେ ହୋଇଯାଇଛି। ହିତାଧିକାରୀଙ୍କ ନାମରେ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏନେଇ ସାଧାରଣରେ ଚର୍ଚ୍ଚା ବଢ଼ିବା ପରେ ଗତ ୧ ସପ୍ତାହ ହେବ ତରବରିଆ ଭାବେ ହିତାଧିକାରୀଙ୍କ ନାମରେ କୂଅଖୋଳା ଆରମ୍ଭ ହୋଇଛି। ହିତାଧିକାରୀଙ୍କ ନିଜ ପଟ୍ଟା ଥିବା ସ୍ଥାନରେ କୂଅ ଖୋଳାଯିବା କଥା। କିନ୍ତୁ ସରକାରୀ ଜାଗାରେ କୂଅ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। ଏଭଳି ଅନିୟମିତତାର ତଦନ୍ତ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri