ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡିସେମ୍ବର ୩୧ ସୁଦ୍ଧା ଏହି ଜାତୀୟ ରାଜପଥର ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜିଲା ପ୍ରଶାସନ। ତେବେ ଅବଧି ସରିବା ପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଓ ଜାତୀୟ ରାଜପଥ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ଯାଜପୁର ଜିଲାପାଳ କ୍ଷୁବ୍ଧ ହୋଇଛନ୍ତି। ରାସ୍ତା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଦୁର୍ଘଟଣାରେ ବ୍ୟାପକ ଧନଜୀବନ ହାନୀ ହେଉଥିବାରୁ ଜିଲାପାଳ ନିୟୋଜିତ ଠିକାଦାର ଓ ଜାତୀୟ ରାଜପଥ ଅଧିକାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ୧୯୭୩ ଭାରତୀୟ କାର୍ଯ୍ୟ ବିଧି ସଂହିତା (ସିଆରପିସି)ର ୧୩୩ ଧାରା ପ୍ରୟୋଗ କରିଛନ୍ତି। ଜିଲାପାଳଙ୍କ ଏହି ଧାରା ପ୍ରୟୋଗ ପରେ ଜାତୀୟ ରାଜପଥ ଅଧିକାରୀ ଓ ସମ୍ପୃକ୍ତ ଠିକାଦାର ସଂସ୍ଥା ଏବେ ହରଡଘଣାରେ ପଡିଥିବା ଆଲୋଚନା ହେଉଛି। ଏହି ଧାରା ଅନୁଯାୟୀ ଠିକାଦାର ସ୍ଥାନୀୟ ଥାନାରେ ହାଜର ହୋଇ କାରଣ ଦର୍ଶାଇବାକୁ ବାଧ୍ୟ ହେବେ ବୋଲି ସୂଚନା ରହିଛି। ଏଥିସହ ଜାତୀୟ ରାଜପଥ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିପାଇଁ ନୋଟିସ ଜାରି କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଥିରେ ଅବହେଳା ପ୍ରଦର୍ଶନ କରୁଥିବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ସିଆରପିସିର ଏହି ଧାରା ପ୍ରୟୋଗ କରାଯାଇଥାଏ।
ସୂଚନା ଥାଉକି, ୫୩ନଂ ଜାତୀୟ ରାଜପଥର ଚଣ୍ଡିଖୋଲଠାରୁ ଡୁବୁରୀ ପର୍ଯନ୍ତ ୩୮ କି.ମି. ରାସ୍ତା ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ତଥା ମରାମତି ବିନା ମରଣଯନ୍ତା ପାଲଟିଛି। ବାରମ୍ବାର ଆନ୍ଦୋଳନ ଓ ଉଚ୍ଚସ୍ତରୀୟ ବୈଠକ ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ରାସ୍ତାର ଦୁରାବସ୍ଥା ଯୋଗୁ ଗତ ବର୍ଷକ ମଧ୍ୟରେ ୫୬ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିଲାବେଳେ ୩୫୧ଜଣ ଗୁରୁତର ହୋଇଛନ୍ତି। ଏପରି ସ୍ଥିତିରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗତ ନଭେମ୍ବର ୨୯ରେ ଜିଲାପାଳଙ୍କ ଆହ୍ବାନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ କୁମାର ସାବତ ଉପସ୍ଥିତ ହୋଇ ଡିସେମ୍ବର ୩୧ ସୁଦ୍ଧା ଉକ୍ତ ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଶେଷ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାର୍ଚ୍ଚ ମାସ ମଧ୍ୟରେ ଚଣ୍ଡିଖୋଲ-ଡୁବୁରୀ ଅଂଶର ଅଧା ହୋଇ ପଡିଥିବା ପ୍ରଶସ୍ତୀକରଣ କାର୍ଯ୍ୟ ଓ କବାଟବନ୍ଧଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ। ଏହା ମଧ୍ୟରେ ନିର୍ଦ୍ଧାରିତ ସମୟର ଅବଧି ଶେଷ ହୋଇଥିଲାବେଳେ ରାସ୍ତାର ମରାମତି କାର୍ଯ୍ୟ ଶେଷ ହୋଇପାରି ନାହିଁ। ଏହା ମଧ୍ୟରେ ଚଣ୍ଡିଖୋଲଠାରୁ ପାଖର ଓ ବାଲିସାହିଠାରୁ ଡୁବୁରୀ ପର୍ଯ୍ୟନ୍ତ କିଛି ଅଂଶ ଉପର ଠାଉରିଆଭାବେ ମରାମତି ହୋଇଥିଲାବେଳେ ପାଖରଠାରୁ ବାଲିସାହି ପର୍ଯ୍ୟନ୍ତ ରାସ୍ତାରେ ମରାମତି ଆରମ୍ଭ ହୋଇ ନାହିଁ। ଏହି ରାସ୍ତାରେ ୫୦ଟିରୁ ଊର୍ଦ୍ଧ୍ୱ ସ୍ଥାନରେ ଗାତ ହେବା ସହିତ ଠାଏ ଠାଏ ୫ରୁ ୮ ଫୁଟ ଯାଏ ପିଚୁ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ଏହି ରାସ୍ତାରେ କ୍ରମାଗତ ଦୁର୍ଘଟଣା ଘଟି ଚାଲିଛି। ଜିଲା ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ଥିତି ସୁଧାରିବାରେ ମନେଯାଗ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ବିରୋଧ କରି ଗତ ବୈଠକରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତାହାକୁ ଭିତ୍ତି କରି ଜାତୀୟ ରାଜପଥ ଅଧିକାରୀ ଓ ରାସ୍ତା ନିର୍ମାଣରେ ନିୟୋଜିତ ସମ୍ପୃକ୍ତ ଠିକା କମ୍ପାନୀ ବିରୋଧରେ ଜିଲାପାଳ ଦାସ ସିଆରପିସିର ୧୩୩ଧାରା ପ୍ରୟୋଗ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri