ଖାଦାନରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ବିଫଳ: ପାର୍ଶ୍ୱ ରାସ୍ତାରେ ଚାଲିଛି ପରିବହନ

ଯାଜପୁର ଅଫିସ,୬।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ବିଭିନ୍ନ ଖାଦାନରୁ କଳାପଥର ଲୁଟ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଚଢେଇଧରା-ଢେଙ୍କାନାଳ ଓ ଡଙ୍କାରୀ-୫୩ ନମ୍ବର ଜାତୀୟ ରାଜପଥ ଆଦି ୫ଟି ସ୍ଥାନରେ ଲୁହା ଗେଟ ଲଗାଯାଇଛି। ଏଥିଯୋଗୁ ବେଆଇନ କଳାପଥର ସହ ବିଭିନ୍ନ କ୍ରଶରରୁ ଚିପ୍ସ, ଗେଟି ଆଦି ଚୋରାଚାଲାଣ ରୋକାଯାଇ ପାରିବ ବୋଲି ପ୍ରଶାସନ ଆଶା ରଖିଥିଲା। କିନ୍ତୁ ବେଆଇନ କାରବାର ଚଳାଇଥିବା ପଥର ମାଫିଆମାନେ ଗଳାବାଟ ଦେଇ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏହାବାଦ କେତେକ ମେଗା କ୍ରଶର ବେଆଇନ କଳାପଥର ଆଣି କାରବାର କରୁଥିବା ଦେଖିବାକୁ ମିଳିଛି। ଏହାର ହିସାବ କରିବାକୁ ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଥିବା ସୂଚନା ମିଳିଛି।
ଗତ ବିଧାନସଭା ଅଧିବେଶନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ରାଜ୍ୟ ତଥା ଯାଜପୁର ଜିଲାର ଡଙ୍କାରୀରେ ଲଘୁ ଖଣି ପଦାର୍ଥର ବେଆଇନ ଖନନ ଓ ଚୋରା ଚାଲାଣକୁ ରୋକିବାକୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିବରଣୀ ପ୍ରଦାନ କରିଥିଲେ। ବିବରଣୀ କ୍ରମିକ ସଂଖ୍ୟା ୧୧ରେ ସେ ଦର୍ଶାଇଥିଲେ ଯେ, ଲଘୁ ଖଣିଜ ପଦାର୍ଥ ଚୋରି ତଥା ବେଆଇନ ଚାଲାଣ ରୋକିବା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିନଯୋଗ କରିବାକୁ ପ୍ରସ୍ତାବ ରହିଛି। ଡଙ୍କାରୀ ପାହାଡର ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ କରାଯାଇଛି। ଏନଜିଟିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଯାଜପୁର ଜିଲାପାଳ, ସିଆ ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ ତଦନ୍ତ କମିଟି ଗତ ୫ା୧୦ା୨୦୧୮ରେ କ୍ଷେତ୍ର ପରିଦର୍ଶନରେ ଯାଇ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଡଙ୍କାରୀ ପାହାଡର କଳାପଥର ଖାଦାନର ପରିବେଶ ମଞ୍ଜୁରୀ ରଦ୍ଦ କରାଯାଇଥିଲା। ଡଙ୍କାରୀ ତଥା ଏହାର ଚାରିପାଖ ଅଞ୍ଚଳରେ ଲଘୁ ଖଣି ପଦାର୍ଥର ଚୋରାଚାଲାଣ ରୋକିବା ପାଇଁ ୪ଟି ପ୍ରବର୍ତ୍ତନ ସ୍କ୍ବାର୍ଡ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ତ୍ୱରନ୍ବିତ ହେଉଛି। ସେହିସ୍ଥାନକୁ ଯାଇଥିବା ବିଜୁଳି ସଂଯୋଗକୁ କାଟି ଦିଆଯାଇଛି ଏବଂ ଡଙ୍କାରୀ ନିକଟରେ ଥିବା ୱେ-ବ୍ରିଜକୁ ନଷ୍ଟ କରିଦିଆଯାଇଛି। ଡଙ୍କାରୀ ପାହାଡ଼ରେ ଥିବା ୧୬ଗୋଟି ପଥର ଖଣିକୁ ସଂଯୋଗ କରୁଥିବା ରାସ୍ତାକୁ କଟାଯାଇଛି ବୋଲି ବିଧାନସଭାରେ ମନ୍ତ୍ରୀ ବିବୃତି ରଖିଥିଲେ। ଏହାସହ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୁହାଗେଟ ଲଗାଯାଇଛି। କିନ୍ତୁ ଚୋରାଚାଲାଣକାରୀମାନେ ଲୁହାଗେଟ କଡ ଦେଇ ଅନାୟାସରେ ବେଆଇନ ପଥର ଓ ଚିପ୍ସ ପରିବହନ କରୁଛନ୍ତି। ଡଙ୍କାରୀ ପାହାଡ ପାଦଶେରେ ଏଆରଏସଏସ ସହ ଜେଲ, ତାପ୍ତି, କୋଣାର୍କ, ରକସାଣ୍ଡ, ମାଚଣ୍ଡୀ, ମାକ୍ରଶର ଆଦି ମେଗା କ୍ରଶର ଚାଲିଛି। ତେବେ ଏଥିମଧ୍ୟରୁ କେବଳ ଏଆରଏସଏସ ଟଲରରେ ଦୈନିକ ପ୍ରାୟ ୫ହଜାର ଟନ ଚିପ୍ସ, ମେଟାଲ ଆଦି ପରିବହନ କରୁଛି। ଅର୍ଦ୍ଧାଧିକ ବେଆଇନ ଖାଦାନ ବନ୍ଦ ପଡିଥିବାବେଳେ ଏଥିପାଇଁ କୋଉ ଖାଦାନରୁ ଏତେ ପରିମାଣର କଳାପଥର ଆସୁଛି ତାହା ସାଧାରଣରେ ସନ୍ଦେହ ଜାତ ହୋଇଛି। କଟକଣା ଲାଗିଥିବା ପଥର ଖାଦାନଗୁଡ଼ିକରେ ଲୁଚାଛପା ଉତ୍ତୋଳନ ହୋଇ କ୍ରଶରକୁ ଯାଉଛି ବୋଲି କୁହାଯାଉଛି। ଏଣୁ ରାଜସ୍ବ ଠକିବାକୁ ଏହି କ୍ରଶରରୁ ପରିବହନ ହେଉଥିବା ଚିପ୍ସ, ଗେଟି ଆଦି ସାମଗ୍ରୀ ଲୁହାଗେଟ ଲାଗିଥିବା କଡ ରାସ୍ତାରେ ଚଳାଚଳ କରୁଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୋ ସେ କହିଛନ୍ତି ବେଆଇନ କଳାପଥର ଖାଦାନ ଓ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ଅଞ୍ଜିରା, ଆରୁହା, ବିଛାଖଣ୍ଡି, ଡଙ୍କାରୀ ଆଦି ଖାଦାନରେ ମାପଚୁପ ଚାଲିଛି। ମାପରେ ଅଧିକ ଉତ୍ତୋଳନ ହୋଇଥିବା ଜଣାପଡିଲେ ସମ୍ପୃକ୍ତ ଲିଜଧାରୀଙ୍କ ନାମରେ ଡିମାଣ୍ଡ ନୋଟିସ ହେବ। ଏହାସହ କ୍ରଶରଗୁଡିକରେ ମଧ୍ୟ ଯାଞ୍ଚ ଚାଲିଛି। ଯେଉଁ କ୍ରଶର ନିର୍ଦ୍ଧାରିତ ପରିମାଣରୁ ଅଧିକ ପରିବହନ କରୁଥିବ ସେହି କ୍ରଶର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୁହାଗେଟ କଡରେ ଯାତାୟତ କରୁଥିବା ସଂସ୍ଥା ନାମରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri